ଘରେ ପଶି ଦୁବୃର୍ତ୍ତ ଝିଅକୁ ହତ୍ୟା କରିବା ପରେ ବାପାଙ୍କ ଚେତାବନୀ: କହିଲେ, ଏଫଆଇଆର ଦେବିନି, କାଟିବି ଅଭିଯୁକ୍ତର ବେକ

miscreant killed minor girl for love

ଓଡ଼ିଆ ଗସିପ ବ୍ୟୁରୋ: ଖୁସି…ଏ ମା’ ଖୁସି । କୁଆଡେ ଗଲୁରେ ମା’ । ବାହୁନି ବାହୁନି ହୋଇ କାନ୍ଦୁଛନ୍ତି ସମ୍ପର୍କିୟ । ଯେଉଁ କୁନି ଝିଅର ମୁହଁ ଚାହିଁ ହସଖୁସିରେ ପରିବାର ପୁରି ଉଠୁଥିଲା ସେ ଝିଅର ତଂଟି କାଟି ଅତି ନିର୍ମମ ଭାବରେ ହତ୍ୟା ହୋଇଯାଇଛି ।

ଝିଅଟି ର ନାମହେଉଛି ଖୁସି ସାହୁ । ତାଙ୍କ ବୟସ ୧୨ ବର୍ଷ । ଏବଂ ସେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲେ । ୧୨ ବର୍ଷର ନାବାଳିକା ଖୁସିକୁ ତଂଟିକାଟି ହତ୍ୟା କରିଛି ଜଣେ ଯୁବକ । ଦିନ ଦ୍ୱିପ୍ରହରରେ ଅନୁଗୁଳ ସହରରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ସମସ୍ତଙ୍କୁ ହତବାକ କରିଛି ।

ମୃତ ନାବାଳିକା ହେଉଛନ୍ତି ଭାଗିରଥି ସାହୁଙ୍କ ଝିଅ ଖୁସି । ଖୁସି ତାଙ୍କ ମାଆଙ୍କ ସହ ଘରେ ଥିଲେ । ହଠାତ୍ ଜଣେ ଦୁର୍ବୃତ ଜୋର ଜବରଦସ୍ତ ଘରେ ପଶିବାକୁ ଚେଷ୍ଟା କରିଥିଲା । ଝିଅର ମାଆ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ହେଲେ ଦୁର୍ବୃତ ତାକୁ ଧକ୍କା ମାରି ଘରେ ପଶିବା ସହ ନାବାଳିକାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ।

ଆହୁରି ପଢ଼ନ୍ତୁ : ‘ବାପା, କକା, ଭାଇ ମୋ ସହ ଦୁଷ୍କର୍ମ କରନ୍ତି’ ! ସାହାରା ଦେଇ ନାବାଳିକାଙ୍କ ଇଜ୍ଜତ୍‌ ଲୁଟିଲେ

ଖୁସିର ବେକକୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ପରିବାର ଲୋକେ ଖୁସିଙ୍କୁ ମେଡିକାଲ ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଏକତରଫା ପ୍ରେମରୁ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରଯାଉଛି । ଘଟଣା ସ୍ଥଳରେ ସଦର ଥାନା ପୁଲିସ ପହଂଚି ଛାନଭିନ୍ ଆରମ୍ଭ କରିଛି । ଘରେ ପଶି ଜଣେ ନାବାଳିକା ଝିଅଙ୍କୁ ହତ୍ୟା କରିବା ଘଟଣା ସାରା ଅନୁଗୁଳ ସହରରେ ଚର୍ଚ୍ଚା ଖେଳାଇ ଦେଇଛି ।

Share this story

World Odia Language Conferene