ଭୁବନେଶ୍ୱର ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀ ଙ୍କ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ-ଏକାମ୍ର ପ୍ରକଳ୍ପ କାମ ବିଳମ୍ବ ହେଲା: କାର୍ତ୍ତିକ ପାଣ୍ଡିଆନ
 

V K Kartik Pandian target dharmendra and aparajita
ଏମାନଙ୍କ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ-ଏକାମ୍ର ପ୍ରକଳ୍ପ କାମ ବିଳମ୍ବ ହେଲା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ତିନି ବର୍ଷ ପୂର୍ବରୁ ସରିଯାଇଥାନ୍ତା। ଏକାମ୍ର ପ୍ରକଳ୍ପ କାମ ମଧ୍ୟ ଦୁଇ ବର୍ଷ ଆଗରୁ ସରିବା କଥା। କିନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀ ଓ ଭୁବନେଶ୍ବର ସାଂସଦଙ୍କ ପାଇଁ କାମ ବିଳମ୍ବ ହେଲା। ତେଣୁ କେବଳ ବିଧାୟକଙ୍କୁ ଜିତାଇଲେ ହେବନି। ବିଧାୟକଙ୍କ ସହ ସାଂସଦ ପ୍ରାର୍ଥୀଙ୍କୁ ମଧ୍ୟ ଜିତାଇବାକୁ ପଡିବ। 

ଏହାଦ୍ବାରା ମୁଖ୍ୟମନ୍ତ୍ରୀ ସ୍ବପ୍ନ ପୂରଣ ହୋଇପାରିବ ବୋଲି ଘସିପୁରାରେ ପ୍ରଚାର ବେଳେ କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ସାଂସଦ ଅଲଗା ଦଳ ହେଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ କାମରେ ବାଧା ଦେବେ ଓ ବିକାଶ କାମ ବିଳମ୍ବିତ ହେବ। 

ଅଧିକ ପଢନ୍ତୁ : ବ୍ରେନ୍‌ ଟ୍ୟୁମର କଣ ଓ କାହିଁକି ହୁଏ ? ଜାଣନ୍ତୁ କାରଣ ଓ ହେବା ପୂର୍ବରୁ ଶରୀରରେ ଲକ୍ଷଣ

ନିର୍ବାଚନ ସମୟରେ ବିଜେପିର ବଡ ବଡ ନେତାମାନେ ଆସିବେ, ବହୁ ପ୍ରତିଶୃତି ଦେବେ । ସେମାନଙ୍କୁ ପଚାରନ୍ତୁ ୨୦୧୪ରେ ଦରଦାମ କମାଇବା, ପେଟ୍ରୋଲ ଡିଜେଲ ଦର ହ୍ରାସ, ଡାଲି ଦର ହ୍ରାସ ନେଇ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏଯାଏଁ କାହିଁକି ପୂରଣ ହେଲାନି । ଏହା ହେଉଛି ବିଜେପିର ଅସଲ ଚେହେରା । 

ନିର୍ବାଚନ ସମୟରେ ପ୍ରତିଶୃତି ଦେଇ ପରେ ଭୁଲିଯାଆନ୍ତି । କେବଳ କୁମ୍ଭୀର କାନ୍ଦଣା କାନ୍ଦନ୍ତି, ନିର୍ବାଚନ ପରେ ଦେଖାମିଳନ୍ତି ନାହିଁ ବୋଲି ସେ କହିଛନ୍ତି । ଘଷିପୂରା ପୂର୍ବରୁ ତେଲକୋଇରେ ପ୍ରଚାର କରି ବିଜେଡିର ଲୋକସଭା ପ୍ରାର୍ଥୀ ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।

ଅଧିକ ପଢନ୍ତୁ : ହାର୍ଟ ଷ୍ଟ୍ରୋକ୍ ଭଳି ସମସ୍ୟା ନ ହେବା ପାଇଁ ଏହି ୪ ଟି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 
 

 

Share this story