ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ବିଶେଷ କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ରହିବ ଏବଂ ମାନସିକ ଚିନ୍ତା ବଢ଼ିବ

know your horoscope on May 8 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ମେଷ: ବନ୍ଧୁମାନଙ୍କ ସହ ବିବାଦ ଦେଖାଦେଇପାରେ । ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିବେ । ସନ୍ତାନମାନଙ୍କ ଉନ୍ନତିରେ ଖୁସି ରହିବେ । ଆର୍ଥିକ ଉନ୍ନତି ହେବ । ପତି-ପତ୍ନୀଙ୍କ ମଧ୍ୟରେ ସୁସମ୍ପର୍କ ରହିବ ।

ବୃଷ: ଆର୍ଥିକ ସମସ୍ୟା ଲାଗି ରହିବ । ନେଣ-ଦେଣ କରିବା ସମୟରେ ସାବଧାନ ରୁହନ୍ତୁ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ । ଛାତ୍ରଛାତ୍ରୀ ଉତ୍ତମ ଫଳ ପାଇବେ । ମାନସିକ ଚିନ୍ତା ବଢ଼ିବ ।

ମିଥୁନ: ବ୍ୟବସାୟକୁ ନେଇ ବ୍ୟସ୍ତ ରହିବେ । ପ୍ରେମବ୍ୟାପାରରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ରହିବ । ନିଜ କ୍ଷମତା ଉପରେ ଧ୍ୟାନ ଦିଅନ୍ତୁ । ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ ।

ଆହୁରି ପଢ଼ନ୍ତୁ : ଅଧା ବାଟରେ ଜଳିଗଲା ଆମ୍ବୁଲାନ୍ସ , ଚାଲିଗଲା ରୋଗୀଙ୍କ ଜୀବନ !

କର୍କଟ: ଯୋଜନା ମୁତାବକ କାମ କରନ୍ତୁ । ଦୀର୍ଘ ଦିନରୁ ଅଟକି ଥିବା କାମରୁ ସମାଧାନ ଘଟିବ । ପରିବାର ସହ ଅଧିକ ସମୟ କଟାଇବେ । ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ ।

ସିଂହ: କର୍ମକ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ଅବିବାହିତମାନଙ୍କ ପାଇଁ ଭଲ ପ୍ରସ୍ତାବ ଯୋଗ ରହିଛି । ଛାତ୍ରଛାତ୍ରୀ ଆଳସ୍ୟ ଅନୁଭବ କରିବେ । ଗୃହିଣୀମାନେ ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ ।

କନ୍ୟା: କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ସଂପୂର୍ଣ୍ଣ ସହଯୋଗ ପାଇବେ । ନିଜର ମଧୁର ବ୍ୟବହାର ପାଇଁ ଲୋକପ୍ରିୟତା ହାସଲ କରିବେ । ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି କରିବେ ।

ତୁଳା: କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଉପୁଜିପାରେ । ଅଯଥା କଥାରେ ମୁଣ୍ଡ ନପୂରାଇ ନିଜ ଲକ୍ଷ୍ୟରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ବିଦ୍ୟାର୍ଥୀମାନେ ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ କରିବେ ।

ବିଛା: ଅଚାନକ ଧନପ୍ରାପ୍ତି ଯୋଗ ରହିଛି । ଆର୍ଥିକ କ୍ଷେତ୍ରରେ ସୁଦୃଢ଼ ରହିବେ । ମନୋରଞ୍ଜନରେ ସମୟ ଅତିବାହିତ କରିବେ । ସ୍ବାଧୀନ ଭାବରେ କାର୍ଯ୍ୟ କରି ସଫଳତା ପାଇବେ ।

ଆହୁରି ପଢ଼ନ୍ତୁ : ଭାରତର ସିପାହୀ ନିରା ଆର୍ଯ୍ୟାଙ୍କ କାହାଣୀ, ଯିଏ ସୁବାସ ବୋଷଙ୍କ ଜୀବନ ବଞ୍ଚାଇବାରୁ ତାଙ୍କ ଛାତିରୁ ଲୁଗା ଖୋଲି...

ଧନୁ: ଇଚ୍ଛାନୁସାରେ ସମସ୍ତ କାର୍ଯ୍ୟ ହେବ । ମାନସିକ ସ୍ତରରେ ଆପଣ ବହୁତ ହାଲୁକା ଅନୁଭବ କରିବେ । ସରକାରୀ କାର୍ଯ୍ୟରେ ସଫଳତା ପାଇପାରନ୍ତି ।

ମକର: ନୂତନ କାର୍ଯ୍ୟକୁ ନେଇ ବ୍ୟସ୍ତ ରହିବେ । ଆର୍ଥିକସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ । ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବେ ।

କୁମ୍ଭ: ଛାତ୍ରଛାତ୍ରୀମାନେ ବିଭିନ୍ନ କାର୍ଯ୍ୟରେ ଆଗ୍ରହ ଦେଖାଇବେ । ରାଜନୀତି କ୍ଷେତ୍ର ସହିତ ଜଡ଼ିତ ଲୋକମାନେ ସଫଳତା ପାଇବେ । ପରିବାରରେ ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ ।

ମୀନ: ଦୀର୍ଘ ଦିନର ସମସ୍ୟାର ସମାଧାନ ହୋଇପାରେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ଆର୍ଥିକକ୍ଷେତ୍ରରେ ସୁଦୃଢ଼ ରହିବ । ବ୍ୟବସାୟୀମାନେ ଦୂରଯାତ୍ରା କରିପାରନ୍ତି ।

Share this story

World Odia Language Conferene