ବାତ୍ୟା ମାସରେ ଅଶାନ୍ତ ସମୁଦ୍ର: ବାତ୍ୟାର ମିଳିଲା ସଂକେତ, ରାତି ପାହିଲା ବେଳକୁ ଛେଚି ଛେଚି କାଚିବ ବର୍ଷା

cyclone update3

ଓଡ଼ିଆ ଗସିପ ବ୍ୟୁରୋ: ବାତ୍ୟା ମାସରେ ଓଡ଼ିଶାକୁ ପୁଣି ଡରାଇଲାଣି ପ୍ରକୃତି । ପ୍ରକୃତି ତାଣ୍ଡବ ରଚିବା ପୂର୍ବରୁ ଏବେ ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିଲା । ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଝଡ ଲାଗି ରହିଛି । ଏମିତି ଲାଗୁଛି ଏଇ କାଲି ସକାଳେ ଯେମିତି ଅଧିକରୁ ଅଧିକ ପାଣିପାଗର ମିଜାଜ୍ ବଦଳିବ ଏବଂ ସେହି ଅନୁପାତରେ ବର୍ଷା ମଧ୍ୟ ହେବ ।

ସେପଟେ ଆସନ୍ତା ମେ’ ୯ ତାରିଖ ପାଖାପାଖି ବାତ୍ୟା ସୃଷ୍ଟି ହୋଇପାରେ । ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ପୂର୍ବ ଆକଳନ ଅନୁସାରେ, ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବାନା ରହିଛି । ୬ରେ ସୃଷ୍ଟ ଘୂର୍ଣ୍ଣିବଳୟ ୭ରେ ଲଘୁଚାପର ରୂପ ନେବ । ଲଘୁଚାପଟି କ୍ରମେ ଘନୀଭୂତ ହୋଇ ୮ରେ ଅବପାତର ରୂପ ନେଇପାରେ ।

ଆହୁରି ପଢ଼ନ୍ତୁ : ସ୍ୱାମୀ, ଶାଶୁଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, ହେଲେ ଆଜି ସେ ଜଣେ ଦକ୍ଷ ଆଇଏଏସ୍ ଅଫିସର...

ଅବପାତର ରୂପ ନେଇ କ୍ରମେ ଏହା ଉତ୍ତର ଦିଗକୁ ଗତି କରିବ । ଏହା ଅଧିକ ଘନୀଭୂତ ହୋଇ ୯ ସୁଦ୍ଧା ବାତ୍ୟା ରୂପ ନେଇପାରେ । ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ କିଛି ସ୍ପଷ୍ଟ ହୋଇନି । ବାତ୍ୟାଟି କୁଆଡ଼େ ଯିବ, କେତେ ତୀବ୍ରତା ରହିବ ଆକଳନ ହୋଇନି ବୋଲି IMD ଡିଜି ସୂଚନା ଦେଇଛନ୍ତି ।

୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ । ତେବେ ୭ରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ସେମାନେ ୭ ସୁଦ୍ଧା ଚାଲି ଆସିବାକୁ ପରାମର୍ଶ ଦିଆଯାଇଛି ।

ଆହୁରି ପଢ଼ନ୍ତୁ : ରେଗୁଲାର ସେକ୍ସ ମହିଳାଙ୍କ ଓଜନ ବଢାଇ ଥାଏ କି? ଖଟ ଉପରେ ଖଟଣିକୁ ନେଇ ଆସିଲା ନୂଆ ରିସର୍ଚ୍ଚ

ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ IMD ଡିଜି ପ୍ରତିକ୍ରିୟା ରଖିଛନ୍ତି । IMD ଡିଜି ସୂଚନା ଦେଇଛନ୍ତି, ବାତ୍ୟାଟି କୁଆଡ଼େ ଯିବ, କେତେ ତୀବ୍ରତା ରହିବ ତାହା ଏଯାଏ ଆକଳନ ହୋଇନି । ୭ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏନେଇ ସ୍ପଷ୍ଟତା ଆସିବ । ବର୍ତ୍ତମାନ ଓଡ଼ିଶା ପାଇଁ କିଛି ସତର୍କ ସୂଚନା ନାହିଁ ।

ଓଡ଼ିଶା ଉପକୂଳ ପାଇଁ ବର୍ଷା, ପବନର ସତର୍କ ସୂଚନା ଜାରି କରାଯାଇନି । ତେଣୁ ଲୋକମାନେ ବ୍ୟସ୍ତ ହୁଅନ୍ତୁନି । ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସବୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ଇଭାକୁଏସେନ୍‌ ପ୍ଲାନ୍‌ କରାଯାଇଛି । ପ୍ରତି ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି ।

Share this story

World Odia Language Conferene