୨୦୨୪ ଟି-୨୦ ବିଶ୍ବକପ୍‌ ଟିମ୍‌ରେ ମିଳିଲାନି ସୁଯୋଗ, ନିରାଶ ହେଲେ ଏହି ୬ ଷ୍ଟାର କ୍ରିକେଟର
 

6 India players who were not part of the T20 World Cup 2024 Squad
ନିରାଶ ହେଲେ ୬ କ୍ରିକେଟର 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି। ଚଳିତ ଟି-୨୦ ବିଶ୍ୱକପରେ ଭାରତୀୟ ଟିମ୍‌ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ପଡିଆକୁ ଓହ୍ଲାଉଥିବା ବେଳେ ଖରାପ ଫର୍ମ ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ସ୍କ୍ୱାଡରେ ରଖାଯାଇଛି। ସେ ଉପ ଅଧିନାୟକ ପଦ ପୂର୍ବ ଭଳି ବଜାୟୀ ରଖିଛନ୍ତି।

ତେବେ ଏହାରି ମଧ୍ୟରେ ବଡ କଥା ହେଉଛି ୬ ଜଣ ଭେଟେରାନ୍‌ଙ୍କୁ ଦଳ ନିରାଶ କରିଛି । ବିଶ୍ବକପ୍‌ ଟିମ୍‌ରେ ସାମିଲ ହେବାକୁ ଏମାନେ ପ୍ରବଳ ଦାବିଦାର ଥିଲେ ବି ୬ ଜଣଙ୍କ ଉପରେ ଭରସା କରିନାହାନ୍ତି ଚୟନକର୍ତ୍ତା କମିଟି ।

ଅଧିକ ପଢନ୍ତୁ : ଆପଣଙ୍କ ହୋଇଛି କି କିଡନୀ ଷ୍ଟୋନ୍ ? ଏହି ଲକ୍ଷଣଗୁଡ଼ିକ ଦେଖା ଦେଲେ କରନ୍ତୁନି ଅଣଦେଖା 

ଲୋକେସ ରାହୁଲଙ୍କୁ ବିଶ୍ବକପ୍‌ ଟିମ୍‌ରେ ସାମିଲ କରାନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେହିଭଳି ଋତୁରାଜ ଗାଏକ୍ବାଡ ବି ନିରାଶ ହୋଇଛନ୍ତି । ଅନ୍ୟପଟେ ଦିନେଶ କାର୍ତ୍ତିକଙ୍କୁ ବି ମିଳିନି ସୁଯୋଗ । ସେହିଭଳି ଇଶାନ କିସାନ ବି ନିରାଶ ହୋଇଛନ୍ତି । ସେହିଭଳି ମହମ୍ମଦ ସାମିଙ୍କୁ ବିଶ୍ବକପ୍‌ ସ୍କ୍ବାଡରେ ସାମିଲ କରାଯିବା ନେଇ ଆଶା ରହିଥିଲା । କିନ୍ତୁ ସମ୍ଭବତଃ ଆହତ କାରଣରୁ ତାଙ୍କୁ ଟିମ୍‌ରେ ସାମିଲ କରାଯାଇ ନାହିଁ । 

ସେହିଭଳି ଭେଟେରାନ ତଥା ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ବିଶ୍ବକପ୍‌ ପାଇଁ ଦାବିଦାର ଥିଲେ । କିନ୍ତୁ ତାଙ୍କୁ ସୁଯୋଗ ମିଳିନାହିଁ । ଏମାନଙ୍କ ବ୍ୟତିତ ଶୁଭମନ ଗିଲ୍‌, ରିଙ୍କୁ ସିଂ, ଅଭେସ ଖାନଙ୍କ ଭଳି ଖେଳାଳି ବି ନରାଶ ହୋଇଛନ୍ତି । ଅବଶ୍ୟ ଏହି ୩ ଜଣଙ୍କୁ ରିଜର୍ଭ ଖେଳାଳି ଭାବେ ଦଳରେ ନିଆଯାଇଛି । କିନ୍ତୁ ଆଶା କରାଯାଉଥିବା ଗିଲ୍‌ ଓ ରିଙ୍କୁଙ୍କୁ ୧୫ ଜଣିଆ ଦଳରେ ସ୍ଥାନ ମିଳିବ ।

ଏମାନଙ୍କ ଛଡା ସାଇ ସୁଦର୍ଶନ, ଦୀପକ ଚହର, ଶାର୍ଦ୍ଦୁଲ ଠାକୁର, ରଜତ ପଟିଦାର, ତିଲକ ବର୍ମା, ରିଆନ ପରାଗ, ଦେବଦତ୍ତ ପାଡିକଲଙ୍କ ଭଳି ଷ୍ଟାର ଖେଳାଳି ବିଶ୍ବକପ୍‌ ରେସ୍‌ରେ ଥିଲେ।

ଅଧିକ ପଢନ୍ତୁ : କେବେ ବି ହେବନି ଫ୍ୟାଟି ଲିଭର, ବାସ୍ ଖାଆନ୍ତୁ ଏହି ଖାଦ୍ୟ, ଦୂର ହେବ ଲିଭର ସମସ୍ୟା!

T20 ବିଶ୍ବକପ୍‌ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା, ଯଶସ୍ୱୀ ଜସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ସଞ୍ଜୁ ସାମସନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ ୟୁଜଭେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ।

ଷ୍ଟାଣ୍ଡବାଏ : ଶୁବମନ୍‌ ଗିଲ, ରିଙ୍କୁ ସିଂହ, କେ. ଅହମ୍ମଦ, ଅବେଶ ଖାନ୍ ।

ଅଧିକ ପଢନ୍ତୁ : ପ୍ରତିଦିନ ହେଉଛି କି ପାଦ ଯନ୍ତ୍ରଣା ? ସାବଧାନ! ହୋଇପାରେ ହାର୍ଟ ଷ୍ଟ୍ରୋକ୍‌ର ଲକ୍ଷଣ
 

Share this story