୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ, ଅମରଙ୍କ ଟିକେଟ୍ କାଟି ବର୍ଷାଙ୍କୁ ଟିକେଟ୍ ଦେଲା BJD
 

BJD announces its 6th list of candidates
୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ସୁପ୍ରିମୋ ନବୀନ

ଓଡ଼ିଆ ଗସିପ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ଷଷ୍ଠ ପର୍ଯ୍ୟାୟରେ ୯ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ଟିକେଟ୍ ଦେଇଛି ଦଳ । ବଡ଼ଚଣା ଆସନରୁ BJD ଟିକେଟରୁ ଲଢିବେ ବର୍ଷା । 

ତେବେ ବଡ଼ଚଣାର ବର୍ତ୍ତମାନର ବିଧାୟକ ତଥା ଟାଣୁଆ ନେତା ଅମର ଶତପଥୀଙ୍କ ଟିକେଟ୍ କୁ କାଟି ଦେଇଛି ଦଳ । ଅମରଙ୍କ ସ୍ଥାନରେ ବର୍ଷାଙ୍କୁ ଟିକେଟ୍ ଦେଇଛି ଦଳ । ବଡ଼ଚଣାରେ ୬ଥରର ବିଧାୟକ ଥିବା ଅମର ଏଥର ବେଶ୍ ବିବାଦୀୟ ଥିଲେ, ତେଣୁ ତାଙ୍କ ଟିକେଟ୍ କାଟି ଦେଇଛି ଦଳ ।

ଅଧିକ ପଢନ୍ତୁ : ଚାକିରିକୁ ନେଇ ସମସ୍ୟା ଦେଖା ଦେବା ସହ ଏହି ରାଶି ଲୋକଙ୍କ ପାଇଁ ବିବାହରେ ସମସ୍ୟା ଆସିବ! ପଢନ୍ତୁ ଆଜିର ରାଶିଫଳ 

ଚିଲିକା- ରଘୁନାଥ ସାହୁ
ବଡ଼ଚଣା-ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ
କେନ୍ଦ୍ରାପଡ଼ା- ଗଣେଶ୍ବର ବେହେରା
ଆନନ୍ଦପୁର- ଅଭିମନ୍ୟୁ ସେଠୀ
ସାରସକଣା- ଦେବାଶିଷ ମାରାଣ୍ଡି
କରଞ୍ଜିଆ- ବାସନ୍ତୀ ହେମ୍ବ୍ରମ
ଚମ୍ପୁଆ- ସନାତନ ମହାକୁଡ଼
ରେମୁଣା- ବିଦ୍ୟାସ୍ମିତା ମହାଳିକ
ସିମୁଳିଆ- ସୁଭାଷିନୀ ସାହୁ

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

ସୂଚନାଯୋଗ୍ୟ, ବିଜେଡି ବର୍ତ୍ତମାନ ସୁଦ୍ଧା ସମସ୍ତ ୨୧ ଲୋକସଭା ଓ ୧୩୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଆଉ ୧୩ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ।

ଅଧିକ ପଢନ୍ତୁ : ମାଡ଼ି ଆସୁଛି କାଳବୈଶାଖୀ, ଦୁଇଦିନ ଛେଚିବ ବର୍ଷା ! କମିବ ତାତି, ପୁଣି ଏହି ଦିନଠୁ ବଢିବ ତାପମାତ୍ରା
 

Share this story