କିଛି କାମରେ ଘରୁ ବାହାରିଲା ବେଳେ ବିଲେଇ ଆଗରେ ପାର ହେଲେ ଏହା ଶୁଭ ନା ଅଶୁଭ ?

Is it good if cat cross infront of you know details

ଓଡ଼ିଆ ଗସିପ ବ୍ୟୁରୋ: ରାସ୍ତାରେ ଯାଉଥିବା ବେଳେ କିମ୍ୱା କୌଣସି ଶୁଭ କାମ ପାଇଁ ବାହାରୁଥିବା ବେଳେ ବିଲେଇ ଆମ ଆଗରେ ପାର ହେଇଗଲେ ଏହାକୁ ଅଶୁଭ ବୋଲି କୁହାଯାଏ । ଆପଣ କିଛି ସମୟ ଅଟକିଯାଆନ୍ତି କିମ୍ୱା ଗାଡି ଅଟକାଇ ଠିଆ ହୁଅନ୍ତି । ପଛକୁ ପାଦେ ଫେରି ପୁଣି ପୁର୍ନବାର ଆଗକୁ ଯାଇଥାନ୍ତି । କିନ୍ତୁ କେବେ ଭାବିଛନ୍ତି କି ଆପଣ ଏପରି କାହିଁକି କରନ୍ତି । ଆପଣ ଏହାର ଜବାବ ସ୍ପଷ୍ଟ ଭାବେ ହୁଏତ ଦେଇନପାରିବେ ।

ସାଧାରଣତଃ ସମସ୍ତଙ୍କ ମନରେ ଗୋଟେ ବିଶ୍ଵାସ ରହିଆସିଛି ଯେ ଯଦି ବିଲେଇ ରାସ୍ତା କାଟେ ତେବେ ଏହାକୁ ଅଶୁଭ ବୋଲି ବିଶ୍ଵାସ କରାଯାଏ । ତେବେ ଵିଲେଇ ରାସ୍ତା ପାରି ହେଲେ ଅନେକ ଲୋକ ଅଟକି ଯାଆନ୍ତି । ଏପରି ବି ହୁଏ ବେଳେ ବେଳେ, ଯଦି ବିଲେଇ ଯିବା ସମୟରେ ଅନ୍ୟ ଜଣେ ରାସ୍ତା ପାରି ହୁଏ ତେବେ ତା ସହ ଅଶୁଭ ହୁଏ ବୋଲି କେହି କେହି କୁହନ୍ତି ।

ଆହୁରି ପଢ଼ନ୍ତୁ : ନାତିକୁ ଧରି ଏ ହସ୍ପିଟାଲରୁ ସେ ହସ୍ପିଟାଲ ଧାଇଁଲା ବୁଢୀ ମା', ହେଲେ ଡାକ୍ତର ଶୁଣିଲେନି, ଶେଷରେ ଚାଲିଗଲା ଜୀବନ...

କିନ୍ତୁ ଅଲଗା ଦେଶରେ ବିଲେଇମାନଙ୍କୁ ଘରର ସଦସ୍ୟ ବୋଲି କୁହାଯାଏ । କିନ୍ତୁ ଭୋପାଳର ବାସିନ୍ଦା ଜ୍ୟୋତିଷ ତଥା ବାସ୍ତୁ ବିଶେଷଜ୍ଞ ପଣ୍ଡିତ ହିତେନ୍ଦ୍ର କୁମାର ଶର୍ମା କହୁଛନ୍ତି ଯେ ବିଲେଇଙ୍କ ରାସ୍ତା ଅତିକ୍ରମ କରିବା ପ୍ରକୃତରେ ଏକ ଖରାପ ଘଟଣା ।

ଆପଣ ବି ଏସବୁକୁ ଅଶୁଭ ବୋଲି ଭାବନ୍ତି କି?

ପ୍ରାଚୀନ କାଳର ବିଶ୍ୱାସ ଅନୁଯାୟୀ ବିଲେଇମାନେ ଘରକୁ ନକାରାତ୍ମକ ଶକ୍ତି ଆଣିଥାନ୍ତି । ସେମାନଙ୍କୁ ଘରେ ରଖିଲେ ଅଶୁଭ ହେଇଥାଏ ଏହିପରି ଅନେକ ଭ୍ରମ ଲୋକମାନଙ୍କ ମଧ୍ୟରେ ରହିଅଛି, ଯେପରିକି ଯଦି ବିଲେଇଟି ବାମରୁ ଡାହାଣକୁ ପାରି ହୁଏ ତେବେ ଏହା ଏକ ଖରାପ ସଙ୍କେତ ଓ ଯଦି ଏହା ଡାହାଣରୁ ବାମକୁ ପାରି ହୁଏ ତେବେ ଏହା ଶୁଭ ବୋଲି କୁହାଯାଏ ।

ବିଲେଇ କାନ୍ଦିବା ମଧ୍ୟ ଅଶୁଭ ହୋଇଥାଏ । ଏହା ବ୍ୟତୀତ ଯଦି ବିଲେଇ ଘରେ ରଖାଯାଇଥିବା ଖାଦ୍ୟକୁ ନଷ୍ଟ କରେ, ତେବେ ଏହାକୁ ଫିଙ୍ଗି ଦିଆଯାଏ । ଏପରି ଅନେକ ଧାରଣା ଲୋକମାନଙ୍କ ମଧ୍ୟ ରେ ରହି ଆସିଛି । ଭାରତ ସହିତ ଅନେକ ଦେଶରେ ମଧ୍ୟ ବିଲେଇକୁ କ୍ରସ କରିବାକୁ ଅଶୁଭ ବୋଲି କୁହାଯାଏ । ଏସବୁର ପ୍ରତିକାର ମଧ୍ଯ କୁହାଯାଇଛି ।

ଆହୁରି ପଢ଼ନ୍ତୁ : ଚମକିଲେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ : ଶ୍ରମିକଙ୍କ ଝିଅ ଏସ୍. ନନ୍ଦିନୀ ପରୀକ୍ଷାରେ ରଖିଲେ ୬୦୦ରୁ ୬୦୦ ନମ୍ବର

ଯେପରି ବିଲେଇ ରାସ୍ତା ପାର ହେଲେ ଅଟକି ଯିବା ,ପଛକୁ ଫେରିବା । ଏପରିକି ଆଗରୁ ଯେତେବେଳେ ଲୋକ ମାନେ ଜଙ୍ଗଲ ପାରି ହୁଅନ୍ତି ବିଲେଇ ସେମାନଙ୍କର ରାସ୍ତା କାଟିଲେ ସେମାନେ ଅନୁମାନ କରନ୍ତି ଯେ ଆଗକୁ କିଛି ଅଶୁଭ ଅଛି କିମ୍ବା ବଣୁଆ ଜନ୍ତୁର ଆଶଙ୍କା ଅଛି , ତେବେ ସେମାନେ ନିଜ ଯାଗାରେ ରହିଯାଆନ୍ତି ।

ପ୍ରାୟତ ସବୁ ପଶୁ ମାନଙ୍କର ଆଖି ରାତିରେ ଲାଇଟ୍ ପଡ଼ିଲେ ଚମକି ଥାଏ, ସେହି ପରି ରାତିରେ ବିଲେଇ ଆଖିରେ ଲାଇଟ୍ ପଡ଼ିଲେ ଏକ ବହୁତ ଭୟଙ୍କର ଦେଖା ଯାଇଥାଏ । ଏହି କାରଣରୁ ଆଗରୁ ଯାତ୍ରୀ ମାନେ ରାତିରେ ଯାତ୍ରା କରିବା ସମୟରେ ତାଙ୍କ ଘୋଡ଼ା ବିଲେଇର ଆଖି ଦେଖି ଅଶାନ୍ତ ହୋଇପଡେ । ଏପରି କିଛି ସ୍ଥିତିକୁ ଏକ ଅନ୍ଧ ବିଶ୍ଵାସ ସହ ଯୋଡ଼ି ଅନେକ କଥା ରହିଆସିଛି ।

Share this story

World Odia Language Conferene