ଚମକିଲେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ : ଶ୍ରମିକଙ୍କ ଝିଅ ଏସ୍. ନନ୍ଦିନୀ ପରୀକ୍ଷାରେ ରଖିଲେ ୬୦୦ରୁ ୬୦୦ ନମ୍ବର

this plus two girl secured 100 percent mark in exam

ଓଡ଼ିଆ ଗସିପ ବ୍ୟୁରୋ: ପରିଶ୍ରମ ଏବଂ ନିଷ୍ଠାରେ ଯିଏ କାମ କରେ ତାହାର ଫଳ କେବେ ବୃଥାରେ ଯାଏ ନାହିଁ । ସେ ମଣିଷ ସବୁ କଷ୍ଟ କୁ ଜୟ କରେ ଏବଂ ସଫଳତାର ପାହଂଚ ଚଢି ଯାଏ । ଆମେ ଏଠି କହିବାର ମାନେ ହେଲା ଜଣ ଗରିବ ଶ୍ରମିକଙ୍କ ଝିଅ କଷ୍ଟ ଏବଂ ପରିଶ୍ରମ ବଳରେ ନିଜ ପରୀକ୍ଷାରେ ଚମକି ପାରିଛି ।

ତାମିଲନାଡୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଏସ୍. ନନ୍ଦିନୀ ପରୀକ୍ଷାରେ ପୂରା ୬୦୦ରୁ ୬୦୦ ନମ୍ବର ରଖିଛନ୍ତି । ଏସ୍. ନନ୍ଦିନୀ ତାମିଲନାଡୁ ଡିଣ୍ଡିଗୁଲର ଜଣେ ଶ୍ରମିକଙ୍କ ଝିଅ । ସେ ଆନ୍ନାମଲ୍ଲାଇଆର ଗାର୍ଲ ସେକେଣ୍ଡାରୀ ସ୍କୁଲରେ ପଢୁଥିଲେ ।

ଆହୁରି ପଢ଼ନ୍ତୁ : ପୋଲ ତଳକୁ ଖସି ପଡିଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ : ୧୫ ମୃତ, ବଢି ପରେ ମୃତ୍ୟୁ ସଂଖ୍ୟା

୬ଟି ପେପର ତାମିଲ, ଇଂଲିଶ, ଇକୋନୋମିକ୍ସ, କମର୍ସ, ଆକାଉଣ୍ଟଟାଣ୍ଟ ଏବଂ କମ୍ପ୍ୟୁଟର ଆପ୍ଲିକେସନରେ ୧୦୦ ନମ୍ବର ରଖିଛନ୍ତି । ସେ ଏପରି ସଫଳତା ପାଇବା ପରେ ମିଠା ବାଣ୍ଟି ଖୁସି ମନାଇଛନ୍ତି । ବାପାଙ୍କ କଠିନ ପରିଶ୍ରମ ପାଇଁ ସେ ଆଜି ଏପରି ସଫଳତା ପାଇଥିବା କହିଛନ୍ତି ନନ୍ଦିନୀ ।

Share this story

World Odia Language Conferene