ପୋଲ ତଳକୁ ଖସି ପଡିଲା ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ : ୧୫ ମୃତ, ବଢି ପରେ ମୃତ୍ୟୁ ସଂଖ୍ୟା

bus fell down the bridge 15 dead

ଓଡ଼ିଆ ଗସିପ ବ୍ୟୁରୋ: ମଧ୍ୟପ୍ରଦେଶରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶର ଖାର୍ଗୋନରେ ଏକ ପୋଲ‌ରେ ବସ୍‌ଟି ଯାଉଥିବା ବେଳେ ପୋଲ ତଳକୁ ଖସି ପଡ଼ିବା ପରେ ବସ୍‌ରେ ଥିବା ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ତେବେ ଏହି ବସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ‌‌ହୋଇଛନ୍ତି ।

ଜାଣିବାକୁ ମିଳିଛି ଯେ ଏହି ବସ୍‌ରେ ସମୁଦାୟ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ କରଯାଉଥିବା ବେଳେ ଆଗକୁ ମୃତକଙ୍କ ସଂଖ୍ୟା ବଢିବାରେ ବୋଲି କୁହାଯାଉଛି ।

ଇନ୍ଦୋର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସଟି ହଥିନି ନଦୀ ପାର୍‌ ହେଉଥିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଏହାପରେ ଗାଡ଼ିଟି ଭାରସାମ୍ୟ ହରାଇ ପୋଲ ବାଡ଼ା ଭାଙ୍ଗି ତଳକୁ ଖସି ପଡ଼ିଥିଲା । ଏହାଦେଖି ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଆହୁରି ପଢ଼ନ୍ତୁ : ୪ଟି ରାଶିରେ ଲାଗିବ ଶନି ଯୋଗ; ରାଶିଙ୍କ ଭାଗ୍ୟରେ ୭୫ ପ୍ରତିଶତ ରାଜଯୋଗ ହେବାର ସମ୍ଭାବନା ଅଛି; ଜମାରୁ ଅଣଦେଖା କରନ୍ତୁ ନାହିଁ...

ଖବର ପାଇ ପୁଲିସ୍‌ ପହଞ୍ଚି ତୁରନ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲା । ସେଠାରେ ଡାକ୍ତର ୧୫ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ୨୦ ଜଣଙ୍କ ଚିକିତ୍ସା ଚାଲିଛି । ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି ।

ତେବେ ଖବର ପାଇ ଜିଲ୍ଲାପାଳ ଶିବରାଜ ସିଂହ ବର୍ମା ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି ।

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଘୋଷଣା :

ଦୁର୍ଘଟଣା ଘଟିବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦୁଃଖ ପ୍ରକାଶ କରିବା ସହ ମୃତ ତଥା ଆହତଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ରାଜ୍ୟ ସରକାର ମୃତକଙ୍କ ପରିବାର ସକାଶେ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ : ମନମୋହନଙ୍କ ସହ ଅପରାଜିତାଙ୍କ କବାଟକିଳା ବୈଠକ : ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀନୀ ଅପରାଜିତା ! ଦେଖନ୍ତୁ ଭିଡିଓ...

ସେହିପରି ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଘୋଷଣା କରିଥିବା ବେଳେ ସାମାନ୍ୟ ଆହତଙ୍କ ପାଇଁ ୨୫ ହଜାର ଟଙ୍କା ଲେଖାଏ ଘୋଷଣା କରିଛନ୍ତି । ତେବେ ଦୁର୍ଘଟଣା କେଉଁ ପରିସ୍ଥିତିରେ ଓ କିପରି ଘଟିଲା ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Share this story

World Odia Language Conferene