ରାଉରକେଲା ସାରନଗରୀ ଅଞ୍ଚଳରେ ଡ଼ବଲ ମର୍ଡର; ଜୀବନ ହାରିଲେ ଦୁଇ ଯୁବକ, କାରଣ ଖୋଜୁଛି ପୋଲିସ

Double murder in Rourkela creates panic in Sector area

ଓଡ଼ିଆ ଗସିପ ବ୍ୟୁରୋ: ଇସ୍ପାତନଗରୀ ରାଉରକେଲାରେ ଦିନକୁ ଦିନ ବଢ଼ି ଚାଲିଛି ଅପରାଧିକ କାର୍ଯ୍ୟକଳାପ । କେତେବେଳେ ଗୁଳି ଫୁଟିଛି ତ ପୁଣି କେତେବେଳେ ସାମ୍ନାକୁ ଆସୁଛି ଛାତିଥରା ହତ୍ୟାକାଣ୍ଡର କାହାଣୀ । ଗତ ଶନିବାର ସନ୍ଧ୍ୟା ସମୟରେ ଦୁଇ ଜଣ ଯୁବକଙ୍କୁ ଅତି ନିର୍ମମ ହତ୍ୟା କରାଯାଇଛି ।

ହତ୍ୟାକାଣ୍ତର ଶିକାର ହୋଇ ମୃତ୍ୟୁବରଣ କରିଥିବା ଦୁଇ ଜଣ ଯୁବକ ହେଉଛନ୍ତି ସାରନଗରୀ ଲାଲଟାଙ୍ଗୀ ଅଞ୍ଚଳର ଇନ୍ଦ୍ରଜିତ ସ୍ୱାଇଁ ଓ ସଞ୍ଜୟ ଦାସ ।

ଅଧିକ ପଢ଼ନ୍ତୁ : ଭିନ୍ନକ୍ଷମଙ୍କ ପତ୍ନୀଙ୍କୁ ବି ଛାଡିଲେନି ମଣିଷ ରୂପୀ ରାକ୍ଷସ, ଦୁଷ୍କର୍ମ ପରେ ସ୍ୱାମୀଙ୍କୁ ଆକ୍ରମଣ କରିବାକୁ ପଛେଇଲେନି...

ସୂଚନା ମୁତାବକ, ରାଉରକେଲା ସାରନଗରୀ ସେକ୍ଟର-୨୨ ଅନ୍ତର୍ଗତ କନ୍‌ଷ୍ଟ୍ରକ୍‌ସନ୍‌ କଲୋନୀ ଅଞ୍ଚଳରେ ଦୁଇ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ହତ୍ୟାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଜମି କିଣା ବିକାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।

ଦୁଇ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ଇନ୍ଦ୍ରଜିତଙ୍କ ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ପରିବାର ଲୋକଙ୍କ କହିବା ମୁତାବିକ ଇନ୍ଦ୍ରଜିତ ଓ ସଞ୍ଜୟ ଗଞ୍ଜୁ ନାମକ ଜଣେ ଯୁବକଙ୍କ ଘରକୁ ଯାଇଥିଲେ ।

ସେଠାରେ ଗଞ୍ଜୁ ଓ ତା ସ୍ତ୍ରୀ ସହ କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଗଞ୍ଜୁ ଓ ତା ସ୍ତ୍ରୀ ଦୁଇ ଜଣଙ୍କୁ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ଘଟଣାର ଖୋଲତାଡ଼ ଆରମ୍ଭ କରିଥିଲା ।

ଅଧିକ ପଢ଼ନ୍ତୁ : 'ଗୋବିନ୍ଦ ସାହୁ ଆତ୍ମହତ୍ୟା ପରି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ହେବ ଚାପ୍ଟର କ୍ଲୋଜ୍'

ସୂଚନା ଅନୁଯାୟୀ, ହତ୍ୟାକାଣ୍ଡରେ ୬ ଜଣଙ୍କ ସଂପୃକ୍ତି ରହିଥିବା ବେଳେ, ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ । ଜମି କିଣା ବିକାରେ ମଧ୍ୟସ୍ଥି ରହିବା ଓ ଟଙ୍କା ପଇସା ହିସାବ ଠିକ୍ ନ ରହିବା ହତ୍ୟାକାଣ୍ଡର ପ୍ରକୃତ କାରଣ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡି଼ଛି ।

ଅନ୍ୟପଟେ ହତ୍ୟାକାଣ୍ତର ମୁଖ୍ୟ ଅଭିଯୁକ୍ତ ଦମ୍ପତ୍ତି ଫେରାର ଅଛନ୍ତି। ଖୁବଶୀଘ୍ର ହତ୍ୟାକାଣ୍ତର ପ୍ରକୃତ କାରଣ ଜଣାପଡି଼ବ ବୋଲି ପୋଲିସ କହିଛି । କଡା଼ ସୁରକ୍ଷା ଭିତରେ ଆଜି ଉଭୟ ଯୁବକଙ୍କ ମୃତଦେହକୁ ସତ୍କାର କରାଯାଇଛି ।

Share this story

World Odia Language Conferene