ଓଡ଼ିଶାରେ ଶସକ୍ତ ହେବ ଆପ, ବିଜେପି ଛାଡି ରାଜ୍ୟ ମଙ୍ଗ ଧରିବେ ବୈଜୟନ୍ତ, ଡିଲ ଶେଷ; ଦେଖନ୍ତୁ ଭିଡିଓ...

Baijyanta may be the CM candidate of AAP

ଓଡ଼ିଆ ଗସିପ ବ୍ୟୁରୋ: ମନମୋହନ ସାମଲ ବିଜେପି ସଭାପତି ହେବାପରେ ପଦ୍ମ ଦଳର ରାଜନୀତିରେ ସବୁ କିଛି ଠିକ ଚାଲିନଥିବା ଶୁଣିବାକୁ ମିଳୁଛି । ସଂଘ ବ୍ୟାକଗ୍ରାଉଣ୍ଡ୍ ରେ ଆସିଥିବାରୁ ପୁରୁଣା ନେତାଙ୍କୁ ମନମୋହନ କାଳେ ଖୋଜିବା ଆରମ୍ଭ କଲେଣି । ଯାହା ଦଳକୁ ଆମଦାନୀ ହୋଇ ଆସିଥିବା ଉଚ୍ଚାଭିଳାଷି ନେତାଙ୍କ ବିପି ବଢ଼ିଲାଣି । ଆଉ ଏହି ତାଲିକାରେ ବୈଜୟନ୍ତ ବି ଥିବା କୁହାଯାଉଛି ।

ସମୀର ସଭାପତି ପଦରୁ ହଟିବା ବୈଜୟନ୍ତ କୁ ଯେତିକି ଖୁସି କରିଥିଲା ତା ଠାରୁ ଅଧିକ ମନମୋହନଙ୍କ ଆଗାମୀ ରୋଡ ମ୍ୟାପ କୁ ନେଇ ବୈଜୟନ୍ତ କୁଆଡେ ଦୁଖିଥିବା କୁହାଯାଉଛି । ମନମୋହନ ଯେଉଁ ନୂଆ ଟିମ ଗଢିବେ ସେଥିରେ କାଳେ ଭରଷା ଯୋଗ୍ୟ ଓ ସଂଘ ବ୍ୟାକଗ୍ରାଉଣ୍ଡ ନେତାଙ୍କୁ ଅଧିକ ଗୁରୁତ୍ୱ ମିଳିବ । ଯେଉଁ କ୍ରାଇଟେରିଆ ବୈଜୟନ୍ତ ପୁରା କରୁନଥିବା ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ବିଶେଷ କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ରହିବ ଏବଂ ମାନସିକ ଚିନ୍ତା ବଢ଼ିବ

କାରଣ ପ୍ରଥମତଃ ବୈଜୟନ୍ତଙ୍କ ଉପରେ ସଂଘର ସେତେଟା ଆଶୀର୍ବାଦ ନାହିଁ । ଦ୍ୱିତୀୟତଃ ବୈଜୟନ୍ତ କାଳେ ଭିତିରିଆ ଆପ ସହ ଡ଼ିଲ କରୁଥିବା ନେଇ ବିଜେପି ଶୀର୍ଷ ନେତୃତ୍ୱଙ୍କୁ ପାଖରେ ଖବର ପଂହଁଚିଥିବା ଶୁଣିବାକୁ ମିଳୁଛି । ଯେଉଁଥିପାଇଁ ବୈଜୟନ୍ତ ଙ୍କୁ ବିଶ୍ୱାସହୀ ଗ୍ରୁପରେ ସାମିଲ ନ କରିପାରନ୍ତି ମନମୋହନ । ବିଜେଡିରୁ ବିଦା ହେବାପରେ ବୈଜୟନ୍ତ ବଡ ଆଶା ନେଇ ଆସିଥିଲେ ବୋଲି କୁହାଯାଏ ।

କିନ୍ତୁ ବୈଜୟନ୍ତଙ୍କ ଆଶା ଏ ଯାଏଁ ଫଳ ପ୍ରଦ ହୋଇପାରୁନଥିବା ଚର୍ଚ୍ଚା ହେଉଛି । କାରଣ ବିଜେପିରେ ସାମିଲ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ବୈଜୟନ୍ତଙ୍କୁ ଏଯାବତ ରାଜ୍ୟ ରାଜନୀତି ସହ ସେତେଟା ସଂଶ୍ଲିଷ୍ଟ କରାଯାଉନଥିବା ଦେଖିବାକୁ ମିଳୁଛି । ୟା ଛଡା ବିଜେପିରେ ବୈଜୟନ୍ତ ନିଜର ଭବିଷ୍ୟତ ସେତେଟା ଉଜ୍ବଳ ଦେଖିପାରୁନଥିବା ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି । କାରଣ ବୈଜୟନ୍ତ ବିଜେପିର ଟାଣୁଆ ନେତାଙ୍କ ତାଲିକାରେ ଯେଉଁ ସ୍ଥାନରେ ଅଛନ୍ତି ସେଠାରୁ ଦଳର ରାଜ୍ୟ ୟୁନିଟର ଶୀର୍ଷରେ ପଂହଁଚିବା ବେଳକୁ ମଗାଦର୍ଶକ ମଣ୍ଡଳୀରେ ସ୍ଥାନ ପାଇବା ଯୋଗ୍ୟ ହୋଇସାରିଥିବେ । କାରଣ ଦଳରେ ଏମିତି କିଛି ନେତା ଅଛନ୍ତି ଯେଉଁମାନେ ବୈଜୟନ୍ତ କୁ ସହଜରେ ଆଗକୁ ଯିବାକୁ ବାଟ ଛାଡିବାକୁ ଦେବେନି ।

ଆହୁରି ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ଅପରାଜିତା କଥାରେ ପରିଚାଳିତ ବିଜେପି, ତଡା ଖାଇବେ କି ମୁକୁ ? ସଜ୍ଜନଙ୍କ ଲେଖାକୁ ନେଇ ବଢ଼ିଲା ଚର୍ଚ୍ଚା

ଏଭଳି ସ୍ଥଳେ ବୈଜୟନ୍ତ ନିଜ ରାଜନୈତିକ କ୍ୟାରିଅର ପାଇଁ ବିକଳ୍ପ ପନ୍ଥା ଆପଣେଇବାକୁ ବିଚାର ବିମର୍ଷ କରୁଥିବା ଚର୍ଚ୍ଚା ଆରମ୍ଭ ହେଉଛି । ଆଉ ଏଥିପାଇଁ ଆପ ସହ ଭିତିରିଆ ଡ଼ିଲ ଆରମ୍ଭ ହୋଇଥିବା ଶୁଣିବାକୁ ମିଳୁଛି । ଏମିତିରେ ଆମ ଆଦମୀ ପାର୍ଟି ଓଡିଶା ପାଇଁ ବଡ ଚେହେରା ଖୋଜୁଛି । ଆଉ ବୈଜୟନ୍ତ ମଧ୍ୟ ଏହାକୁ ନିଜ ପାଇଁ ସୁବର୍ଣ୍ଣ ସୁଯୋଗ ବୋଲି ଧରିନେଇଥିବା ଶୁଣିବାକୁ ମିଳୁଛି ।

ଦେଖନ୍ତୁ ଭିଡ଼ିଓ :

ଅର୍ଥାତ ଆପର ମୁଖ୍ୟମନ୍ତ୍ରୀ ଫେସ ହେବାକୁ ବୈଜୟନ୍ତ ଦିଲ୍ଲୀରେ ଡ଼ିଲ କରୁଥିବା ଚର୍ଚ୍ଚା ହେଉଛି । ଅତି ଗୁପ୍ତ ଢଙ୍ଗରେ କେଇ ରାଉଣ୍ଡ ଆଲୋଚନା ସାରିଥିବା ବେଳେ ସଠିକ ସମୟ ଅପେକ୍ଷ୍ୟାରେ ଉଭୟ ପକ୍ଷ ରହିଥିବା ନେଇ ଛୋଟ ମୋଟ ଚର୍ଚ୍ଚା ଆରମ୍ଭ ହେଉଛି । ନାହିଁ ମାମୁଁ ଠାରୁ କଣା ମାମୁ ଭଲ ନ୍ୟାୟରେ ବୈଜୟନ୍ତ ଏହି ଡ଼ିଲ ଆପ ସହ କରୁଥିବା କୁହ ଯାଉଛି । ଯଦି ଚର୍ଚ୍ଚାରେ ସତ୍ୟତା ଥାଏ ତେବେ ବୈଜୟନ୍ତଙ୍କ ଆଗାମୀ ରାଜନୀତିକ ଭବିଷ୍ୟତ କେଉଁ ମୋଡ ନେବ ତାହା ସବୁଠୁ ବଡ଼ ପ୍ରଶ୍ନ ।

Share this story

World Odia Language Conferene