'ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପଛରେ ରହିଛନ୍ତି ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା', ରହସ୍ୟ ଖୋଲିବେ ଏହି ନେତା !

who is the influential person of coastal belt who conspired to kill Naba Das

ଓଡ଼ିଆ ଗସିପ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ସନ୍ଦେହ ବଢୁଥିବା ବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଏକ ବୟାନ ରାଜନୈତିକ ମହଲରେ ହଲଚଲ କଲା ଭଳି ସ୍ଥିତି ଉପୁଜିଛି । ସେ ସିଧାସଳଖ କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟା ପଛରେ ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତାଙ୍କ ହାତ ରହିଛି ।

ନବ ଦାସଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ପ୍ରଭାବଶାଳୀ ନେତା! ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ । ଯାହା ରାଜନୈତିକ ମାହୋଲ କୁ ସରଗରମ କରିଛି ।

ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ୮ ଦିନ ବିତିଗଲାଣି, ହେଲେ ରହସ୍ୟ ଭେଦ କରିବାକୁ ସମର୍ଥ ହୋଇନାହିଁ କ୍ରାଇମବ୍ରାଞ୍ଚ । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟାକାଣ୍ଡରେ ପ୍ରଭାବଶାଳୀଙ୍କ ସଂପୃକ୍ତି ରହିଛି ।

ଅଧିକ ପଢ଼ନ୍ତୁ : ରାଉରକେଲା ସାରନଗରୀ ଅଞ୍ଚଳରେ ଡ଼ବଲ ମର୍ଡର; ଜୀବନ ହାରିଲେ ଦୁଇ ଯୁବକ, କାରଣ ଖୋଜୁଛି ପୋଲିସ

କେବଳ ସେତିକି ସେ ଅଟକି ଯାଇନାହାନ୍ତି, ସମସ୍ତଙ୍କୁ ଚମକାଇ ଦେବା ଭଳି ଅଭିଯୋଗ କରିଛନ୍ତି ଯେ ନବ ଦାସଙ୍କ ହତ୍ୟା ପଛରେ ଉପକୂଳ ଓଡ଼ିଶାର ପ୍ରଭାବଶାଳୀ ନେତାଙ୍କ ହାତ ରହିଛି ।  ତେବେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଅଭିଯୋଗ ହେଉଛି…

ସେ ଏଠି ବହୁ ଦିଗ ଉପରେ ଆଙ୍ଗୁଠି ଉଠାଇଛନ୍ତି ଯେମିତି କି, ହତ୍ୟା ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର । ମନ୍ତ୍ରୀ ନବ ଦାସଙ୍କ ବଡ଼ ବ୍ୟବସାୟିକ କାରବାର ଥିଲା । ବ୍ୟବସାୟିକ ସାମ୍ରାଜ୍ୟକୁ ହାତେଇବାକୁ ହୋଇଛି ଷଡ଼ଯନ୍ତ୍ର । ବ୍ୟବସାୟ ପାଇଁ ରାଜନୈତିକ ହତ୍ୟା ସନ୍ଦେହ । ସିବିଆଇ ତଦନ୍ତ ହେଲେ ସାମନାକୁ ଆସିବ ସତ ବୋଲି ବିଧାୟକ ଜଣଙ୍କ ମତ ବାଢ଼ିଛନ୍ତି ।

ଅଧିକ ପଢ଼ନ୍ତୁ : ଭିନ୍ନକ୍ଷମଙ୍କ ପତ୍ନୀଙ୍କୁ ବି ଛାଡିଲେନି ମଣିଷ ରୂପୀ ରାକ୍ଷସ, ଦୁଷ୍କର୍ମ ପରେ ସ୍ୱାମୀଙ୍କୁ ଆକ୍ରମଣ କରିବାକୁ ପଛେଇଲେନି...

ବିଜେପି ବିଧାୟକଙ୍କ ଭଳି ହତ୍ୟା ପଛରେ ଷଡ଼ଯନ୍ତ୍ରର ଅଭିଯୋଗ ଦୋହରାଇଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ହେଲେ ବିରୋଧୀଙ୍କ ଏପରି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ତେବେ ଏଠି ପ୍ରଶ୍ନ ଉଠୁଛି…

କେତେ ସତ ବିଜେପି ବିଧାୟକଙ୍କ ଅଭିଯୋଗ? କିଏ ସେହି ଉପକୂଳ ଓଡ଼ିଶାର ନେତା, କାହିଁକି ନାଁ କହୁନାହାନ୍ତି ସୁବାସ? ପଶ୍ଚିମ ଓଡ଼ିଶାରେ କ’ଣ ରହିଛି ଉପକୂଳ ଓଡ଼ିଶା ନେତାଙ୍କ ସ୍ୱାର୍ଥ? ଅଭିଯୋଗର ଆଧାର ଅଛି ନା’ କେବଳ ରାଜନୈତିକ ବୟାନବାଜି? ଏସବୁ ପ୍ରଶ୍ନର ଉତ୍ତର କେବେ ଏହି ନେତାମାନେ ଦେବେ ତାହା ଦେଖିବାକୁ ବାକି ରହିଲା ।

Share this story