ଦେଖନ୍ତୁ ଭିଡ଼ିଓ : ଅପରାଜିତା କଥାରେ ପରିଚାଳିତ ବିଜେପି, ତଡା ଖାଇବେ କି ମୁକୁ ? ସଜ୍ଜନଙ୍କ ଲେଖାକୁ ନେଇ ବଢ଼ିଲା ଚର୍ଚ୍ଚା

BJP party worker goes against Dharmendra

ଓଡ଼ିଆ ଗସିପ ବ୍ୟୁରୋ: ବିଜେପିର ମଙ୍ଗ ମନମୋହନ ସାମଲ ଧରିବା ପରେ ଦଳର ଲାଭ ହୋଇଛି କି ନାହିଁ ତାହାର ହିସାବ ତ ପରେ ହେବ କିନ୍ତୁ ଏବେ ତର୍କ ଭିତରେ ନେତାଙ୍କ ମଧ୍ୟରେ ଆଉ ସବୁ ଠିକ ନଥିବା ଚର୍ଚ୍ଚା ହେଉଛି । ଦଳ ଭିତର ଗହନ କଥା ଏବେ ଖୁଲମ ଖୁଲା ସୋସିଆଲ ମିଡିଆରେ ସ୍ଥାନ ପାଇଛି । ଯାହା ଏହା ଦଳର ପ୍ରଭାବଶାଳୀ ନେତୃବୃନ୍ଦଙ୍କ ଉପରେ ପ୍ରଶ୍ନ ବାଜି ଚିହ୍ନ ଛିଡା କରୁଥିବା କୁହାଯାଉଛି ।

ସୋସିଆଲ ମିଡିଆରେ ସେଭଳି କିଛି ପୋଷ୍ଟ କରିଛନ୍ତି ବିଜେପିର ବରିଷ୍ଠ ନେତା ସଜ୍ଜନ ଶର୍ମା । ଯାହା ବିଜେପିକୁ କେବଳ ଅକଳରେ ପକାଇନି ବରଂ ପ୍ରଭାବଶାଳୀ ନେତାଙ୍କ ପୋଲ ଖୋଲିଛି । ରାଜନୀତିକୁ ନିରିଖେଇ ଦେଖୁଥିବା ଲୋକଙ୍କ ପାଇଁ ସଜ୍ଜନଙ୍କ ପୋଷ୍ଟ ବୁଝିବାରେ ବିଶେଷ କଷ୍ଟ ହୁଏତ ହୋଇ ନ ପାରେ । କିନ୍ତୁ କିଏ ସେହି ବାପା ପୁଅ ଯୋଡି ଯିଏ ବିଜେପିକୁ ନିଶ୍ଚିନ୍ହ କରିବାକୁ ଷଡଯନ୍ତ୍ର କରୁଥିଲେ । ତାହା କୁ ନେଇ ସାଧାରଣରେ ବଡ଼ ପ୍ରଶ୍ନ ?

ରାଜନୀତି ଦୃଷ୍ଟିରୁ ଅନୁମାନ କଲେ ସଜ୍ଜନଙ୍କ ଏହି ପୋଷ୍ଟ ଧର୍ମେନ୍ଦ୍ରଙ୍କ ପାଇଁ ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । ସଜ୍ଜନ ଶର୍ମା ଦୀର୍ଘବର୍ଷ ହେବ ବିଜେପି ରାଜନୀତିରେ ବେଶ ସକ୍ରିୟ ଥିଲେ । ଏପରିକି ଦଳର ମୁଖପାତ୍ର ଭାବେ ବିଜେଡ଼ିକୁ ଟାର୍ଗେଟ କରିବାର କଳା ତାଙ୍କ ଠାରୁ ଅଧିକ କାହାକୁ ବୋଧେ ଜଣା ନାହିଁ । ଦଳର ପ୍ରେସ ମିଟରେ ସଜ୍ଜନ ଶାଜୁଥିଲେ ବିଜେପିର ଚେହେରା ।

ଆହୁରି ପଢ଼ନ୍ତୁ : ଆଜି ବଙ୍ଗୋପସାଗରରେ ସୃଷ୍ଟିହେବ ଘୂର୍ଣ୍ଣିବଳୟ; ୮ ତାରିଖ ସୁଦ୍ଧା ନେଇପାରେ ଅବପାତର ରୂପ

ଅର୍ଥାତ ମିଡିଆରେ ବିଜେପିର ତୁଣ୍ଡ କହିଲେ ସଜ୍ଜନ ଶର୍ମାଙ୍କୁ ବୁଝାଉଥିଲା । କିନ୍ତୁ ରାଜ୍ୟ ବିଜେପି ରାଜନୀତିରେ ଧର୍ମେନ୍ଦ୍ରଙ୍କ ଗୋଷ୍ଠୀ ପାୱାରଫୁଲ ହେବା ସଜ୍ଜନକୁ ସୁହାଇନଥିଲା । ଧୀରେ ଧୀରେ ମିଡ଼ିଆରୁ ସଜ୍ଜନକୁ ଦୁରେଇ ଦିଆଗଲା । ଏପରିକି ଦଳର ଆଭ୍ୟନ୍ତରୀଣ କନ୍ଦଳ ଦେଖି ସଜ୍ଜନ ନିଜକୁ କିଛି ସମୟ ପାଇଁ ଦଳରୁ ଦୁରେଇ ରଖିଥିଲେ । କିନ୍ତୁ ସୋସିଆଲ ମିଡିଆରେ ସକ୍ରିୟ ରହୁଥିଲେ ।

ତେବେ ମନମୋହନ ଦଳର ଦାୟିତ୍ୱ ନେବା ପରେ ପୁଣିଥରେ ସକ୍ରିୟ ହୋଇଛନ୍ତି ସଜ୍ଜନ । ଆଉ ତେରେଛା ନୁହେଁ ସିଧାସଳଖ ବାଣ ମାରୁଛନ୍ତି ସଜ୍ଜନ । ଅବଶ୍ୟ ନା ନେଇନାହାନ୍ତି ସଜ୍ଜନ ହେଲେ ସଜ୍ଜନଙ୍କ ବାଣ ଧର୍ମେନ୍ଦ୍ରଙ୍କ ଆଡକୁ ହିଁ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି । କାରଣ ୨୦୧୪ ପରେ ପରେ ଧର୍ମେନ୍ଦ୍ରଙ୍କୁ ରାଜ୍ୟ ବିଜେପିର ଅଘୋଷିତ ମୁଖିଆ ବୋଲି ଅଭିହିତ କରାଯାଉଥିଲା ।

ଆହୁରି ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ବବିଙ୍କ ଘରେ ସରିଲା କଥା, ଶେଷରେ ନବୀନଙ୍କ ଆଶୀର୍ବାଦରେ ବିଧାୟକ ହେବେ ଲେଖାଶ୍ରୀ!

କିନ୍ତୁ ଗତ ପଂଚାୟତ ଓ ପୌର ନିର୍ବାଚନରେ ଦଳ ଯେଉଁ ବିପର୍ଯୟର ସାମ୍ନା କରିଛି ତାହା ଦର୍ଶାଉଛି ଯେ ୨୦୨୪ରେ ଦଳ କ୍ଷମତା ଦାଖଲର ଯେଉଁ ସ୍ବପ୍ନ ଦେଖିଛି ତାହା ପୂର୍ଣ୍ଣ ହେବନି କିନ୍ତୁ ଯାହା ଦଳର ସାଙ୍ଗଠନିକ ବିଫଳତାକୁ ପଦାରେ ପକାଇଛି । ଆଉ ଏଥିପାଇଁ କାଳେ ଧର୍ମେନ୍ଦ୍ର ଦାୟୀ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ଯାହାର ପ୍ରତିଫଳନ ସଜ୍ଜନଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା କୁହାଯାଉଛି ।

ଦେଖନ୍ତୁ ଭିଡ଼ିଓ :

ଯଦି ପ୍ରଧାନଙ୍କ ଉଦେଶ୍ୟରେ ଏହି ସୋସିଆଲ ମିଡ଼ିଆ ପୋଷ୍ଟ ଥାଏ ତେବେ ଏହା ବେଶ ସାଙ୍ଘାତିକ । କାରଣ ମନମାହନ ସଭାପତି ହେବାପରେ ଅନେକ ଦଳୀୟ ନେତା ଏବେ ଧର୍ମେନ୍ଦ୍ରଙ୍କ ପାଖ ମାଡ଼ୁନଥିବା ଶୁଣାଯାଉଛି । ଖାସ କରି ଟିକେଟ ଆଶାୟୀ ମାନେ ଧର୍ମେନ୍ଦ୍ରଙ୍କ ଠାରୁ ଦୂର ଛଡା ଦେଉଥିବା କୁହାଯାଉଛି । ଆଗକୁ ଏହି ଟ୍ରେଣ୍ଡ ଆହୁରି ବଢିବା ବୋଲି ଚର୍ଚ୍ଚା ହେଉଛି ।

Share this story

World Odia Language Conferene