ମନ୍ଦିର ଭିତରେ ଗଡ଼ିଲା ମୁଣ୍ଡ, ଶୋଇଥିବା ବେଳେ ଯୁବକଙ୍କୁ ଅତି ବିଭତ୍ସଭାବେ ହତ୍ୟା କଲେ ଦୁର୍ବୃତ୍ତ

Youth stabbed to death inside temple

ଓଡ଼ିଆ ଗସିପ୍ ବ୍ୟୁରୋ: ଢେଙ୍କାନାଳ ପୁରୁଣା ଅମାଙ୍ଗ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ଗାଁ ଶିବ ମନ୍ଦିରରେ ଶୋଇଥିବା ଅବସ୍ଥାରେ ହାଣି ପକାଇଛନ୍ତି ଦୁର୍ବୃତ୍ତ । ମୁମୂର୍ଷ ଅବସ୍ଥାରେ ଢ଼େଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରାଯଇଥିଲା ।

ସୂଚନା ଥାଉକି, ମୃତ ଯୁବକ ଜଣଙ୍କ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପୁରୁଣା ଅମାଙ୍ଗ ଗ୍ରାମର ରଞ୍ଜନ ପାଗଡ଼ ବୋଲି ଜଣାପଡିଛି । ହତ୍ୟାକାଣ୍ଡର ସଠିକ କାରଣ କଣ ଜଣାନପଡିଥିଲେ ମଧ୍ୟ ଅନେକ ଚର୍ଚ୍ଚା ହେଉଛି । ନୀହଲପ୍ରସାଦ ଥାନା ଅନ୍ତର୍ଗତ ପୁରୁଣା ଅମାଙ୍ଗ ଗ୍ରାମର ଶିବ ମଦିରରେ ଏହି ହତ୍ୟାକାଣ୍ଡ ଘଟିଛି ।

ଶିବ ମନ୍ଦିରରେ ଶୋଇଥିବା ବେଳେ ଗତ ରାତିରେ ଦୁର୍ବୃତ୍ତ ମାନେ ରଂଜନଙ୍କୁ ଅତି ବିଭତ୍ସ ଭାବେ ହାଣି ପକାଇଥିଲେ । ତାଙ୍କୁ ମୁର୍ମୁଶୁ ଅବସ୍ଥାରେ ପରିବାର ପକ୍ଷରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଆହୁରି ପଢନ୍ତୁ : ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ଅତ୍ୟଧିକ କାର୍ଯ୍ୟଭାର ତୁଲାଇ ଥକ୍କା ଅନୁଭବ କରିବେ । ମାନସିକ ଅବସାଦରେ ରହିବେ...

ରଂଜନଙ୍କ ଛାତି ଓ ବେକରେ ଧାରୁଆ ଅସ୍ତ୍ରରେ ହଣା କ୍ଷତ ଥିବା ଦେଖାଯାଇଛି । ମୃତ ରଞ୍ଜନ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ମାମଲାରେ ଜେଲ ଯାଇ ଗତ ଦୁଇବର୍ଷ ହେଲା ଜେଲ୍‌ରୁ ଫେରିଥିଲେ ।

ତାଙ୍କ ପତ୍ନୀଙ୍କ ସହ ବିବାହ ବିଚ୍ଛେଦ ନେଇ ବିବାଦ ଲାଗିଥିବାବେଳେ ପତ୍ନୀ ତାଙ୍କ ବାପା ଘରକୁ ଚାଲିଯାଇଥିବା ଜଣାପଡିଛି । ଫଳରେ ହତ୍ୟାକାଣ୍ଡ ପଛରେ ସଠିକ କାରଣ କ’ଣ ତାହା ଅସ୍ପଷ୍ଟ । ନିହଲ ପ୍ରସାଦ ଥାନା ପୁଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Share this story

World Odia Language Conferene