‘ବାପା, କକା, ଭାଇ ମୋ ସହ ଦୁଷ୍କର୍ମ କରନ୍ତି’ ! ସାହାରା ଦେଇ ନାବାଳିକାଙ୍କ ଇଜ୍ଜତ୍ ଲୁଟିଲେ
ଓଡ଼ିଆ ଗସିପ ବ୍ୟୁରୋ: ଝିଅ ସହ କୁକର୍ମ କଲେ ବାପା, କକା ଓ ଭାଇ । ନିଜ ଝିଅ ନହେଲେ ସୁଦ୍ଧା ପୋଷ୍ୟ କରି ଆଣିଥିବା ଝିଅକୁ ଯୌନ ନିର୍ଯାତନା ଦେଇଛନ୍ତି ପରିବାର ଲୋକ । ଗୁଜୁରାଟର ସୁରଟରେ ଜଣେ ୧୩ ବର୍ଷ ବୟସର ନାବାଳିକାଙ୍କର ଏପରି ସଙ୍ଗୀନ୍ ଅଭିଯୋଗ ପରେ ୫ ଜଣଙ୍କ ବିରୋଧରେ ମାମଲା ଦାୟର ହୋଇଛି ।
ପୋଷ୍ୟ ପିତା, ଭାଇ, କକା ଏବଂ ଅନ୍ୟ ତିନି ଜଣ ତାଙ୍କୁ ଦୁଷ୍କର୍ମ କରିଥିବା ପୋଲିସ୍ ସାମ୍ନାରେ କହିଛି ନାବାଳିକା । ଅଭିଯୋଗ ପରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ଜଣେ ନାବାଳକକୁ ଅଟକ ରଖିଛି । ମାମଲା ଅତ୍ୟନ୍ତ ସଙ୍ଗୀନ୍ ହୋଇଥିବାରୁ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।
ଆହୁରି ପଢ଼ନ୍ତୁ : ଆଜିକାଲିକା ଅଢେଇ ଦନିଆ ପ୍ରେମ ! ଚତୁର୍ଥୀ ରାତିରେ ପ୍ରେମିକ ସହିତ ବୋହୂ ହେଲା ଫେରାର, ସାଙ୍ଗରେ ନେଇଗଲା…
ସୁରଟ ସହରର ଅଦାଜନ ଅଞ୍ଚଳରେ ଜଣେ ୧୩ ବର୍ଷିୟା ନାବାଳିକାର ଘର । ତା’ର ନିଜର ବୋଲି କେହି ନଥିବା ବେଳେ ସେ ଏକ ଅନାଥଶ୍ରମରେ ଥିଲା । ନାବାଳିକାକୁ ମାତ୍ର ୬ ମାସ ହୋଇଥିବା ବେଳେ ସଂପୃକ୍ତ ପରିବାର ଲୋକେ ତାକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ।
ହେଲେ ସେ ଯେପରି ବଡ଼ ହୋଇ ହୋଇ ଯାଉଥିଲା ବାପା, କକା, ଭାଇ ତାକୁ ଯୌନ ଶୋଷଣ କରୁଥିଲେ । ବର୍ଷ ବର୍ଷ ଧରି ନାବାଳିକା ସହ କୁକର୍ମ ହେଉଥିବା ସେ ଥାନାରେ କହିଛନ୍ତି । ଶେଷରେ ଅସହ୍ୟ ହେବାରୁ ସେ ଥାନାରେ ପହଞ୍ଚିଥିଲେ ।
ଆହୁରି ପଢ଼ନ୍ତୁ : ଓଲିଉଡରେ ପୁଣି କାଷ୍ଟିଂ କାଉଚ ! 'ଫିଲ୍ମ ପାଇଁ ନିର୍ଦ୍ଦେଶକ ମତେ ଗୋଟେ ରାତି ତାଙ୍କ ପାଖରେ ଶୋଇବା ପାଇଁ କହିଥିଲେ'; ଏପରି ଅଭିଯୋଗ ଆଣିଲେ ଅଭିନେତ୍ରୀ…
ନାବାଳିକାର ବୟାନ୍ ଆଧାରରେ ଅଦାଜନ ଥାନାରେ ଏକ ମାମଲା ଦାଏର କରିଛନ୍ତି । ପୋଲିସ୍ ତତ୍କାଳ ଆକ୍ସନ ନେଇ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଚାରି ଜଣଙ୍କୁ ଗିରଫ କରିଛି ।
ଏନେଇ ସୁରଟ ଏସିପି ବିଏମ ଚୌଧୁରୀ କହିଛନ୍ତି , ମାମଲା ଅତ୍ୟନ୍ତ ସଙ୍ଗୀନ୍ । ଚାରି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନାବାଳକ । ସମସ୍ତଙ୍କୁ ପଚରାଉଚରା କରାଯାଉଛି । ଏହି ପ୍ରସଙ୍ଗରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସତ ସାମ୍ନାକୁ ଆସିବା ପରେ ଏହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।