ଆଜି ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ଓଡ଼ିଶା, ମୋଦୀ, ନବୀନ, ପାଣ୍ଡିଆନ କରିବେ ରୋଡ଼ ଶୋ’
 

PM Modi addresses a public meeting in Odishas Berhampur
ବ୍ରହ୍ମପୁରରେ ମୋଦୀ, କଳାହାଣ୍ଡିରେ ନବୀନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ପ୍ରଚାରରେ କମ୍ପିବ ଓଡ଼ିଶା। ରାଜ୍ୟରେ ତିନି ପ୍ରମୁଖ ଦଳ ପକ୍ଷରୁ ଜୋରଦାର ନିର୍ବାଚନ ପ୍ରଚାର ହେଉଥିବା ବେଳେ ଆଜି ବିଜେପି ଓ ବିଜେଡି ପକ୍ଷରୁ ହାଇଭୋଲଟେଜ୍‌ ପ୍ରଚାର ହେବ। ସୋମବାର ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟରେ ପ୍ରଚାର କରିବେ। ଅନୁରୂପ ଭାବେ ବିଜୁ ଜନତା ଦଳ ପକ୍ଷରୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର କରିବେ।

ଗତ ରାତିରେ ଓଡ଼ିଶାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ । ସକାଳ ୧୦ଟାରେ ବ୍ରହ୍ମପୁର ଏବଂ ଦିନ ସାଢ଼େ ୧୨ଟାରେ ନବରଙ୍ଗପୁର ପାପଡ଼ାହାଣ୍ଡିରେ ପ୍ରଧାନମନ୍ତ୍ରୀଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି। 

ବ୍ରହ୍ମପୁର ସହର ଉପକଣ୍ଠ କନିଷିରେ ସାଧାରଣ ସଭାକୁ ଉଦବୋଧନ ଦେବେ ମୋଦୀ। ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ରହିବେ ପ୍ରଧାନମନ୍ତ୍ରୀ। ବ୍ରହ୍ମପୁର କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ନବରଙ୍ଗପୁର ଜନସଭାରେ ଯୋଗଦେବେ। ନିର୍ବାଚନ ତାରିଖ ଘୋଷଣା ହେବା ପରେ ମୋଦୀ ପ୍ରଥମ ଥର ପାଇଁ ପ୍ରଚାର କାର୍ଯ୍ୟକ୍ରମରେ ଓଡ଼ିଶା ଆସିଛନ୍ତି ।

ଅଧିକ ପଢନ୍ତୁ : ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିେବା ସହ ନିଜ ଲୋକ ଶତ୍ରୁ ସାଜିବେ! ପଢନ୍ତୁ ଆଜିର ରାଶିଫଳ  

ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ଖଡ଼ିଆଳ ଓ ଭବାନୀପାଟଣାରେ ସେ ଦୁଇଟି ସାଧାରଣ ସଭାରେ ଯୋଗ ଦେବେ । ସୋମବାର ଦିନ ୧୧ଟା ୫ରେ କଳାହାଣ୍ଡି ଭବ ଶ୍ରୀକୃଷ୍ଣନଗରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଏହି ସମୟରେ କଳାହାଣ୍ଡି ଲୋକସଭା କ୍ଷେତ୍ରର ବିଧାୟକ ଓ ସାଂସଦ ପ୍ରାର୍ଥୀ ଉପସ୍ଥିତ ରହିବେ । 

ଏହାପରେ ନୂଆପଡ଼ା ଜିଲ୍ଲାର ଖଡ଼ିଆଳରେ ବିଶାଳ ଜନସଭାକୁ ଉଦବୋଧନ ଦେବେ ନବୀନ । ୧୨ଟା ୧୦ରେ ଖଡ଼ିଆଳରେ ପହଞ୍ଚି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ନବୀନଙ୍କ ଗସ୍ତକୁ ନେଇ ଦଳୀୟ କର୍ମୀ ଉତ୍ସାହିତ ଥିବା ବେଳେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଭରିରହିଛି । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩ ତାରିଖରେ କଳାହାଣ୍ଡି ସହ ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦକ୍ଷିଣ ଓଡ଼ିଶାର ୪ଟି ସ୍ଥାନରେ ମାରାଥନ ନିର୍ବାଚନ ପ୍ରଚାର କରିଥିବା ବେଳେ ବିଜେଡିର ଦୁଇ ନମ୍ବର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜାରି ରଖିଛନ୍ତି। ଆଜି ମଧ୍ୟ କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ । ଗୋପାଳପୁରରେ ମେଗା ରୋଡ୍ ଶୋ’ କରିବେ ପାଣ୍ଡିଆନ ।

ଅଧିକ ପଢନ୍ତୁ : ମନରେ ଦୁଶ୍ଚିନ୍ତା ଓ ଅସ୍ଥିରତା ଦେଖା ଦେବା ସହ ଚିନ୍ତାରେ ବୁଡ଼ି ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ
 

Share this story