ଓଲିଉଡରେ ପୁଣି କାଷ୍ଟିଂ କାଉଚ ! 'ଫିଲ୍ମ ପାଇଁ ନିର୍ଦ୍ଦେଶକ ମତେ ଗୋଟେ ରାତି ତାଙ୍କ ପାଖରେ ଶୋଇବା ପାଇଁ କହିଥିଲେ'; ଏପରି ଅଭିଯୋଗ ଆଣିଲେ ଅଭିନେତ୍ରୀ…

ollywood heroine levelled casting couch allegation against director

ଓଡ଼ିଆ ଗସିପ ବ୍ୟୁରୋ: ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ହୋଇଥିବା ନେଇ ଅଭିଯୋଗ ଆସିଛି । ରାଜଧାନୀ ଭୁବନେଶ୍ବରର ଜଣେ ଅଭିନେତ୍ରୀ ନିର୍ଦ୍ଦେଶକଙ୍କ ନାଁରେ ଏପରି ଅଭିଯୋଗ ଆଣିଛନ୍ତି ।

ଖାଲି ଏତିକି ନୁହେଁ ନିର୍ଦ୍ଦେଶକଙ୍କ ସହ ଅଭିନେତ୍ରୀ ଗୋଟେ ରାତି ବିତାଇଲେ ଫିଲ୍ମରେ ସୁଯୋଗ ମିଳିବ କହି ନିର୍ଦ୍ଦେଶକ ଜଣଙ୍କ କମ୍ପ୍ରମାଇଜ କରିବାକୁ କହିଥିବାର ଅଭିଯୋଗ ହୋଇଛି ।

ଅଭିନେତ୍ରୀ ଜଣଙ୍କ କହିଛନ୍ତି ଯେ, ୩ ବର୍ଷ ତଳେ ଗୋଟେ ଫିଲ୍ମ ପାଇଁ ନିର୍ଦ୍ଦେଶକଙ୍କ ନିକଟକୁ ଅଡିସନ ପାଇଁ ଯାଇଥିଲି । ଅଡିସନରେ ମୁଁ ସିଲେକ୍ସନ ହୋଇଛି ଏବଂ ସ୍କ୍ରିପ୍ଟ ପ୍ରାକ୍ଟିସ କରିବାକୁ କହିଥିଲେ ।

ଆହୁରି ପଢ଼ନ୍ତୁ : ଆଜିକାଲିକା ଅଢେଇ ଦନିଆ ପ୍ରେମ ! ଚତୁର୍ଥୀ ରାତିରେ ପ୍ରେମିକ ସହିତ ବୋହୂ ହେଲା ଫେରାର, ସାଙ୍ଗରେ ନେଇଗଲା…

ଏହା ପରେ ସେ କମ୍ପ୍ରମାଇଜ କରିବାକୁ କହିଥିଲେ । ଗୋଟିଏ ରାତି ମୋ ସହ ରହିବାକୁ ପଡ଼ିବ । ଏହା ପରେ ଯାଇ ଆପଣଙ୍କୁ ପ୍ରୋଜେକ୍ଟ ମିଳିବ । ସେତେବେଳେ ମୁଁ ତାଙ୍କ ଅଫରକୁ ମନା କରି ଦେଇଥିଲି ।

ଗତ କିଛି ଦିନ ତଳେ ଫେସବୁକରେ ଫଲୋ କରିବା ଭିତରେ ତାଙ୍କ ସହ କଥା ହୋଇଥିଲି । ଏହି କଥାବାର୍ତ୍ତା ବେଳେ ସେ ବହୁତ ଖରାପ ଭାଷାରେ ମୋ ସହ କଥାହେଲେ । ୩ ବର୍ଷ ତଳୁ ମୁଁ କମ୍ପ୍ରମାଇଜ ପାଇଁ ମନା କରିଥିବାରୁ ଏବେ ସେ ମୋତେ ଏପରି ଅଶ୍ଳୀଳ ଭାଷାରେ ଗାଳିଦେଲେ ।

Share this story

World Odia Language Conferene