ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ପିଠି ଯନ୍ତ୍ରଣା ଅନୁଭବ କରିପାରନ୍ତି, ତେଣୁ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ...

People having these zodiac signs will suffer health constraints

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବାକୁ ପଡ଼ିବ :

ମେଷ: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବେ । ବିପଦରେ ପଡ଼ିଥିବା ବନ୍ଧୁଙ୍କୁ ସାହାଯ୍ୟର ହାତ ବଢ଼ାଇବେ । ଲକ୍ଷ୍ୟ ହାସଲ କରିବାକୁ ପରିଶ୍ରମ କରିବାକୁ ପଡ଼ିବ । ମନୋବଳ ବଢ଼ାନ୍ତୁ । ମନୋରଞ୍ଜନରେ ଦିନ ବିତିବ ।

ବୃଷ: ଅଟକି ଥିବା କାମ ପୂରା ହେବ । ଆର୍ଥିକ ସ୍ଥିତି ସୁଧୁରିଯିବ । ଦୂରସ୍ଥାନ ଯାତ୍ରା କରିପାରନ୍ତି । ଶୁଭକାର୍ଯ୍ୟରେ ବ୍ୟସ୍ତ ରହିବେ । ବିଦ୍ୟାର୍ଥୀଙ୍କ ପଢ଼ା ମନୋଭାବ କମ୍ ରହିବ । କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇପାରେ ।

ମିଥୁନ: କ୍ୟାରିୟରକୁ ନେଇ ଚିନ୍ତିତ ରହିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଅତିଥି ଚର୍ଚ୍ଚାରେ ଦିନ ବିତିବ । ପିଲାମାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ । ଆୟ ଅନୁସାରେ ବ୍ୟୟ ଅଧିକ ହେବ ।

କର୍କଟ: ଦୀର୍ଘଦିନ ଧରି ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ । ଆୟ ଅନୁସାରେ ବ୍ୟୟ ଅଧିକ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପିଠି ଯନ୍ତ୍ରଣା ଅନୁଭବ କରିପାରନ୍ତି, ତେଣୁ ସ୍ବାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

ଆହୁରି ପଢ଼ନ୍ତୁ : ପାୱାର କେନାଲରେ ପୁରୁଷ ବନ୍ଧୁଙ୍କ ସହ ବୁଲି ଯାଇଥିବା ବେଳେ ଭାସିଯାଇ ଯୁବତୀ ନିଖୋଜ

ସିଂହ: ମୂଲ୍ୟବାନ ସାମଗ୍ରୀ କିଣିବା ସମୟରେ ଧ୍ୟାନ ଦିଅନ୍ତୁ । ପ୍ରତିକୂଳ ପରିସ୍ଥିତିରେ ଭୟଭୀତ ହୁଅନ୍ତୁନି । ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ । ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ ।

କନ୍ୟା: ମାନସିକ ଶାନ୍ତି ଓ ଆରାମ ମିଳିବ । କର୍ମକ୍ଷେତ୍ରରେ ସମସ୍ତଙ୍କ ସହ ଭଲ ଆଚରଣ ଦେଖାନ୍ତୁ । ଗୁରୁଜନଙ୍କ ଠାରୁ ପରାମର୍ଶ ନେବା ଫଳପ୍ରଦ । ଥଣ୍ଡାଜନିତ ସମସ୍ୟା ହୋଇପାରେ ।

ତୁଳା: ଅଟକି ଥିବା କାର୍ଯ୍ୟ ପୂରା ହେବାର ସମ୍ଭାବନା ରହିଛି । ବ୍ୟକ୍ତିଗତ ସମସ୍ୟା ଚିନ୍ତାର କାରଣ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।

ବିଛା: ଅଫିସ କାମକୁ ନେଇ ଚିନ୍ତାରେ ରହିବେ । ଅନ୍ୟମାନଙ୍କ କଥାରେ ପରିଚାଳିତ ହୁଅନ୍ତୁନାହିଁ । ଆଧ୍ୟାତ୍ମିକ କାର୍ଯ୍ୟରେ ସମୟ ବିତାନ୍ତୁ । ମହିଳା ମାନଙ୍କ ପାଇଁ ଦିନଟି ଭଲ । ପ୍ରେମୀ ଯୁଗଳଙ୍କର ଦିନଟି ଭଲରେ ବିତିବ ।

ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଭଲ । ଷ୍ଟକ୍‌ ମାର୍କେଟ୍‌ ସହିତ ଜଡ଼ିତ ବ୍ୟକ୍ତିଙ୍କୁ ଲାଭ ମିଳିବ । ଉଧାର ଦେଇଥିବା ଟଙ୍କା ଫେରିପାଇବେ । ପତି-ପତ୍ନୀଙ୍କ ମଧ୍ୟରେ କଥା କଟାକଟି ହେବ ।

ଆହୁରି ପଢ଼ନ୍ତୁ : ଘରେ ପଶି ଦୁବୃର୍ତ୍ତ ଝିଅକୁ ହତ୍ୟା କରିବା ପରେ ବାପାଙ୍କ ଚେତାବନୀ: କହିଲେ, ଏଫଆଇଆର ଦେବିନି, କାଟିବି ଅଭିଯୁକ୍ତର ବେକ

ମକର: ପରିଶ୍ରମର ଫଳ ପାଇବେ । ପ୍ରତ୍ୟେକ କ୍ଷେତ୍ରରେ ନିଷ୍ପତ୍ତି ନିଜେ ନିଅନ୍ତୁ । ଯୋଜନା ଅନୁସାରେ କାମ କରିବା ଭଲ । ସ୍ବାସ୍ଥ୍ୟପ୍ରତି ଅଣଦେଖା କରନ୍ତୁନି । ଗୁରୁଜନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ରହିବେ ।

କୁମ୍ଭ: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ଅଟକି ଥିବା ଅର୍ଥ ଫେରିପାଇବେ । ଅତିଥି ସତ୍କାରରେ ଦିନ ବିତିବ । କର୍ମଚାରୀଙ୍କ ପାଇଁ ଦିନଟି ଭଲ । ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ ।

ମୀନ: ଜମିଜମା ମାମଲାର ସମାଧାନ ଘଟିବ । ପିଲାମାନଙ୍କ ନକାରାତ୍ମକ ଗତିବିଧିକୁ ନେଇ ଚିନ୍ତାରେ ରହିବେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ଲୋକସମ୍ପର୍କ ବଢ଼ିବ । ଅଫିସ୍‌ ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ ।

Share this story

World Odia Language Conferene