ଦେଖନ୍ତୁ ଭିଡ଼ିଓ : ବବିଙ୍କ ଘରେ ସରିଲା କଥା, ଶେଷରେ ନବୀନଙ୍କ ଆଶୀର୍ବାଦରେ ବିଧାୟକ ହେବେ ଲେଖାଶ୍ରୀ!

lekhashri to join bjd

ଓଡ଼ିଆ ଗସିପ ବ୍ୟୁରୋ: ଲେଖାଶ୍ରୀ ସାମନ୍ତ ସିଂହର ଓଡିଶା ବିଜେପି ରାଜନୀତିର ସକ୍ରିୟ ସଦସ୍ୟା । ପ୍ରତି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିବାର ନଜର ରହିଛି । କିନ୍ତୁ ଯେଉଁ ତୁଣ୍ଡରେ ଲେଖାଶ୍ରୀ ସମାଲୋଚନା କରୁଥିଲେ ଆଗକୁ ସେଇ ତୁଣ୍ଡରେ ଖୋଲା ଖୋଲି ପ୍ରଶଂସା କରିବେ ବୋଲି ଚର୍ଚ୍ଚା ହେଉଛି । କାରଣ ନିର୍ବାଚନ ପୂର୍ବରୁ ଲେଖାଶ୍ରୀ ବିଜେପି କୁ ପର କରି ବିଜେଡି କ୍ୟାମ୍ପରେ ଯୋଗ ଦେଇପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

ତେବେ ଲେଖାଶ୍ରୀ ବିଜେଡି କୁ ଆସିବେ ଏହି କାନ ଶୁଣା କଥା ବିସ୍ଵାଶ ଯୋଗ୍ୟ ହେଉନଥିଲେ ମଧ୍ୟ ଏହା ସତ୍ୟ । କାରଣ ରାଜନୀତିରେ କେହି ଚିରଦିନ ସାଥି ବା ଶତ୍ରୁ ହୋଇ ରୁହନ୍ତି ନାହିଁ । ତେଣୁ ଲେଖାଶ୍ରୀଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ଯେ ସତ୍ୟତା ନଥିବ ତାହା କିଏ କହିବ । ଓଡିଶା ବିଜେପିର ମୁଖିଆ ପରିବର୍ତନ ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ମନମୋହନ ସଭାପତି ହେବ ପରେ ଧର୍ମେନ୍ଦ୍ରଙ୍କ କ୍ୟାମ୍ପର ନେତାଙ୍କୁ କୋଣ ଠେସ କରାଯାଇଥିବା କୁହା ଯାଉଛି । ଯେଉଁଥିରେ ଲେଖାଶ୍ରୀ ଥିବା ନେଇ ବିଜେପି ଶିବିରରେ ଚର୍ଚ୍ଚା ।

ଆହୁରି ପଢ଼ନ୍ତୁ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବୋଲେରୋକୁ ପିଟିଲା ଟ୍ରକ, ଗୋଟିିଏ ପରିବାରର ୧୦ଜଣଙ୍କ ମୃତ୍ୟୁ

କାରଣ ସମୀର ସଭାପତି ଥିବା ବେଳେ ଳେଖଶ୍ରୀଙ୍କୁ ଯେଉଁ ଆକ୍ରମଣାତ୍ମକ ଭଙ୍ଗୀରେ ଦେଖିବାକୁ ମିଳୁଥିଲା ଏବେ ସେଥିରେ ଶୀତଲତା ପଡିଥିବା କୁହାଯାଉଛି । କାରଣ ସାମ୍ପ୍ରତିକ ସ୍ଥିତିରେ ଓଡିଶା ରାଜନୀତିରେ ଧର୍ମେନ୍ଦ୍ର କ୍ୟାମ୍ପ ପୂର୍ବାପେକ୍ଷା ପ୍ରଭାବହିଁ ହୋଇପଡିଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଧର୍ମେନ୍ଦ୍ରଙ୍କୁ ଆଉ ବିଶେଷ ଓଡ଼ିଶାରେ ଦେଖିବାକୁ ମିଳୁନଥିବା କୁହାଯାଉଛି ।

ଯାହାକୁ ନେଇ ଧର୍ମେନ୍ଦ୍ରଙ୍କ କ୍ୟାମ୍ପର ଏନେକ ନେତା ନିଜ ରାଜନୈତକ ଭବିଷ୍ୟତ ବାବଦରେ ଭାବିବାକୁ ବାଧ୍ୟ ହେଉଥିବା ଶୁଣିବାକୁ ମିଳୁଛି । କାରଣ ସମୀର ସଭାପତି ଥିବା ବେଳେ ଟିକେଟ କାନଫର୍ମ କହି ବୁଲୁଥିବା ନେତା ମନମୋହନ ସଭାପତି ହେବ ପରେ ପୁରା ମୌନ ହୋଇଯାଇଥିବା ଚର୍ଚ୍ଚା ହେଉଛି । କାରଣ ମନମୋହନ ଯେ ଧର୍ମେନ୍ଦ୍ର କ୍ୟାମ୍ପର ସମସ୍ତଙ୍କୁ ଲଢ଼ିବାକୁ ସୁଯୋଗ ଦେବେ ତାହାର ସମ୍ଭାବନା କ୍ଷୀଣ ।

ଏଭଳି ସ୍ଥଳେ ଲେଖାଶ୍ରୀ ବିଜେଡି ମୁଂହା ହେଉଥିବା ଶୁଣିବାକୁ ମିଳୁଛି । ବିଜେଡିରେ ଏବେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି । ମହିଳା ରାଜନୀତିରେ ପୂର୍ବାପେକ୍ଷା ଅଧିକ ସୁଯୋଗ ଦିଆଯାଉଛି । ତେଣୁ ଲେଖାଶ୍ରୀ ମଧ୍ୟ ଏହି ମୌକାର ଫାଇଦା ନେବାକୁ ଶଙ୍ଖ ଶିବିର ଆଡକୁ ମୁଂହାଉଥିବା ନେଇ ରାଜନୈତକ ମହଲରେ ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ : ବାତ୍ୟା ମାସରେ ଅଶାନ୍ତ ସମୁଦ୍ର: ବାତ୍ୟାର ମିଳିଲା ସଂକେତ, ରାତି ପାହିଲା ବେଳକୁ ଛେଚି ଛେଚି କାଚିବ ବର୍ଷା

କେବଳ ଏତିକି ନୁହେଁ ବିଜେଡି ଟିକେଟରେ ଲଢ଼ିଲେ ଭୁଜ୍ୟ ସମ୍ଭାବନା ମଧ୍ୟ ଅଧିକ ତେଣୁ ରାଜନୈତିକ ଅଭିଳାଷାକୁ ଚରିତାର୍ଥ କରି ସବୁ କିଛି ଭୁଲି ବିଜେଡି କୁ ଆସିବାକୁ ଲେଖାଶ୍ରୀ କୁଆଡେ ମନ ସ୍ଥିର କରିଥିବା ଶୁଣିବାକୁ ମିଳୁଛି । ବିଜେପିରେ ତାଙ୍କୁ ୨୦୨୪ରେ ସୁଯୋଗ ମିଳିବ କି ନାଇଁ ତାହାକୁ ନେଇ ଲେଖାଶ୍ରୀ ସନ୍ଦେହରେ ଥିବା କୁହା ଯାଉଛି । କାରଣ ଲେଖାଶ୍ରୀଙ୍କର ସେମିତି କିଛି ନିର୍ଦ୍ଧିଷ୍ଟ ନିର୍ବାଚନ ମଣ୍ଡଳୀରେ ସେଭଳି ସୁଦୃଢ ସଂଗଠନ ନାଇଁ । ତେଣୁ ତାଙ୍କୁ ଟିକେଟ ଦେଇ ମନମୋହନ ରିସ୍କ ନେବାକୁ ଚାଁହୁନଥିବା ଶୁଣିବାକୁ ମିଳୁଛି ।

ଦେଖନ୍ତୁ ଭିଡ଼ିଓ :

ଆଉ ଏହାର ଆଭାସ କାଳେ ଲେଖାଶ୍ରୀଙ୍କ କାନରେ ଆଗୁଆ ବାଜି ସାରିଥିବା ନେଇ ଦଳୀୟ ମହଲରେ ଟୁପୁର ଟାପୁର ହେଉଛନ୍ତି । ଯେଉଁଥିପାଇଁ ବିଜେପି କୁ ଟା ଟା କରିବାକୁ ଲେଖାଶ୍ରୀ ମାନସିକ ସ୍ଥରରେ ପ୍ରସ୍ତୁତ ହେଉଥିବା କୁହାଯାଉଛି । ଆଉ ଏଭଳି ନିଷ୍ପତି ନେବାକୁ ଧର୍ମେନ୍ଦ୍ର କୁଆଡେ ଲେଖାଶ୍ରୀଙ୍କୁ ଫ୍ରି ହାଣ୍ଡ ଛାଡିଥିବା ଶୁଣିବାକୁ ମିଳୁଛି । ଅନ୍ୟ ଦଳରୁ ଆସିଥିବା ନେତା ବିଜେଡିରେ ନିରାଶ ହୋଇନାହାନ୍ତି । ମହିଳା ଭାବେ ସୁଲୋଚନା ଦାସ କୁ ମେୟର ସୁଯୋଗ ଦିଆଯାଇଛି । ତେଣୁ ଲେଖାଶ୍ରୀ ଖୁବଶୀଘ୍ର ଏ ନେଇ ନିଷ୍ପତି ନେଇପାରନ୍ତି ବୋଲି କୁହାଯାଉଛି । କିନ୍ତୁ ବିଜେଡି ଲେଖାଶ୍ରୀଙ୍କୁ ଦଳରେ ସାମିଲ କରିବା କି ନାଇଁ ତାହା ସବୁଠୁ ବଡ଼ ପ୍ରଶ୍ନ ।

Share this story

World Odia Language Conferene