ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର, ଡିଭାଇଡରରେ ପିଟି ହୋଇ ସମ୍ପୂର୍ଣ୍ଣ ଜଳିଗଲା କାର୍

Indian cricketer Rishabh Pant injured in a major accident car completely damaged

ଓଡ଼ିଆ ଗସିପ ବ୍ୟୁରୋ: ସଡ଼କ ଦୁର୍ଘଟଣାରେ କ୍ରିକେଟର ଋଷଭ୍ ପନ୍ତ ଗୁରୁତର ହୋଇଛନ୍ତି । ଡିଭାଇଡରରେ ପିଟି ହୋଇ ତାଙ୍କ କାର୍ ସମ୍ପୂର୍ଣ୍ଣ ଜଳି ଯାଇଛି । ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ପନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀରୁ ରୁର୍କୀ କାର୍‌ରେ ଫେରିଲା ବେଳେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଡିଭାଇଡରରେ ପିଟି ହୋଇ କାର୍ ସମ୍ପୂର୍ଣ୍ଣ ଜଳି ଯାଇଛି ।

ଉତ୍ତରାଖଣ୍ଡରୁ ଦିଲ୍ଲୀ ସ୍ଥିତ ଘରକୁ ଫେରୁଥିବା ବେଳେ କୁହୁଡି କାରଣରୁ ପନ୍ତଙ୍କ ମର୍ସିଡିଜ୍‌ କାର ଗୋଟିଏ ଡିଭାଇଡର୍‌ରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍‌ଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି । ସେହିପରି ପନ୍ତ ଗୁରୁତର ଆହତ ହୋଇଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗ କୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...

ତାଙ୍କ ମୁଣ୍ଡ, ପିଠି, ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି । ଏବେ ସେ ହସ୍ପିଟାଲରେ ରହିଛନ୍ତି । ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କର ପ୍ଲାଷ୍ଟିକ ସର୍ଜରୀ ହେବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଆଜି ସକାଳୁ କ୍ରିକେଟର ଋଷଭ ପନ୍ତ ଉତ୍ତରାଖଣ୍ଡରୁ ଦିଲ୍ଲୀ ସ୍ଥିତ ଘରକୁ ଫେରୁଥିବା ବେଳେ ହାମଦପୁର ଜାଲ ନିକଟ ରୁର୍କୀରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଋଷଭଙ୍କ କାର ରେଲିଂକୁ ଧକ୍କା ଦେଇଥିଲା, ଏହାପରେ କାରଟି ଜଳିବାକୁ ଲାଗିଥିଲା । ସ୍ଥାନୀୟ ଲୋକ ଅଗ୍ନିଶମ ବାହିନି ସହାୟତାରେ ବହୁ କଷ୍ଟରେ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ଛାଡପତ୍ର ପରେ ପତ୍ନୀଙ୍କୁ ପୁଣି ଡାକିଲା ସ୍ୱାମୀ, ନଆସିବାରୁ ଏଚ୍‌ଆଇଭି (HIV) ସଂକ୍ରମିତ ରକ୍ତ ଦେଇଦେଲା ସ୍ୱାମୀ...

ଏହାପରେ ଗୁରୁତର ଆହତ ଋଷଭ ପନ୍ତଙ୍କୁ ଦିଲ୍ଲୀ ରୋଡ୍‌ ସାକଶମ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠରେେ ପ୍ରାଥମିକ ଚିକିତ୍ସାପରେ ଋଭଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ଅଣାଯାଉଛି । ସେଠାରେ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରାଯିବ । ଦୁର୍ଘଟଣା ପରେ ସାମ୍ନାକୁ ଆସିଥିବା ଫଟୋରେ ପନ୍ତ ହସ୍ପିଟାଲ ବେଡରେ ଶୋଇଥିବା ବେଳେ ତାଙ୍କ ମୁଣ୍ଡରେ ପଟି ପଡ଼ିଛି । ସେହିପରି ଆଉ କିଛି ଫଟୋରେ ତାଙ୍କ ପିଠି ଓ ହାତରେ ଗଭୀର କ୍ଷତଚିହ୍ନ ରହିଥିବା ଦେଖିବାକୁ ମିଳିଛି ।

ଉତ୍ତରାଖଣ୍ଡ ପୁଲିସ ଡିଜି ଅଶୋକ କୁମାର ଦୁର୍ଘଟଣା ଖବରକୁ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ପନ୍ତ ଏକାକୀ ଗାଡ଼ି ଭିତରେ ଥିଲେ । ଦୁର୍ଘଟଣା ପରେ ଗାଡ଼ିରେ ନିଆଁ ଲାଗି ଯିବାରୁ ପନ୍ତ ୱିଣ୍ଡସ୍କ୍ରିନ ଭାଙ୍ଗି ଠିକଣା ସମୟରେ ବାହାରକୁ ଚାଲି ଆସିଥିଲେ । ଗାଡ଼ିର ବେଗ ଅଧିକ ଥିବାରୁ ଦୁର୍ଘଟଣା ପରେ ଏଥିରେ ନିଆଁ ଲାଗି ଯାଇଥିଲା ।

ତେବେ ସୌଭାଗ୍ୟବଶତଃ ପନ୍ତ ଗାଡ଼ି ବାହାରକୁ ଚାଲି ଆସିଥିଲେ । ତେଣୁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇଯାଇଛି।କିନ୍ତୁ ସେ ଦୁର୍ଘଟଣା ଯୋଗୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ, ଆଣ୍ଠୁ ଓ ଶରୀର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି । ସମ୍ଭବତଃ ତାଙ୍କ ଗୋଡ଼ ମଧ୍ୟ ଭାଙ୍ଗି ଯାଇଛି ।

Share this story

World Odia Language Conferene