ନିର୍ବାଚନ ଲଢ଼ିବେ ବର୍ଷା ! ରାଜନୀତି ମୈଦାନରେ ଅନୁଭବଙ୍କ ସହ ହେବେ ମୁହାଁମୁହିଁ!
 

Ollywood Actress Varsha Priyadarshini Joins BJD
ଶଙ୍ଖ ଧରିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ଷା ଅନୁଭବଙ୍କ ରିଏଲ ଯୋଡ଼ିର ପୂର୍ଣ୍ଣଚ୍ଛେଦ ପଡିଯାଇଛି । ବିରୋଧୀ ଭାବରେ ଆଗକୁ କିପରି ରହିବ ଅଭିମୁଖେ ତାହା ଦେଖିବାକୁ ବାକି ରହିଲା ।କାହିଁକି ନା ଆଜି ବିଜେଡିରେ ମିଶିଲେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କିଛିଦିନ ତଳେ ବର୍ଷାଙ୍କର ପୂର୍ବତନ ସ୍ୱାମୀ ବିଜେଡି ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।

ହେଲେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ବର୍ଷା ଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର।ସସ୍ମିତ ପାତ୍ର କହିଥିଲେ , ଆଜି ଏକ ଖୁସିର ଦିନ। ବର୍ଷା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ତାରକା, ଲେଖିକା, ସମାଜସେବୀ, ନାରୀ ସଶକ୍ତିକରଣ କ୍ଷେତ୍ରରେ ବି ତାଙ୍କ ଯୋଗଦାନ ଉଲ୍ଲେଖନୀୟ।

ଆଧିକ ପଢନ୍ତୁ : ଦମ୍ପତିଙ୍କ ଭିତରେ ଏତିକି ବୟସ ପାର୍ଥକ୍ୟ ରହିବା ଉଚିତ୍..ନଚେତ ବୈବାହିକ ଜୀବନରେ ଦେଖାଦେବ ଅଶାନ୍ତି!

ନିମକି ଫିଲ୍ମରେ ବର୍ଷା ଯେପରି ନବୀନ ବାବୁ ଓ ବିଜୁ ବାବୁଙ୍କ ନେତୃତ୍ୱ ପାଇଁ ଏକ ପ୍ରେରଣା । ଋତୁଶ୍ରାବ ନେଇ ଝିଅ ମାନଙ୍କ ଜୀବନ ସୁଧାରିବା, ଭିନ୍ନକ୍ଷମଙ୍କ ସେବା, ମହାମାରୀ ସମୟରେ ମହିଳା ମାନଙ୍କ ଜୀବନ ଜୀବିକା ସୁଦୃଢ କରିଛନ୍ତି। ତେଣୁ ବିଜେଡି ଦଳୀୟ କାର୍ଯ୍ୟକ୍ରମ ଓ କାମ କରିଛନ୍ତି, ତାହା ଉଲ୍ଲେଖନୀୟ।

ବର୍ଷା ପ୍ରିୟଦର୍ଶିନୀ କହିଥିଲେ, ମୁଁ ନବୀନ ପଟ୍ଟନାୟକଙ୍କ ଫ୍ୟାନ। ଯେବେ ବି ପ୍ରଚାର ପାଇଁ ଯାଇଛି କି ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ନିମକି ଫିଲ କରିଥିଲି ତାଙ୍କ ବ୍ୟକ୍ତିତ୍ୱ ମୋତେ ଅନୁପ୍ରାଣିତ କରିଛି। ସେ ବହୁତ ସରଳ। କମ କଥା, କାର୍ଯ୍ୟ ତାଙ୍କର କଥା କୁହେ। ସେ ଅପ୍ରତିଦ୍ବଦ୍ଵି, କାହା ବିରୋଧରେ କିଛି କୁହନ୍ତି ନାହିଁ। ସ୍ୱଚ୍ଛ ଓ ହୃଦୟବାନ ମଣିଷ ହେଉଛନ୍ତି ନବୀନ ପଟ୍ଟନାୟକ।

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

ଏପଟେ ବର୍ଷା ବିଜେଡିରେ ଯୋଗଦେଇଥିବାରୁ ଆଗକୁ ରୋଚକ ସ୍ଥିତି ଦେଖିବାକୁ ମିଳିବ ବୋଲି ନିଶ୍ଚିତ କୁହାଯାଇପାରିବ । କାରଣ ବର୍ଷାଙ୍କୁ ବିଜେଡି କେଉଁଠୁ ଟିକେଟ୍ ଦେଉ କି ନ ଦେଉ, ଦଳର ଷ୍ଟାର୍ ପ୍ରଚାରକ କରିବା ତ ନିଶ୍ଚିତ । ଓଡ଼ିଶା ସାରା ବୁଲି ସେ ବିଜେଡି ପାଇଁ ପ୍ରଚାର କରିବେ ।

ବିବାହ ବିଚ୍ଛେଦ ହୋଇଥିବା ଏହି ପୂର୍ବତନ ଷ୍ଟାର ଦମ୍ପତ୍ତିଙ୍କୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ଏମିତିକି ବିଜେଡି ତାଙ୍କୁ କେବଳ ଷ୍ଟାର୍ ପ୍ରଚାରକ କରିବାକୁ ଆଣିନାହିଁ । ବରଂ କୌଣସି ଏକ ଆସନରୁ ଟିକେଟ୍ ଦେଇପାରେ । ଏମିତି ବି ହୋଇପାରେ, ଦୁଇ ଦଳ ଛକାଛକି ହୋଇ କୌଣସି ଆସନରୁ ବର୍ଷା-ଅନୁଭବଙ୍କୁ ଲଢ଼େଇ ପାରନ୍ତି । ସେଭଳି ଆସନ ଏ ପର୍ଯ୍ୟନ୍ତ ସାମନାକୁ ଆସି ନ ଥିଲେ ମଧ୍ୟ ଶେଷ ମୁହୂର୍ତ୍ତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!
 

Share this story