ଆଜିକାଲିକା ଅଢେଇ ଦନିଆ ପ୍ରେମ ! ଚତୁର୍ଥୀ ରାତିରେ ପ୍ରେମିକ ସହିତ ବୋହୂ ହେଲା ଫେରାର, ସାଙ୍ଗରେ ନେଇଗଲା…

daughter in law fled away with boy friend on forthnight day

ଓଡ଼ିଆ ଗସିପ ବ୍ୟୁରୋ: ନିମାପଡା ଅଂଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଚତୁର୍ଥୀ ଦିନ ରାତ୍ରରେ ବୋହୂ ଘରୁ ସୁନା ଗହଣା ନେଇ ନିଜ ପ୍ରେମିକ ସହିତ ଫେରାର ହୋଇଯିବା ଘଟଣାରେ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ ବଳଙ୍ଗା ଥାନା ଅଂଚଳର ଜଣେ ଯୁବତୀ ନିମାପଡା ଥାନା ଅଲଣ୍ଡା ପଞ୍ଚାୟତ ଏକ ଗ୍ରାମରେ ଜୈନିକ ଯୁବକଙ୍କୁ ବିବାହ କରିଥିଲେ । ବିବାହ ସମୟରେ କନ୍ୟା ଘର ପକ୍ଷରୁ ବରକୁ ଗସ୍ତ ଖର୍ଚ୍ଚ ଓ ଝିଅକୁ ସୁନା ଗହଣା ସମେତ ଆସବାବ ପତ୍ର ପ୍ରଦାନ କରିଥିଲେ ।

ବିବାହ ବଡ ଧୁମଧାମ ରେ ସରିଥିବା ବେଳେ କନ୍ୟାକୁ ଧରି ବରଘର ପରିବାର ନିଜ ଗ୍ରାମକୁ ଫେରିଥିଲେ । ଜ୍ଞାତି କୁଟୁମ୍ବଙ୍କୁ ନିମନ୍ତ୍ରଣ କରି ଚତୁର୍ଥୀ ଦିନ ଭୋଜି ଭାତ ଆୟୋଜନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ : ରାଜଧାନୀରେ ରୋଡ୍ ରୋମିଓଙ୍କ ଦାଦାଗିରି ; ଝିଅଙ୍କୁ କମେଣ୍ଟ ମାରିବା ସହିତ ଘରୋଇ ହଷ୍ଟେଲ୍ ରେ ପଶି କଲେ ଭଙ୍ଗାରୁଜା

ଭୋଜି ଭାତ ସରିବା ପରେ କନ୍ୟା ବାର୍ଥରୁମକୁ ଯାଇ ଆଉ ଫେରିନଥିଲା । ବର ପରିବାର ବହୁ ଖୋଜା ଖୋଜି କରିବା ପରେ କନ୍ୟାର କୌଣସି ସନ୍ଧାନ ପାଇପାରିନଥିଲେ ।

ଏ ସଂପର୍କରେ କନ୍ୟା ଘରକୁ ଜଣାଇବା ପରେ କନ୍ୟା ଘର ଓ ବର ଘର ପରିବାର ଖୋଜିଥିଲେ ମଧ୍ୟ କନ୍ୟା ନିଜ ଗ୍ରାମର ଏକ ଯୁବକ ସହିତ ପୂର୍ବରୁ ପ୍ରେମ ସଂପର୍କ ରଖି ସମସ୍ତ ସୁନା ଗହଣା ଓ ଟଙ୍କା ଧରି ଚମ୍ପଟ ମାରିଥିବା ଜଣାପଡିବା ପରେ ବର ଓ କନ୍ୟା ଘର ପକ୍ଷରୁ ଏ ସଂପର୍କରେ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ କୌଣସି ସନ୍ଧାନ ପାଇପାରି ନାହିଁ ।

Share this story

World Odia Language Conferene