ଶିକ୍ଷକଙ୍କ ଆକ୍ରମଣରେ ଜୀବନ ହାରିଲେ ଯୁବ ମହିଳା ଡାକ୍ତର, ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଥିଲା ପୁଲିସ

teacher killed lady doctor

ଓଡ଼ିଆ ଗସିପ ବ୍ୟୁରୋ : ଯେଉଁ ବ୍ୟକ୍ତିଙ୍କୁ ଜଣେ ଡାକ୍ତର ଚିକିତ୍ସା କରୁଥିଲେ ସେହି ଡାକ୍ତରଙ୍କୁ ପୀଡ଼ିତ ହତ୍ୟା କରିବା ଭଳି ଏକ ସ୍ପର୍ଶକାତର ଘଟଣା କେବଳ କେରଳ ନୁହେଁ ବରଂ ସାରା ଦେଶରେ ଉଦ୍‌ବେଗ ସୃଷ୍ଟି କରିଛି । ଏଭଳି ଏକ ଘଟଣା ବୁଧବାର କେରଳର କୋଟ୍ଟାରାକାରା ତାଲୁକ୍‌ରେ ଘଟିଛି ।

ଏଠାରେ ଚିକିତ୍ସା ପାଇଁ ଅଣାଯାଇଥିବା ଜଣେ ଶିକ୍ଷକ ତାଙ୍କୁ ଚିକିତ୍ସା କରିଥିବା ୨୨ ବର୍ଷୀୟା ଜଣେ ଯୁବ ମହିଳା ଡାକ୍ତରଙ୍କୁ ହତ୍ୟା କରିଛନ୍ତି । ଯାହାକି ସାରା କେରଳ ରାଜ୍ୟରେ ହଇଚଇ ସୃଷ୍ଟି କରିବା ସହିତ ବିଭିନ୍ନ ମହଲରେ ଘୋର ନିନ୍ଦା କରାଯାଇଛି । ମିଳିଥିବା କବର ଅନୁସାରେ ,ବୁଧବାର କେରଳ କୋଟ୍ଟାରାକାରା ତାଲୁକ ହସ୍ପିଟାଲକୁ ଜଣେ ବ୍ୟକ୍ତିଙ୍କୁ ସେଠାକାର ପୁଲିସ ଚିକିତ୍ସା ପାଇଁ ଆଣିଥିଲା ।

ଆହୁରି ପଢନ୍ତୁ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ, କହିଲେ 'ରାଜନୀତି ନୁହେଁ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ କଥା ହେଇଛି'...

ସଂପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ପରିବାର ଲୋକେ ଆକ୍ରମଣ କରିଥିବାରୁ ସେମାନଙ୍କ ହାତରୁ ବଞ୍ଚାଇବା ପାଇଁ ସଂପୃକ୍ତ ବ୍ୟକ୍ତି ଜଣକ ପୁଲିସକୁ ଫୋନରେ କହିବା ପରେ ପୁଲିସ ତାଙ୍କ ଘରେ ପହଞ୍ଚିଥିଲା । ଯେତେବେଳେ ପୁଲିସ ତାଙ୍କ ଘରେ ପହଞ୍ଚିଥିଲା ସେତେବେଳେ ବ୍ୟକ୍ତି ଜଣକ କ୍ଷତାକ୍ତ ହୋଇଥିବା ଦେଖିବାକୁ ପାଇଥିଲା । ତାଙ୍କର ବାମ ଗୋଡ଼ରେ ଆଘାତ ଲାଗିଥିଲା ।

ଏହାପରେ ତାଙ୍କୁ ତାଲୁକ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ପ୍ରକୃତ​‌ରେ ଏହି ବ୍ୟକ୍ତି ଜଣକ ମଦ ନିଶାରେ ପରିବାର ସହ ଝଗଡ଼ା କରିଥିଲେ ଏବଂ ନିଜେ ହିଁ ଆହତ ହୋଇଥିଲେ ବୋଲି ଜଣାପଡ଼ିଥିଲା । ତେବେ ହସ୍ପିଟାଲରେ ବନ୍ଦନା ଦାସ ନାମ୍ନୀ ଜଣେ ୨୨ ବର୍ଷୀୟ ମହିଳା ଡାକ୍ତର ସଂପୃକ୍ତ ବ୍ୟକ୍ତି ଜଣଙ୍କୁ ଚିକିତ୍ସା କରିବା ସମୟରେ ଅଚାନକ ଭାବେ ବ୍ୟକ୍ତି ଜଣକ ତାଙ୍କୁ ଆକ୍ରମଣ କରିଥିଲେ ।

ଆହୁରି ପଢନ୍ତୁ : କିଛି କାମରେ ଘରୁ ବାହାରିଲା ବେଳେ ବିଲେଇ ଆଗରେ ପାର ହେଲେ ଏହା ଶୁଭ ନା ଅଶୁଭ ?

ସେ ବନ୍ଦନାଙ୍କୁ ଏକ ଛୁରୀ ଏକ କଇଁଚିରେ ଆକ୍ରମଣ କରିଥିବା କୁହାଯାଇଛି । ଡ୍ରେସିଂ ରୁମ୍‌କୁ ପୁଲିସକୁ ଯିବାକୁ ଅନୁମତି ନଥିଲା। ତେଣୁ କେବଳ ଡାକ୍ତର ହିଁ ତାଙ୍କ ପାଖରେ ଥିଲେ। ଆକ୍ରମଣ ପରେ ଡାକ୍ତର ଜଣକ ବାହାରକୁ ଦୌଡ଼ି ପଳାଇଯାଇଥିଲେ ।

କାରଣ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଏହି ବ୍ୟକ୍ତି ପଛାଇ ନଥିଲେ । ଏପରିକି ପୁଲିସ ଉପରକୁ ମଧ୍ୟ ସେ ଆକ୍ରମଣ କରିଥିଲେ । ତେବେ ଆକ୍ରମଣରେ ମହିଳା ଡାକ୍ତର ବନ୍ଦନା ଗୁରୁତର ହୋଇଥିଲା ବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

Share this story