ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ବୋଲେରୋକୁ ପିଟିଲା ଟ୍ରକ, ଗୋଟିିଏ ପରିବାରର ୧୦ଜଣଙ୍କ ମୃତ୍ୟୁ

road accident kills 10 people

ଓଡ଼ିଆ ଗସିପ ବ୍ୟୁରୋ: ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋକୁ ପିଟିଲା ଟ୍ରକ । ଘଟଣାରେ ଗୋଟିିଏ ପରିବାରର ୧୦ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ଶିଶୁ ।

ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ । ରାୟପୁର ଜଗଦଲପୁର ରାସ୍ତାରେ ଦୁର୍ଘଟଣା ଘଟିଛି । ଟ୍ରକ ବୋଲେରୋକୁ ଧକ୍କା ଦେଇଥିବା ବେଳେ ଘଟଣାସ୍ଥଳରେ ହିଁ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ଆହୁରି ପଢ଼ନ୍ତୁ : ଚନ୍ଦ୍ରଗ୍ରହଣ ସହ ରହିବ ଭଦ୍ରା କାଳ, ପ୍ରଥମ ଚନ୍ଦ୍ରଗ୍ରହଣଠୁ ୩୦ ଦିନ ପର୍ଯ୍ଯନ୍ତ ଏହି ୫ ରାଶି ରୁହନ୍ତୁ ସର୍ତକ

ଧମତରୀ ଜିଲ୍ଲା ରୁଦ୍ରି ଥାନା ସୋରେମ୍ ଗାଁର ସାହୁ ପରିବାରର ମୃତ ସମସ୍ତ ସଦସ୍ୟ । କାଙ୍କେରର ଚରମା ମରକାଟୋଲାକୁ ବିବାହ କାର୍ଯ୍ୟକ୍ରମ ପାଇଁ ଯାଉଥିଲେ । ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଘଟଣା ସ୍ଥଳରେ ହିଁ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି ।

Share this story

World Odia Language Conferene