ପାୱାର କେନାଲରେ ପୁରୁଷ ବନ୍ଧୁଙ୍କ ସହ ବୁଲି ଯାଇଥିବା ବେଳେ ଭାସିଯାଇ ଯୁବତୀ ନିଖୋଜ

girl student drowned inside power canal

ଓଡ଼ିଆ ଗସିପ ବ୍ୟୁରୋ: ବୁର୍ଲା ଥାନା ଅନ୍ତର୍ଗତ ୧୮ ହଜାର ପାୱାର କେନାଲରେ ଭାସିଯାଇ ଜଣେ ଛାତ୍ରୀ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି । ନିଖୋଜ ଛାତ୍ରୀ ଜଣକ ନିଶା ଝା ହୋଇଥିବାବେଳେ ତାଙ୍କ ଘର ଝାରସୁଗୁଡା ଅଞ୍ଚଳର ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଇଂରାଜୀ ଅନର୍ସ ଦ୍ୱିତୀୟ ବର୍ଷର ଜଣେ ଛାତ୍ରଙ୍କ ସହ ରାଉରକେଲାର ଏକ ଘରୋଇ ଅନୁଷ୍ଠାନରେ ବିବିଏ ପାଠ ପଢ଼ୁଥିବା ଝାରସୁଗୁଡ଼ା ଅଞ୍ଚଳର ନିଶା ଝା’ଙ୍କର ତିନି ସପ୍ତାହ ତଳେ ଇନ୍‌‌ଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା ।

ଆହୁରି ପଢ଼ନ୍ତୁ : କିଛି କାମରେ ଘରୁ ବାହାରିଲା ବେଳେ ବିଲେଇ ଆଗରେ ପାର ହେଲେ ଏହା ଶୁଭ ନା ଅଶୁଭ ?

ତେବେ ଆଜି ପ୍ରଥମ ଥର ପାଇଁ ନିଶା ସମ୍ୱଲପୁର ସହର ଜଗନ୍ନାଥ କଲୋନୀସ୍ଥିତ ଭଉଣୀ ଘରକୁ ଆସିଥିବା ବେଳେ ଛାତ୍ରଙ୍କ ସହ ଏକ ସ୍କୁଟି ସାହାଯ୍ୟରେ ୧୮ ହଜାର ପାୱାର କେନାଲ ଅଞ୍ଚଳକୁ ବୁଲିବାକୁ ଯାଇଥିଲେ । ତେବେ ସେଠାରେ ନିଶା ପାଣିରେ ଖେଳୁଥିବା ସମୟରେ ଭାସିଯାଇଥିଲେ ।

ଏପରିକି ପାଣିରେ ଖେଳୁଥିବା ସମୟରେ ଭିଡିଓ ମଧ୍ୟ ଉତ୍ତୋଳନ କରିଛନ୍ତି ଛାତ୍ରଜଣଙ୍କ । ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ବେଳେ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ଘଟଣାକ୍ରମ ବାବଦରେ ପଚରା ଉଚୁରା କରିଛି ।

ଆହୁରି ପଢ଼ନ୍ତୁ : ମନମୋହନଙ୍କ ସହ ଅପରାଜିତାଙ୍କ କବାଟକିଳା ବୈଠକ : ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀନୀ ଅପରାଜିତା ! ଦେଖନ୍ତୁ ଭିଡିଓ...

ତେବେ ପର୍ସ ସହ ନିଜେ ନିଶା ଭାସିଯାଇଥିବା ବେଳେ ନିଶାଙ୍କ ମୋବାଇଲଟି ଛାତ୍ରଙ୍କ ହାତରେ ରହିଥିବା ଦେଖିବାକୁ ମିଳିଛି । ତେବେ ରାତ୍ରି ସମୟ ହୋଇଥିବାରୁ ଗତକାଲି ସର୍ଚ୍ଚ ଅପରେସନକୁ ସ୍ଥଗିତ କରାଯାଇଥିଲା । ଆଜି ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ନିଖୋଜ ଯୁବତୀଙ୍କ ପତ୍ତା ମିଳିନାହିଁ ।

Share this story

World Odia Language Conferene