ମନ୍ତ୍ରୀମଣ୍ଡଳ ଅଦଳବଦଳର ଆଭାସ: ଆଜି ବାଚସ୍ପତିଙ୍କ ପରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ

odisha cabinet reshuffle soon

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶା ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ ତାଙ୍କର ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ବିକ୍ରମ କେଶରୀ ଆରୁଖ ତାଙ୍କର ଇସ୍ତଫା ପତ୍ର ବିଧାନସଭାର ଉପ-ବାଚସ୍ପତିଙ୍କୁ ପଠାଇ ଦେଇଥିବା କହିଛନ୍ତି । ଏଥି ସହିତ ଆଗାମୀ ଦିନରେ ତାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଜୁ ଜନତା ଦଳ ଯେଉଁ ଦାୟିତ୍ବ ପ୍ରଦାନ କରିବେ ସେ ତାହା କରିବେ ବୋଲି କହିଛନ୍ତି ।

ଆହୁରି ପଢନ୍ତୁ : ମନ୍ଦିର ଭିତରେ ଗଡ଼ିଲା ମୁଣ୍ଡ, ଶୋଇଥିବା ବେଳେ ଯୁବକଙ୍କୁ ଅତି ବିଭତ୍ସଭାବେ ହତ୍ୟା କଲେ ଦୁର୍ବୃତ୍ତ

ବିକ୍ରମ କେଶରୀ ଆରୁଖ ଆହୁରି ମଧ୍ୟ କହିଛନ୍ତି ଏକ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଚସ୍ପତି ଦାୟିତ୍ବ ପ୍ରଦାନ କରିଥିଲେ । ସେ ମଧ୍ୟ ଏହି ଦାୟିତ୍ବକୁ ସୂଚାର ରୂପେ ତୁଲାଇଥିଲେ । ଏବେ ସେ ବ୍ୟକ୍ତିଗତ କାରଣ ଯୋଗୁଁ ଓଡ଼ିଶା ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ପ୍ରଦାନ କରିଛି ।

ସେପଟେ ଶୁଣିବାକୁ ମିଳିଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳର ହେବ ପରିବର୍ତ୍ତନ । ଖୁବ୍‌ ଶୀଘ୍ର ଗଠନ ହେବ ନବୀନଙ୍କ ନୂଆ ଟିମ୍‌ । ଏନେଇ ପକ୍ରିୟା ଆରମ୍ଭ ହୋଇଯାଇଛି ବୋଲି କୁହାଯାଉଛି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏଭଳି ସମୟରେ ନିଜର ମନ୍ତ୍ରିମଣ୍ଡଳରେ ପରିବର୍ତ୍ତନ ଆଣିବାକୁ ମୁଖ୍ୟମନ୍ତ୍ରୀ ସ୍ଥିର କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ଏହାର ପ୍ରାଥମିକ ପ୍ରକିୟା ଭାବେ ମନ୍ତ୍ରୀମଣ୍ଡଳରେ ଇସ୍ତଫା ପର୍ବ ଆରମ୍ଭ ହୋଇଛି ।

ଆହୁରି ପଢନ୍ତୁ : ଶାରୀରିକ ସମ୍ପର୍କରୁ ବାପା ନ ହେଲା ନାଇଁ ଅନାଥ ଆଶ୍ରମରୁ ପିଲା ଆଣି ମୁଁ ବାପା ହେବି ଆଉ ମୋନା ହେବ ମାଆ: ଦୂତୀ ଚାନ୍ଦ

ଆଜି ସନ୍ଧ୍ୟାରେ ପ୍ରଥମେ ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଏବେ ଇସ୍ତଫା ଦେଇଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ସମୀର ଦାଶ । ଆଗକୁ ନିର୍ବାଚନ ଆସୁଥିବାରୁ ମୁଖ୍ୟମନ୍ତ୍ରୀ କିଛି ପରିବର୍ତ୍ତନ କରିବେ ବୋଲି କୁହାଯାଉଛି । ଏହା ନବୀନଙ୍କ ୫ମ ପାଳିର ଶେଷ ଅଦଳବଦଳ ହେବ ।

ଅନ୍ୟପଟେ ୩ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଓଡ଼ିଶା ଫେରିବେ । ଏଥି ସହିତ ଆସନ୍ତାକାଲି ମଧ୍ୟ ଝାରସୁଗୁଡା ଉପନିର୍ବାଚନର ଫଳ ବାହାରିବ । ଏହାପରେ ସନ୍ଧ୍ୟାରେ ମନ୍ତ୍ରୀ ମଣ୍ଡଳର ପରିବର୍ତ୍ତନ ନେଇ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

Share this story

World Odia Language Conferene