ରାଜଧାନୀରେ ରୋଡ୍ ରୋମିଓଙ୍କ ଦାଦାଗିରି ; ଝିଅଙ୍କୁ କମେଣ୍ଟ ମାରିବା ସହିତ ଘରୋଇ ହଷ୍ଟେଲ୍ ରେ ପଶି କଲେ ଭଙ୍ଗାରୁଜା

Road romeo create problem in ladies hostel in Bhubaneswar

ଓଡ଼ିଆ ଗସିପ ବ୍ୟୁରୋ: ପିଲାମାନଙ୍କୁ ଅଧିକ ଶିକ୍ଷା ଆଉ ଚାକିରୀ ଆଶାରେ ପିତାମାତା ମାନେ ଗାଁ ରୁ ବଡ଼ ବଡ଼ ସହରକୁ ପଠେଇଥାନ୍ତି । କିନ୍ତୁ ବେଳେ ବେଳେ ଆପଣଙ୍କ ପିଲାମାନଙ୍କୁ ବେପରୁଆ ଲୋକ ମାନଙ୍କର ସାମ୍ନା କରିବାକୁ ପଡିଥାଏ । ଏହି ଭଳି ଲୋକ ମାନଙ୍କର ଜୀବନରେ କିଛି ଉଦ୍ଦେଶ୍ୟ ନଥାଏ ବାସ ସେମାନେ ଝିଅ ପିଲା ମାନଙ୍କୁ ଦେଖି କମେଣ୍ଟ ମାରିବା ଗାଳି ଗୁଲଜ କରିବାରେ ବେଶ ଆନନ୍ଦ ଉଠେଇ ଥାନ୍ତି ।

ତେବେ ଗତକାଲି ବିଳମ୍ବିତ ରାତିରେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଥିଲା । କମେଣ୍ଟମରାକୁ କେନ୍ଦ୍ରକରି ରାଜଧାନୀରେ ରୋଡ୍ ରୋମିଓମାନେ ଲଙ୍କାକାଣ୍ଡ ଭିଆଇଥିଲେ ।

ଆହୁରି ପଢ଼ନ୍ତୁ : ଭାରି ପଡିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର ସାମ୍ନାରେ ସେଲ୍‌ଫି ନେବା; ଫାର୍ମାସିଷ୍ଟ ଯଶବନ୍ତ ବେହେରା ନିଲମ୍ବିତ

ସୂଚନାମୁତାବକ ଏହିପରି ଏକ ଘଟଣା ଶୁକ୍ରବାର ରାତ୍ର ୧୦ ଘଟିକାରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ରୋଡ୍ ରୋମିଓମାନେ ହଷ୍ଟେଲ୍ ଛାତ୍ରୀଙ୍କୁ କମେଣ୍ଟ ମାରିଥିଲେ । ତେବେ ଏହାକୁ ପ୍ରତିବାଦ କରିବାରୁ ରୋଡ୍ ରୋମିଓମାନେ ସ୍ପିଡ୍ ବାଇକ୍ ରେ ଯାଇ ନୟାପଲ୍ଲୀରେ ଥିବା ଏକ ଲେଡିଜ୍ ହଷ୍ଟେଲରେ ପଶିଥିଲେ । ସେଠାରେ ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ହଷ୍ଟେଲ ରେ ଥିବା ଟିଭି ଠାରୁ ଆରମ୍ଭ କରି ବିଭିନ୍ନ ଆସବାବପତ୍ର ମଧ୍ୟ ଭାଙ୍ଗି ରୁଜି ଚୁନା କରିଥିଲେ । ଯାହାଫଳରେ ସେଠାରେ ଥିବା ଛାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ଏପରିକି ହଷ୍ଟେଲ୍ ରେ ଥିବା କିଛି ଗାଡ଼ିକୁ ଭାଙ୍ଗିଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ : ଓଡ଼ିଶାରେ ଶସକ୍ତ ହେବ ଆପ, ବିଜେପି ଛାଡି ରାଜ୍ୟ ମଙ୍ଗ ଧରିବେ ବୈଜୟନ୍ତ, ଡିଲ ଶେଷ; ଦେଖନ୍ତୁ ଭିଡିଓ...

ସ୍ପିଡ୍ ବାଇକ୍ ରେ ୩/୪ଜଣ ରୋଡ୍ ରୋମିଓ ହଷ୍ଟେଲ୍ ରେ ପଶି ଏଭଳି କାଣ୍ଡ ଭିଆଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ଏ ସଂକ୍ରାନ୍ତରେ ଖବରପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଆଉ ଯଥା ଶୀଘ୍ର ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଏଭଳି କାଣ୍ଡ ଘଟାଉ ଥିବା ଲୋକଙ୍କ ସଂଖ୍ୟା ରାଜଧାନୀ ରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୋଲିସ ଯଦି ଏହି ମାନଙ୍କ ଉପରେ ଠୋସ ପଦକ୍ଷପ ନ ନିଏ ତେବେ ରାଜଧାନୀରେ ମହିଳା ମାନଙ୍କ ସୁରକ୍ଷା ଉପରେ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ ।

Share this story

World Odia Language Conferene