ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ଅତ୍ୟଧିକ କାର୍ଯ୍ୟଭାର ତୁଲାଇ ଥକ୍କା ଅନୁଭବ କରିବେ । ମାନସିକ ଅବସାଦରେ ରହିବେ...

rasifala of May 12 2023

ଓଡ଼ିଆ ଗସିପ ବ୍ୟୁରୋ : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବାକୁ ପଡ଼ିବ :

ମେଷ: ଲକ୍ଷ୍ୟପୂରଣ ଦିଗରେ କାର୍ଯ୍ୟ କରିବେ । ବିଭିନ୍ନ କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ । ଜମିଜମା ମାମଲାରେ ସଫଳତା ହାସଲ କରିପାରନ୍ତି । ପାରିବାରିକ ସମସ୍ୟା ଦେଖାଦେବ ।

ବୃଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ପୂରଣ କରିବେ । ପୁରୁଣା ବିବାଦର ସମାଧାନ ହେବ । ଧନଲାଭ ଯୋଗ ରହିଛି । ସନ୍ତାନସନ୍ତତିଙ୍କ ପାଇଁ ଚିନ୍ତିତ ରହିବେ । ବୈବାହିକ ଜୀବନ ସୁଖମୟ ହେବ ।

ମିଥୁନ: ଅତ୍ୟଧିକ କାର୍ଯ୍ୟଭାର ତୁଲାଇ ଥକ୍କା ଅନୁଭବ କରିବେ । ମାନସିକ ଅବସାଦରେ ରହିବେ । ଅନ୍ୟପ୍ରତି ଆକର୍ଷିତ ହୋଇପାରନ୍ତି । କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରି କାର୍ଯ୍ୟ କରନ୍ତୁ । ସହକର୍ମୀଙ୍କ ସହଯୋଗ ପାଇବେ ।

କର୍କଟ: ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ । ଛାତ୍ରଛାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଜୀବନସାଥୀଙ୍କ ସହ ଭୁଲ୍‌ ବୁଝାମଣା ଦେଖାଦେଇପାରେ ।

ଆହୁରି ପଢନ୍ତୁ : ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ପିଠି ଯନ୍ତ୍ରଣା ଅନୁଭବ କରିପାରନ୍ତି, ତେଣୁ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ...

ସିଂହ: ପରିବାରବର୍ଗ ଭ୍ରାନ୍ତ ଧାରଣାର ଶିକାର ହୋଇପାରନ୍ତି । ସାଙ୍ଗସାଥୀଙ୍କ ପ୍ରତି ସମ୍ବେଦନଶୀଳ ଭାବ ପ୍ରକାଶ କରିବେ । ମହିଳାମାନେ ଚଳଚଞ୍ଚଳ ରହିବେ । ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ ।

କନ୍ୟା: ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ପାଇବେ । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖାଦେଇପାରେ । ଅଧିକ ପରିଶ୍ରମ ଯୋଗୁଁ ଅସୁସ୍ଥତା ଅନୁଭବ କରିବେ । ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ ।

ତୁଳା: ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ । ରାଜନୀତିରେ ଲୋକପ୍ରିୟତା ବଢ଼ିବ । ବାଣିଜ୍ୟରେ ପ୍ରସାର ହେବ । ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହେବେ ।

ବିଛା: ଆର୍ଥିକ ସ୍ତରରେ ପରିବର୍ତ୍ତନ ଆସିବ । ମହିଳାମାନେ କର୍ମତତ୍ପର ରହିବେ । ରାଜନୀତିରେ ଲୋକସମ୍ପର୍କ ବଢ଼ିବ । ବାଣିଜ୍ୟ ଲାଭଜନକ ରହିବ । ଛାତ୍ରଛାତ୍ରୀ ଦୃଢ଼ମନା ହେବେ ।

ଧନୁ: କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ । ମହିଳାମାନେ ନିଜ ସୃଜନଶୀଳତାର ପରିଚୟ ଦେବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଛାତ୍ରଛାତ୍ରୀ ପ୍ରସନ୍ନ ରହିବେ ।

ଆହୁରି ପଢନ୍ତୁ : ଦୌଡ଼ରାଣୀ ଦୂତୀ ନିଜ ପ୍ରେମିକାଙ୍କ ମଥାରେ ଦେଲେ ସିନ୍ଦୁର : ବଖାଣିଲେ ପ୍ରେମକାହାଣୀ; କହିଲେ ସେ ସମଲିଙ୍ଗୀ ସମ୍ପର୍କକୁ ନେଇ ବହୁତ ଗର୍ବିତ

ମକର: ମନସ୍ତାପରେ ରହିବେ । ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ । କର୍ମକ୍ଷେତ୍ରରେ କିଛି ବିଶେଷ କାର୍ଯ୍ୟରେ ନିୟୋଜିତ ରହିବେ । ବାଣିଜ୍ୟ ମାନ୍ଦା ରହିବ । ଛାତ୍ରଛାତ୍ରୀ ଅସ୍ଥିର ମନା ହେବେ ।

କୁମ୍ଭ: ସୁଖ ସମୃଦ୍ଧି ପ୍ରାପ୍ତ ହେବ । ରାଜନୀତିରେ ବେଶ୍‌ ସକ୍ରିୟ ରହିବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ବାଣିଜ୍ୟରେ ଉତ୍ତମ ଆୟ ହେବ । ସାଙ୍ଗସାଥୀଙ୍କ ସହଯୋଗ ପାଇବେ ।

ମୀନ: ଗୁରୁଜନଙ୍କ ପ୍ରିୟପାତ୍ର ହେବେ । ମହିଳାମାନଙ୍କର କାର୍ଯ୍ୟସିଦ୍ଧି ସହ ସୁଖ ସମ୍ମାନ ପ୍ରାପ୍ତି ହେବ । ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ । ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଫଳ ମିଳିବ ।

Share this story

World Odia Language Conferene