ଲିଭ୍-ଇନ୍ ପାର୍ଟନରଙ୍କୁ ଦୁଷ୍କର୍ମ ଅଭିଯୋଗ; ପଶୁପକ୍ଷୀଙ୍କ ଭଳି ପ୍ରତି ଋତୁରେ ପାର୍ଟନର ବଦଳାଇବା...ଆହ୍ଲାବାଦ ହାଇକୋର୍ଟ
 

Live in relationship cannot provide stability and security
ପଶୁପକ୍ଷୀଙ୍କ ଭଳି ପ୍ରତି ଋତୁରେ ପାର୍ଟନର ବଦଳାଇବା ସୁସ୍ଥ ଏବଂ ସଭ୍ୟ ସମାଜର ଲକ୍ଷଣ ନୁହେଁ, ଆହ୍ଲାବାଦ ହାଇକୋର୍ଟ

ଓଡ଼ିଆ ଗସିପ୍ ବ୍ୟୁରୋ: ପଶୁପକ୍ଷୀଙ୍କ ଭଳି ପ୍ରତି ଋତୁରେ ପାର୍ଟନର ବଦଳାଇବାର ଧାରା ଏକ ସୁସ୍ଥ ଏବଂ ସଭ୍ୟ ସମାଜର ଲକ୍ଷଣ ନୁହେଁ। ବିବାହରେ ବ୍ୟକ୍ତିଙ୍କୁ ଯେଉଁ ସୁରକ୍ଷା ଏବଂ ସାମାଜିକ ସ୍ବୀକୃତି ମିଳିଥାଏ ତାହା ଲିଭ୍-ଇନ୍-ରିଲେସନ୍ସିପରେ ମିଳି ନ ଥାଏ। ଏହି ସମ୍ବନ୍ଧ ବହୁତ ଆକର୍ଷଣୀୟ ଲାଗିଥାଏ। ଧାରାବାହିକ, ୱେବ୍ ସିରିଜ ଏବଂ ଫିଲ୍ମ ଦେଖି ଯୁବ ବର୍ଗ ଏଥିପ୍ରତି ଆକର୍ଷିତ ହୋଇଥାନ୍ତି। କିନ୍ତୁ ସମୟ ବିତିବା ସହିତ ଏହି ସମ୍ପର୍କକୁ କୌଣସି ସାମାଜିକ ସ୍ବୀକୃତି ମିଳି ନ ଥାଏ ବୋଲି ସେମାନେ ଅନୁଭବ କରିଥାନ୍ତି। ଏହା ଦ୍ବାରା ଯୁବ ଗୋଷ୍ଠୀ ନିରାଶ ହୋଇଥାନ୍ତି।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ଭାରତରେ ବିବାହ ସଂସ୍କୃତିକୁ ଧ୍ବଂସ କରିବା ପାଇଁ ଏକ ସମ୍ପୂର୍ଣ୍ଣ ବ୍ୟବସ୍ଥା କାର୍ଯ୍ୟ କରୁଛି। ଚଳଚ୍ଚିତ୍ର ଏବଂ ଧାରାବାହିକ ମାଧ୍ୟମରେ ପରକୀୟା ପ୍ରୀତି ଭଳି ସମ୍ବନ୍ଧକୁ ପ୍ରୋତ୍ସାହନ ଦିଆଯାଉଛି। ଏମାନେ ସମାଜକୁ କଳୁଷିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ବିବାହିତା ଲିଭ୍-ଇନ୍ ପାର୍ଟନରଙ୍କୁ ଦୁଷ୍କର୍ମ ଅଭିଯୋଗ ଲାଗିଥିବା ଅଦନାନକୁ ଜାମିନ ଦେଇ ଆହ୍ଲାବାଦ ହାଇକୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ସହରାନପୁରର ଅଦନାନଙ୍କ ବିରୋଧରେ ତାଙ୍କ ପାର୍ଟନର ଦୁଷ୍କର୍ମ ଅଭିଯୋଗ ଲଗାଇ ଥିଲେ। ଏହି ସମୟରେ ମହିଳା ଗର୍ଭବତୀ ହୋଇଥିଲେ। ଏହାକୁ ନେଇ ଜଷ୍ଟିସ ସିଦ୍ଧାର୍ଥଙ୍କ ଏକକ ଖଣ୍ଡପୀଠ କହିଥିଲେ ଯେ ଅନେକ ବିକଶିତ ଦେଶରେ ବିବାହ ବ୍ୟବସ୍ଥାକୁ ବଞ୍ଚାଇବା କାଠିକର ହୋଇଯାଇଛି। ଭାରତରେ ଯଦି ଏହା ଚାଲେ ତେବେ ଭବିଷ୍ୟତରେ ବଡ଼ ସମସ୍ୟା ସୃଷ୍ଟି ହେବ। ନିଜ ପରିବାର ସହ ଭଲ ସମ୍ବନ୍ଧ ରଖି ନ ଥିବା ବ୍ୟକ୍ତି ଦେଶର ଉନ୍ନତିରେ ଯୋଗଦାନ ଦେଇପାରେ ନାହିଁ। 

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ଏଭଳି ପୁରୁଷ ଏବଂ ମହିଳାଙ୍କ ନିକଟରେ କୌଣସି ଆଧାର ନ ଥାଏ। ଗୋଟିଏରୁ ଆଉ ଗୋଟିଏ ସମ୍ବନ୍ଧକୁ ଗଲେ ଜୀବନରେ ସନ୍ତୋଷ ମିଳି ନ ଥାଏ। ଏଭଳି ସମ୍ବନ୍ଧରୁ ଜନ୍ମିତ ଶିଶୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ମାତାପିତା ଅଲଗା ହୋଇଗଲେ ଶିଶୁ ସମାଜ ପାଇଁ ବୋଝ ପାଲଟି ଯାଆନ୍ତି।

Share this story