ଓଡ଼ିଶାରେ ଟୁରିଷ୍ଟ ନେତାଙ୍କ କୌଣସି ପ୍ରଭାବ ପଡିବ ନାହିଁ, କେନ୍ଦ୍ର ବିଜେପି ନେତା ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ
 

Political tourists to have no impact on Odisha people said CM Naveen Patnaik
କେନ୍ଦ୍ର ବିଜେପି ନେତା ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେପି ଶାସିତ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କିଛି କେନ୍ଦ୍ରମନ୍ତ୍ରୀ ନିର୍ବାଚନ ସମୟରେ ଓଡ଼ିଶାକୁ ଟୁରିଷ୍ଟ ଭଳି ଆସୁଛନ୍ତି। ନିର୍ବାଚନ ବେଳେ ବଡ଼ ବଡ଼ ବୟାନ ରଖୁଛନ୍ତି, ତା’ପରେ ଦେଖା ଦେବେନି। ଏମାନଙ୍କୁ ଓଡ଼ିଶାର ଜନତା ବିଶ୍ବାସ କରନ୍ତି ନାହିଁ ଏବଂ ଏହି ଟୁରିଷ୍ଟ ନେତାଙ୍କ କୌଣସି ପ୍ରଭାବ ଓଡ଼ିଶାରେ ପଡିବ ନାହିଁ  ବୋଲି ନବୀନ ପଟ୍ଟନାୟକ କହିଛନ୍ତି।

ଅଧିକ ପଢନ୍ତୁ : ମେଷ ରାଶିରେ ମଙ୍ଗଳ ଚଳନ ଯୋଗୁଁ ସୃଷ୍ଟି ହେବ ରୁଚକ ରାଜଯୋଗ, ବଦଳିବ ଏହି ୪ ରାଶିର ଆର୍ଥିକ ସ୍ଥିତି!

ଜାତୀୟ ସମ୍ବାଦ ଏଜେନ୍ସି ପିଟିଆଇ ସହ କଥାବାର୍ତ୍ତା କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, “ଏଥର କିଛି ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ନିର୍ବାଚନ ସମୟରେ ଟୁରିଷ୍ଟ ଭଳି ଓଡ଼ିଶାକୁ ଆସୁଛନ୍ତି। ନିର୍ବାଚନ ପରେ ଏମାନେ ଅଦୃଶ୍ୟ ହୋଇଯିବେ। ଏମାନେ ଯାହାବି ବୟାନ ରଖିବେ ଏହାକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ କି ଏମାନଙ୍କ ଘନ ଘନ ଗସ୍ତ କିଛି ପ୍ରଭାବ ପକାଇବ ନାହିଁ।

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ଏଥି ସହିତ ନବୀନ ପଟ୍ଟନାୟକ ବିଜେପି ନେତାମାନଙ୍କ ଆଶାଳୀନ ବକ୍ତବ୍ୟକୁ ଦୁର୍ଭାଗ୍ୟଜନକ କହିଛନ୍ତି। ନବୀନ କହିଛନ୍ତି ନିର୍ବାଚନ ପାଇଁ ଓଡ଼ିଶା ଆସୁଥିବା ବିଜେପିର ଟୁରିଷ୍ଟ ନେତା ଅପମାନ ଓ ଆଶାଳୀନ ବକ୍ତବ୍ୟ ରଖୁଛନ୍ତି।


 

ସେମାନଙ୍କ ବୟାନ ଦୁର୍ଭାଗ୍ୟଜନକ। ସେମାନେ ଯେଉଁ ଭଳି ଅପମାନସୂଚକ ଶବ୍ଦ ପ୍ରୟୋଗ କରୁଛନ୍ତି, ତାକୁ ଓଡିଶାବାସୀ କଦାପି ଗ୍ରହଣ କରିବେ ନାହିଁ।

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 
 

Share this story