ମନମୋହନଙ୍କ ସହ ଅପରାଜିତାଙ୍କ କବାଟକିଳା ବୈଠକ : ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀନୀ ଅପରାଜିତା ! ଦେଖନ୍ତୁ ଭିଡିଓ...

Speculation rife on Aparajita as CM candidate in Odisha

ଓଡ଼ିଆ ଗସିପ ବ୍ୟୁରୋ: ମନମୋହନ ରାଜ୍ୟ ବିଜେପିର ମଙ୍ଗୁଆଳ ହେବା ପରେ ପଦ୍ମ ଦଳରେ ମୁକୁଙ୍କୁ ପତିଆରା କମିବା ଚର୍ଚ୍ଚା ହେଉଛି । ରାଜ୍ୟ ବିଜେପି ଏବେ ମୁକୁଙ୍କୁ ନିୟନ୍ତ୍ରଣରେ ନାହିଁ ଏକଥା ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ମନମୋହନଙ୍କ କ୍ୟାମ୍ପ ଜୋରଦାର ଉଦ୍ୟମ ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି । ଏପରିକି ରାଜ୍ୟ ବିଜେପିକୁ ପୁଣି ଥରେ ଯେପରି ପ୍ରଧାନ ଅକ୍ତିଆର କରିନପାରିବେ ସେଥିପାଇଁ ଅଙ୍କ କଷାଚାଲିଥିବା କୁହାଯାଉଛି ।

ଆଉ ଏଥିପାଇଁ ମୁକୁ ବିରୋଧୀ ଶକ୍ତିକୁ ଏକାଠି କରିବାରେ ସଭାପତି ମନମୋହନ ଲାଗିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଯାହାର ଝଲକ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜଳଜଳ ହୋଇ ଦିଶିବା ଆରମ୍ଭ ହେଲାଣି । ଏମିତିରେ ମନମୋହନ ସଭାପତି ନହୁଅନ୍ତୁ ବୋଲି ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ଚାହୁଁଥିଲା ବୋଲି ଦଳୀୟ ମହଲରେ ଟୁପୁର ଟାପୁର ହେଉଛନ୍ତି ।

ମନମୋହନ ସଭାପତି ହେବା ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ପାଇଁ ମଧ୍ୟ ଦିଲ୍ଲୀ ସରପ୍ରାଇଜ ଥିଲା ବୋଲି ଶୁଣିବାକୁ ମିଳୁଛି । ଏକଥା ମନମୋହନ ଜାଣିବା ପରେ ମୁକୁଙ୍କ ଠାରୁ ଦୂର ଛାଡ ହେବା ଆରମ୍ଭ କରିଥିବା କୁହାଯାଉଛି । ଏମିତିରେ ମନମୋହନ ସଭାପତି ହେବା ପରେ ସମ୍ବୋଧନା ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଖିବାକୁ ମିଳିନଥିଲା ।

ଆହୁରି ପଢ଼ନ୍ତୁ : ୪ଟି ରାଶିରେ ଲାଗିବ ଶନି ଯୋଗ; ରାଶିଙ୍କ ଭାଗ୍ୟରେ ୭୫ ପ୍ରତିଶତ ରାଜଯୋଗ ହେବାର ସମ୍ଭାବନା ଅଛି; ଜମାରୁ ଅଣଦେଖା କରନ୍ତୁ ନାହିଁ...

ମନମୋହନ ସଭାପତି ଭାବେ ଦାଇତ୍ୱ ନେବା ପରେ ଖୁବ କୋଚିତ ଧର୍ମେନ୍ଦ୍ରଙ୍କ ସହ ମଂଚ ଶେୟାର କରିଥିବାର ଦେଖିବାକୁ ମିଳିଛି । କିନ୍ତୁ ମନମୋହନଙ୍କ ସମ୍ୱର୍ଦ୍ଧନା ଉତ୍ସବରେ ଧର୍ମେନ୍ଦ୍ରଙ୍କ ବିରୋଧୀ ଶକ୍ତି ମେଳି ବାନ୍ଧି ଥିବା ଦେଖିବାକୁ ମିଳିଥିଲା । ଆଉ ଏହି ମଞ୍ଚରୁ ହିଁ କାଳେ ଧର୍ମେନ୍ଦ୍ରଙ୍କୁ ରାଜ୍ୟ ବିଜେପିରୁ ଏକଘରକୀୟା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ଶୁଣିବାକୁ ମିଳୁଛି ।

ସମ୍ୱର୍ଦ୍ଧନା ସଭା ପରେ ମନମୋହନ ଦିଲ୍ଲୀ ଯାଇଥିଲେ ମଧ୍ୟ ସେଠାରେ ବିଜେପିର ଅନ୍ୟ ନେତୃବୁନ୍ଦଙ୍କୁ ଭେଟିଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ସହ ତାଙ୍କ ଫୋଟୋ କାଇଁ ସୋସିଆଲ ମିଡିଆରେ ସାମ୍ନାକୁ ଆସିନଥିଲା । ଏମିତିରେ ମନମୋହନ ଅଟକି ନାହାନ୍ତି ବରଂ ଧର୍ମେନ୍ଦ୍ରଙ୍କୁ ୪୪୦ ଭୋଲ୍ଟର ଝଟକା ଦେବାକୁ ଏବେ ଅପରାଜିତାଙ୍କ ସହ ମିତବସିଥିବା ଚର୍ଚ୍ଚା ହେଉଛି । ଯେଉଁ ସୁଯୋଗକୁ ଅପରାଜିତା ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥିଲେ ବୋଲି ଶୁଣିବାକୁ ମିଳୁଛି ।

ଅପରାଜିତା ଓ ମନମୋହନକୁ ଏବେ ଅନେକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ଏପରିକି ମନମୋହନଙ୍କ ଆଦେଶକୁ ଅପରାଜିତା ଏବେ ଶିରୋଧାର୍ଯ୍ୟ ଭାବେ ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି । ଏପରିକି ଅପରାଜିତା ନିଜେ ଏନେଇ ଭଦ୍ରକ ଗ୍ରସ୍ଥରେ ନିଜ ଆଡୁ ସଂକେତ ଦେଇଛନ୍ତି । ମନମୋହନଙ୍କ କଥା ରଖିବା ପାଇଁ ଦିଲ୍ଲୀ ମିଟିଙ୍ଗ କ୍ୟାନସଲ କରି ଭଦ୍ରକ ଆସିଥିବା କହିଥିଲେ ଅପରାଜିତା ।

ଆହୁରି ପଢ଼ନ୍ତୁ : ଘରେ ପଶି ଦୁବୃର୍ତ୍ତ ଝିଅକୁ ହତ୍ୟା କରିବା ପରେ ବାପାଙ୍କ ଚେତାବନୀ: କହିଲେ, ଏଫଆଇଆର ଦେବିନି, କାଟିବି ଅଭିଯୁକ୍ତର ବେକ

ଭୁବନେଶ୍ୱର ସାଂସଦଙ୍କ ଏହି ବୟାନ ଦର୍ଶାଉଥିଲା ମନମୋହନଙ୍କ ପାଇଁ ରାଜ୍ୟ ବିଜେପିରେ ଭରସା ଯୋଗ୍ୟ କିଏ । ସେହି ଭଳି ସମ୍ବଲପୁରରେ ଆଇନି ଶୃଙ୍ଖଳା ସ୍ତିତିକୁ ନେଇ ବିଜେପିର ଟିମ ମନମୋହନଙ୍କ ନେତୃତ୍ୱରେ ରାଜ୍ୟପାଳଂକୁ ଭେଟି ଥିଲା କିନ୍ତୁ ଏହି ଭେଟଘାଟ ବେଳେ ମନମୋହନଙ୍କ ସହ ଫ୍ରଣ୍ଟ ଫୁଟରେ ଥିଲେ ଅପରାଜିତା ଅର୍ଥାତ ମନମୋହନଙ୍କ ସହ ମୋର୍ଚାର ଭାର ସମ୍ଭାଳିଥିଲେ ଅପରାଜିତା ।

ଦେଖନ୍ତୁ ଭିଡ଼ିଓ :

ନିର୍ବାଚନଙ୍କୁ ଆଉ ଦିନ କେଇଟା ଥିଲା ବେଳେ ଅପରାଜିତା ମନମୋହନ ଏକାଠି ହୋଇ ଆଗକୁ ବଢିବା ଏବେ ମୁକୁଙ୍କ କ୍ୟାମ୍ପର ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା କୁହାଯାଉଛି ।କିନ୍ତୁ ଧର୍ମେନ୍ଦ୍ରଙ୍କ ରାଜନୀତି ବିଦ୍ୟା ବେଶ ଉଚ୍ଚକୋଟୀର । ରାଜ୍ୟ ବିଜେପିର ଅଗୋସିତ ନେତୃତ୍ୱ ସାଜିଥିବା ବେଳେ ପଦ୍ମ ଦଳର ପ୍ରତିଟି ପାଖୁଡ଼ାରେ ନିଜ ଲୋକଙ୍କୁ ଥଇଥାନ କରିଥିବା କୁହା ଯାଉଛି । ତେଣୁ ଧର୍ମେନ୍ଦ୍ରଙ୍କ ଅନୁଗତ ମାନଙ୍କୁ ସାଇଡ ଲାଇନି କରି ଆଗକୁ ବଢିବା ବି ମନମୋହନଙ୍କ ପାଇଁ ସହଜ ହୋଇନପାରେ ତେଣୁ ଧର୍ମେନ୍ଦ୍ରଙ୍କୁ ଏକଘରକିଆ କରିବାକୁ ଯେଉଁ ପ୍ରସୂତି ଚାଲିଛି ତାହା ଫସର ଫାଟିବା ବୋଲି ବିଜେପି ମହଲରେ ଚର୍ଚ୍ଚା ।

Share this story

World Odia Language Conferene