ରନ୍ ଆଉଟ୍‌ ବି ନାହିଁ କି କୌଣସି ବଲ୍ ବି ନ ଖେଳି ଅମ୍ପାୟାର ଦେଲେ ଆଉଟ୍‌, ପାଭିଲିୟନକୁ ଫେରିଲେ ମାଥ୍ୟୁସ
 

Angelo Mathews becomes first to be timed out in international cricket
ଟାଇମ୍‌ ଆଉଟ୍‌ ହୋଇ ପାଭିଲିୟନକୁ ଫେରିଲେ ଆଞ୍ଜେଲୋ ମାଥ୍ୟୁସ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଇସିସି ବିଶ୍ବକପ ୨୦୨୩ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମାହାଁମୁହିଁ ହୋଇଛନ୍ତି ବାଂଲାଦେଶ-ଶ୍ରୀଲଙ୍କା । ଆଜିର ମ୍ୟାରରେ ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି। ଯାହାକି କ୍ରିକେଟ୍‌ ଇତିହାସରେ ପ୍ରଥମଥର ପାଇଁ ଏକ ନୂଆ ଘଟଣା ଘଟିଛି। 

ଅନ୍ତର୍ଜାତୀୟ କ୍ରିକେଟର ୧୪୬ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଟାଇମଡ୍ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିବାକୁ ପଡ଼ିଛି। ସେ ହେଉଛନ୍ତି ଶ୍ରୀଲଙ୍କାର ଆଞ୍ଜେଲୋ ମାଥ୍ୟୁସ୍ । ମ୍ୟାଚ ସମୟରେ ଶ୍ରୀଲଙ୍କାର ଖେଳାଳି ଆଞ୍ଜେଲୋ ମାଥ୍ୟୁସଙ୍କୁ ଟାଇମ୍‌ ଆଉଟ୍‌ ଘୋଷଣା କରାଯାଇଥିଲା। ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଏହିପରି ଟାଇମ୍‌ ଆଉଟ୍‌ ଜରିଆରେ କୌଣସି ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ଫେରିବାକୁ ପଡି ନ ଥିଲା।

ଅଧିକ ପଢନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍‍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ 

ସୂଚନାଯୋଗ୍ୟ,ଶ୍ରୀଲଙ୍କା ଇନିଂସର ୨୫ତମ ଓଭରରେ ଏହି ଘଟଣା ଘଟିଥିଲା। ଏହି ଓଭରର ଦ୍ବିତୀୟ ବଲ୍ ରେ ସଦିରା ସମରବିକ୍ରମା ସାକିବ-ଅଲ୍ ହାସନଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ଆଞ୍ଜେଲୋ ମାଥ୍ୟୁ କ୍ରିଜ୍କୁ ଆସିଥିଲେ। ୧ ମିନିଟ୍ ୨୦ ସେକେଣ୍ଡ ମଧ୍ୟରେ ମାଥ୍ୟୁସ୍ କ୍ରିଜ୍ ରେ ପହଞ୍ଚି ଓ୍ବିକେଟରେ ଗାର୍ଡ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ହେଲମେଟରେ କିଛି ସମସ୍ୟା ଦେଖାଦେଇଥିଲା। ଏହାପରେ ସେ ହେଲମେଟକୁ ସଜାଡ଼ିବା ଆରମ୍ଭ କରିଥିଲେ। 

ଅଧିକ ପଢନ୍ତୁ : ୨୩୭ ଦିନ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ! ଶନି ଚଳନ ଫଳରେ ଏହି ୫ ରାଶି ଉପରେ ଶନିଙ୍କ କୋପଦୃଷ୍ଟି...

ଏହି ସମୟରେ ସାକିବ ଫିଲ୍ଡ ଅମ୍ପାୟାରଙ୍କୁ ଟାଇମ୍ ଆଉଟ୍ ପାଇଁ ନିବେଦନ କରିଥିଲେ ଏବଂ ଅମ୍ପାୟାର ତାଙ୍କୁ ଟାଇମଡ୍ ଆଉଟ୍ ଦେଇଥିଲେ। ଏହାକୁ ନେଇ ମାଥ୍ୟୁସ୍ ଓ ଅମ୍ପାୟାରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଯୁକ୍ତିତର୍କ ହୋଇଥିଲା, କିନ୍ତୁ ଶେଷରେ ମାଥ୍ୟୁସଙ୍କୁ ଭାରି ହୃଦୟରେ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା। ପାଭିଲିୟନ ଫେରିବା ପରେ ସେ ରାଗରେ ନିଜର ହେଲମେଟ୍ ଫିଙ୍ଗିଦେଇଥିବା ଦେଖାଯାଇଥିଲା ।

କ୍ରିକେଟରେ ଟାଇମଡ୍ ଆଉଟ (୨ ମିନଟ ସମୟ ପୂର୍ବରୁ କ୍ରିଜରେ ନ ପହଞ୍ଚିବା ) ନିୟମ ଥିଲେ ବି ଖେଳଭାବନା ନେଇ କୌଣସି ଟିମ ଏନେଇ ଅପିଲ କରିନଥାନ୍ତି ।

ଆଞ୍ଜେଲୋ ମାଥ୍ୟୁସ୍ ଙ୍କ ଟାଇମଡ୍ ଆଉଟ୍ ଭିଡିଓ ଦେଖିବା ପାଇଁ ଏହି ଲିଙ୍କ୍ ରେ କ୍ଲିକ କରନ୍ତୁ 

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
 

Share this story