ଛାଡପତ୍ର ପରେ ପତ୍ନୀଙ୍କୁ ପୁଣି ଡାକିଲା ସ୍ୱାମୀ, ନଆସିବାରୁ ଏଚ୍‌ଆଇଭି (HIV) ସଂକ୍ରମିତ ରକ୍ତ ଦେଇଦେଲା ସ୍ୱାମୀ...

After divorce husband took revenge by injecting HIV tested blood in former wife

ଓଡ଼ିଆ ଗସିପ ବ୍ୟୁରୋ: ମହିଳା ଜଣଙ୍କ ପୂର୍ବ ସ୍ୱାମୀଙ୍କ ପାଖକୁ ଫେରିବାକୁ ମନା କରିବାରୁ ସେ ଏଭଳି କ୍ରୋଧର ଶିକାର ହୋଇଛନ୍ତି । ପୂର୍ବତନ ପତ୍ନୀ ଉପରେ ଏତେ ରାଗ ଯେ ତାଙ୍କୁ କିଛି ଅଲଗା ଉପାୟରେ ଦଣ୍ଡ ଦେଇଛନ୍ତି ରାଗରେ ଜର୍ଜରିତ ଥିବା ସ୍ୱାମୀ ।

ଡିଭୋର୍ସ ହୋଇଯାଇଛି, ତଥାପି ସ୍ୱାମୀଙ୍କ ରାଗ ଚରମ ସୀମାରେ ପହଞ୍ଚିଛି । ଡିଭୋର୍ସ ପରେ ବି ପତ୍ନୀକୁ ପାନେ ଦେବାକୁ ସ୍ୱମୀ ଉପାୟ ଖୋଜୁଥିଲା । ହଠାତ୍ ଦିନେ ଏମିତି କିଛି ବାହାନା କରି ପତ୍ନୀକୁ ଘରକୁ ଡାକିଲା । କିନ୍ତୁ ପତ୍ନୀ ଆଉ ଘରକୁ ଫେରିବାକୁ ମନା କରିବାରୁ ଏଚ୍‌ଆଇଭି (HIV) ସଂକ୍ରମିତ ରକ୍ତ ଦେଇଦେଲା ସ୍ୱାମୀ ।

ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ମହିଳା । ଏଭଳି ଏକ ଲଜ୍ଜାଜନକ ତଥା ସାଂଘାତିକ ଘଟଣା ଘଟିଛି ଗୁଜରାଟର ସୁରଟରେ । ମହିଳା ଜଣଙ୍କ ପୂର୍ବ ସ୍ୱାମୀଙ୍କ ପାଖକୁ ଫେରିବାକୁ ମନା କରିବାରୁ ଏଭଳି କ୍ରୋଧର ଶିକାର ହୋଇଛନ୍ତି ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ତୁନିଶା ଶର୍ମାଙ୍କ ପରେ ଆଉଜଣେ ଅଭିନେତ୍ରୀଙ୍କ ମୃତ୍ୟୁ, ଗାଡିରେ ଆସିଲେ ଗୁଳି କଲେ ଚାଲିଲେ

ପରେ ମହିଳାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କର ପରୀକ୍ଷା ନିରିକ୍ଷା ଚାଲିଛି । କିଛି ମାସ ପରେ ସେ ସୁସ୍ଥ ହୋଇଯିବେ ବୋଲି ଡାକ୍ତର ଆଶ୍ୱାସନା ଦେଇଛନ୍ତି ।

ସେପଟେ ପୋଲିସ ଉକ୍ତ ବ୍ୟକ୍ତି ବା ସ୍ୱାମୀକୁ ଗିରଫ କରିଛି । ଅଭିଯୁକ୍ତର ନାଁ ଶଙ୍କର କାମ୍ବଲେ । ପଚରାଉଚରା ବେଳେ ଶଙ୍କର କହିଛି ଯେ, ସେ ପ୍ଲାନ ମୁତାବକ ମହିଳାଙ୍କୁ ଏକ ଖାଲି ସ୍ଥାନକୁ ଡାକି ନେଇଥିଲା । ସେଠାରେ ଏକ ଇଞ୍ଜେକ୍‌ସନ ସିରିଞ୍ଜ ଦ୍ୱାରା ମହିଳାଙ୍କ ଶରୀରରେ ଏଚ୍‌ଆଇଭି ସଂକ୍ରମିତ ରକ୍ତ ଭରିଥିଲା । ଆଉ ମହିଳା ଜଣଙ୍କ ଅଚେତ୍ ହୋଇପଡ଼ିଥିଲେ ।

ପରେ ପୋଲିସ ପଚାରିଥିଲା ଯେ, ଏଚ୍‌ଆଇଭି ରକ୍ତ କେଉଁଠୁ ଆସିଲା । ଶଙ୍କର କାମ୍ବଲେର କହିବା ମୁତାବକ ସେ ଏକ ମେଡିକାଲର ଏଚ୍‌ଆଇଭି ୱାର୍ଡକୁ ଯାଇ ଜଣେ ସଂକ୍ରମିତଙ୍କଠାରୁ ରକ୍ତ ପରୀକ୍ଷା ନାଁରେ ନମୁନା ସଂଗ୍ରହ କରିଥିଲା । ସେହି ରକ୍ତକୁ ସେ ମହିଳାଙ୍କ ଶରୀରରେ ଇଞ୍ଜେକ୍ଟ କରିଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ସୁଶାନ୍ତଙ୍କ ଗୋଡ଼, ହାତ ଭଙ୍ଗା ଯାଇଥିଲା, ଦେହରେ ଥିଲା ୩ଟା କ୍ଷତାକ୍ତ...ପୋଷ୍ଟ୍ ମର୍ଟମ କରିଥିବା କୁପର୍ ହସ୍ପିଟାଲ୍ ର କର୍ମଚାରୀଙ୍କ ସାଙ୍ଘାତିକ ବୟାନ

ଅନ୍ୟପଟେ ମହିଳାଙ୍କ କହିବାନୁଯାୟୀ, ଶଙ୍କର କାମ୍ବଲେ ତାଙ୍କ ଚରିତ୍ର ପ୍ରତି ସବୁବେଳେ ସନ୍ଦେହ କରୁଥିଲେ । ଆଉ ସେଥିପାଇଁ ନାନା ନିର୍ଯାତନା ବି ଦେଉଥିଲେ । ଗତ ଦୁଇ ମାସ ହେବ ସେମାନଙ୍କର ଡିଭୋର୍ସ ହୋଇଛି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

Share this story