ଭାରି ପଡିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର ସାମ୍ନାରେ ସେଲ୍‌ଫି ନେବା; ଫାର୍ମାସିଷ୍ଟ ଯଶବନ୍ତ ବେହେରା ନିଲମ୍ବିତ

This pharmacist has to pay heavy for taking selfie in front of Presidents chopper

ଓଡ଼ିଆ ଗସିପ ବ୍ୟୁରୋ: ରାଷ୍ଟ୍ରପତିଙ୍କ ହ୍ୟାଲିକେପଟର ସହିତ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଫାର୍ମାସିଷ୍ଟଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଡା ରୁପଭାନୁ ମିଶ୍ର ଫାର୍ମାସିଷ୍ଟ ଯଶୋବନ୍ତ ବେହେରାକୁ ନିଲମ୍ବନ କରିଛନ୍ତି ।

ରାଷ୍ଟ୍ରପତିଙ୍କ ଦ୍ୱିତୀୟ ଦିନ ଯଶିପୁର ଶିମିଳିପାଳ ଗସ୍ତରେ ଯଶିପୁର ଛେଳିଗୋଧୂଳି ଅସ୍ଥାୟୀ ହେଲିପ୍ୟାଡ଼ରେ ରାଷ୍ଟ୍ରପତିଙ୍କ ୩ଟି ହେଲିକେପ୍ଟର ମଧ୍ୟରୁ ଗୋଟିଏ ହେଲିକେପ୍ଟର ସାମ୍ନାରେ ସେଲ୍ଫି ନେଇଥିଲେ, ପରେ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା, ତେବେ ରାଷ୍ଟ୍ରପତିଙ୍କ କାରକେଡ଼ ରେ ଥିବା ଆମ୍ବୁଲାନ୍ସ ଦାୟିତ୍ୱରେ ଥିଲେ ଜାମୁକେଶ୍ୱର ସିଏଚସିରେ ଯଶବନ୍ତ ଫାର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଥିଲେ ।

ସୁରକ୍ଷା ଦୃଷ୍ଟିରୁ ଦାୟିତ୍ୱରେ ଥିବା ଫାର୍ମାସିଷ୍ଟ କାର୍ଯ୍ୟରେ ଅବହେଳା ପଦର୍ଶନ କରିଥିବାରୁ ତାଙ୍କୁ ପ୍ରାଥମିକ ପର୍ଯ୍ୟୟରେ କାର୍ଯ୍ୟରୁ ନିଲମ୍ବିନ କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ବିଶେଷ କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ରହିବ ଏବଂ ମାନସିକ ଚିନ୍ତା ବଢ଼ିବ

ସୂଚନାଥାଉକି, ୫ ତାରିଖ‌ ପୂର୍ବାହ୍ନ ୧୦ଟା ୫୦ ସମୟରେ ବାୟୁସେନାର ହେଲିକେପ୍ଟର ଯୋଗେ ଶିମିଳିପାଳ ପାଦଦେଶ ଛେଳିଗୋଧୂଳି ନିକଟ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ ରାଷ୍ଟ୍ରପତି। ହେଲିପ୍ୟାଡ୍‌ ନିକଟ‌ରେ ନି‌ୟୋଜିତ ଥିଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌, ଯେଉଁଥିରେ ସାମିଲ ଥିଲେ ଯଶିପୁର ଜାମୁକେସର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଯଶୋବନ୍ତ ବେ‌ହେରା ।

ରାଷ୍ଟ୍ରପତି ଶିମିଳିପାଳ ବାହାରିଯିବା ପରେ ଶ୍ରୀ ବେହେରା ସୁରକ୍ଷା ବଳୟ ଭେଦ କରି ରାଷ୍ଟ୍ରପତିଙ୍କ ହେଲିକେପ୍ଟର ପାଖରେ ପହଞ୍ଚି ଯାଇଥିଲେ। ଆଉ ହେଲିକେପ୍ଟର ଶିଡ଼ିରେ ବସି ଓ ଠିଆ ହୋଇ ଭିନ୍ନ ଭିନ୍ନ ଭଙ୍ଗୀରେ ଫଟୋ ଉଠାଇଥିଲେ ।

ଅନ୍ୟ ଜଣେ କେହି ଏହି ଫଟୋ ଉଠାଇଥିବା ବେଳେ ଶ୍ରୀ ବେହେରା ମଧ୍ୟ ନିଜ ମୋବାଇଲ୍‌ରେ ସେଲ୍‌ଫି ନେଇଥିଲେ । ଏସବୁ ଫଟୋଗୁଡ଼ିକୁ ଆଜି ନିଜ ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଥିଲେ ଶ୍ରୀ ବେହେରା । ଉକ୍ତ ଫଟୋଗୁଡ଼ିକ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ବେଳେ ପରେ ତାକୁ ଡିଲିଟ୍ କରି ଦେଇଥିଲେ ।

ଆହୁରି ପଢ଼ନ୍ତୁ : ଓଡ଼ିଶାରେ ଶସକ୍ତ ହେବ ଆପ, ବିଜେପି ଛାଡି ରାଜ୍ୟ ମଙ୍ଗ ଧରିବେ ବୈଜୟନ୍ତ, ଡିଲ ଶେଷ; ଦେଖନ୍ତୁ ଭିଡିଓ...

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବା ବେଳେ ଶ୍ରୀ ବେହେରା କିଭଳି ହେଲିପ୍ୟାଡ୍‌ ଭିତରକୁ ଯାଇ ରାଷ୍ଟ୍ରପତିଙ୍କ ହେଲିକେପ୍ଟର ପାଖରେ ଫଟୋ ଉଠାଇଲେ, ତାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି । ଏ ସଂପର୍କରେ ଫାର୍ମାସିଷ୍ଟ ଶ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଡିଉଟି କରିଥିଲୁ ବୋଲି ଏକ ସ୍ମୃତି ସାଇତି ରଖିବା ଲକ୍ଷ୍ୟରେ ହେଲିକେପ୍ଟରକୁ ପାଖକୁ ଯାଇ ଫଟୋ ଉଠାଇଥିଲି ଓ ସେଲଫି ନେଇଥିଲି ।

ଭୁଲ୍ ହୋଇଯାଇଛି ବୋଲି ସେ ସ୍ବୀକାର କରିବା ସହ ଫେସ୍‌ବୁକ‌ରୁ ଫଟୋ ଡିଲିଟ୍ କରି ଦେଇଥିବା କହିଥିଲେ । ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଫାର୍ମାସିଷ୍ଟ ଶ୍ରୀ ବେହେରାଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରୂପଭାନୁ ମିଶ୍ର ।

Share this story