ଦୌଡ଼ରାଣୀ ଦୂତୀ ନିଜ ପ୍ରେମିକାଙ୍କ ମଥାରେ ଦେଲେ ସିନ୍ଦୁର : ବଖାଣିଲେ ପ୍ରେମକାହାଣୀ; କହିଲେ ସେ ସମଲିଙ୍ଗୀ ସମ୍ପର୍କକୁ ନେଇ ବହୁତ ଗର୍ବିତ

Odia sprinter Dutee Chand give sindur on partners forehead

ଓଡ଼ିଆ ଗସିପ ବ୍ୟୁରୋ : ପୂର୍ବରୁ ସମଲିଙ୍ଗୀ ସମ୍ପର୍କକୁ ନେଇ ଦୌଡରାଣୀ ଦୂତୀ ଚାନ୍ଦ ବହୁ ବାର ସମାଲୋଚନାର ଶିକାର ହୋଇଛନ୍ତି । ବହୁ ଲୋକେ ବହୁ କଥା କହିଛନ୍ତି । ହେଲେ ଏସବୁ କଟୁ କଥାକୁ ଜମା ଖାତିର ନ କରି ଦୁତି ନିଜ ବ୍ୟକ୍ତିଗତ ଜୀବନରେ ଦୁଇ ପାଦେ ଆଗକୁ ବଢ଼ିଛନ୍ତି । କାହିଁକି ନା ସେ ତାଙ୍କ ପ୍ରେମିକାଙ୍କ ମଥାରେ ଦେଇଛନ୍ତି ସିନ୍ଦୁର ।

ଭାରତରେ ସମଲିଙ୍ଗୀ ସମ୍ପର୍କକୁ ନେଇ କୋର୍ଟରେ ମାମଲା ଚାଲିଛି । ହେଲେ ଏକଥା ସତ ଦେଶରେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ଲୋକେ ଏବେବି ସମାଲୋଚନାର ଶିକାର ହେଉଛନ୍ତି । ହେଲେ ଧିରେ ଧିରେ ସେମାନଙ୍କ ପ୍ରତି ଆଭିମୁଖ୍ୟ ବଦଳୁଛି । ଆଉ ସମଲିଙ୍ଗୀ ମାନେ ମଧ୍ୟ ନିଜ ସମ୍ପର୍କକୁ ବାହାରେ ଏବେ ସ୍ୱୀକାର କରିବା ଆରମ୍ଭ କଲେଣି ।

ଆହୁରି ପଢନ୍ତୁ : ଶିକ୍ଷକଙ୍କ ଆକ୍ରମଣରେ ଜୀବନ ହାରିଲେ ଯୁବ ମହିଳା ଡାକ୍ତର, ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଥିଲା ପୁଲିସ

ଏହି ରେସ ରେ ଦୌଡରାଣୀ ଦୂତି ଚାନ୍ଦ ନିଜ ଖେଳ ପାଇଁ ଯେତିକି ପ୍ରଂଶସା ସାଉଁଟିଛନ୍ତି, ଓଡିଶାବାସୀଙ୍କ ଭଲପାଇବା ପାଇଛନ୍ତି, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବିବାଦ ଘେରକୁ ଆସିଛନ୍ତି । ବେଳେ ବେଳେ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି ଦୂତି ଚାନ୍ଦ ।

ବିଶେଷ କରି ତାଙ୍କ ପ୍ରେମ ସମ୍ପର୍କ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି । ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏହାର ମାଗାଜିନର କଭର ଷ୍ଟୋରୀରେ ଦୂତି ଓ ତାଙ୍କ ପ୍ରେମିକାଙ୍କୁ ସ୍ଥାନ ଦେଇଛି । ଚିତ୍ରରେ ଦୂତୀ ନିଜ ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଉଥିବାର ଦେଖିବାକୁ ମିଳିଛି । ଖାଲି ଏତିକି ନୁହେଁ ସେ ତାଙ୍କ ପ୍ରେମିକାଙ୍କ ସହ କିଛି ଫଟୋ ସୁଟ  ବି କରିଥିବା ଦେଖିବାକୁ ମିଳିଛି ।

Share this story

World Odia Language Conferene