ଶାରୀରିକ ସମ୍ପର୍କରୁ ବାପା ନ ହେଲା ନାଇଁ ଅନାଥ ଆଶ୍ରମରୁ ପିଲା ଆଣି ମୁଁ ବାପା ହେବି ଆଉ ମୋନା ହେବ ମାଆ: ଦୂତୀ ଚାନ୍ଦ

I want to become proud father

ଓଡ଼ିଆ ଗସିପ୍ ବ୍ୟୁରୋ: ଝିଅ ଝିଅ ମଧ୍ୟରେ ମନ ମିଶିପାରେ, ହୃଦୟ ମିଶିପାରେ ହେଲେ ଦେହକୁ ଦେହେ ମିଶି ଶାରୀରିକ ସୁଖ ମିଳିଲେ ବି ସନ୍ତାନ ପ୍ରାପ୍ତିର କୌଣସି ସମ୍ଭବନା ନାହିଁ । ଏହା ପ୍ରକୃତି ବିରୋଧୀ ମଧ୍ୟ । ବିଧାତା ଏମିତି ନିୟମ କରିଛି ଯେ, ପୁଅ-ଝିଅଙ୍କ ଶାରୀରିକ ସମ୍ପର୍କ ରଖିଲେ ହିଁ ସନ୍ତାନ ପ୍ରାପ୍ତି ହୁଏ । ପୁଅକୁ ପୁଅ କି ଝିଅକୁ ଝିଅ ବିବାହ କରି ଶାରୀରିକ ସମ୍ପର୍କ ରଖିଲେ କୌଣସି ପ୍ରକାର ସନ୍ତାନପ୍ରାପ୍ତି ର ଅବକାଶ ନାହିଁ । ତଥାପି ସମଲିଙ୍ଗୀ ସମ୍ପର୍କରେ ରହି ବାପା ହେବାକୁ ଆଶା ରଖିଛନ୍ତି ଓଡ଼ିଆ ଆଥଲେଟ୍ ଦୌଡ଼ରାଣୀ ଦୂତୀ ଚାନ୍ଦ ।

ସବୁବେଳେ ସୋସିଆଲ ମିିଡିଆରେ ଚର୍ଚ୍ଚାରେ ରହୁଥିବା ଦୂତୀ ଏବେ ଏକ ଜାତୀୟ ମାସିକ ପତ୍ରିକାର ପ୍ରଚ୍ଛଦ ପୃଷ୍ଠାରେ ସ୍ଥାନିତ ହେବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏହି ଚର୍ଚ୍ଚା ସେହି ପୁରୁଣା ସମଲିଙ୍ଗି ସମ୍ପର୍କ କି ବ୍ୟକ୍ତିଗତ କାରଣକୁ ନେଇ ନୁହେଁ ବରଂ ଦୂତୀ ଆଗକୁ ବାପା ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ବା ପାର୍ଟନର ମୋନାଲିସା ଦାସଙ୍କ ବାପା--ମାଆ ହେବାକୁ ଅଭିଳାସାକୁ ନେଇ ହେଉଛି ।

ଆହୁରି ପଢନ୍ତୁ : ଆଜିର ରାଶିଫଳ : ଏହି ରାଶି ଥିବା ବ୍ୟକ୍ତି ଅତ୍ୟଧିକ କାର୍ଯ୍ୟଭାର ତୁଲାଇ ଥକ୍କା ଅନୁଭବ କରିବେ । ମାନସିକ ଅବସାଦରେ ରହିବେ...

ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ ଦୂତୀ ଏକ ଆଞ୍ଚଳିକ ଟିଭି ଚ୍ୟାନେଲକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଇଭିଏଫ କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଚ୍ଛା ରଖିଛି। ସନ୍ତାନ ମୋତେ ବାପା ଓ ମୋନାଲିସାଙ୍କୁ ମା’ ଡାକିବ । ସେ ଆହୁରି ମଧ୍ୟ କହିଛନ୍ତି ଅନ୍ୟ ଝିଅଙ୍କ ସହ କଥା ହେଲେ ମୋନାଲିସା ଇର୍ଷା କରନ୍ତି ।

ଠାକୁରଙ୍କ ପାଖରେ ଆମେ ଦୁହେଁ ବିବାହ କରିସାରିଛୁ । ସମଲିଙ୍ଗୀ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ସବୁ ସୁବିଧା ସୁଯୋଗ ପାଇଁ ସ୍ୱୀକୃତି ଦରକାର । ପ୍ରେମ ସମ୍ପର୍କ କେବେ ଲୁଚି ରୁହେନି । ୧୦୧୯ରୁ ପ୍ରେମ ସମ୍ପର୍କ ନେଇ ମୁହଁ ଖୋଲିଛି । ସମ୍ପର୍କକୁ ଲୋକ ଖରାପ ନଜରରେ ଦେଖୁଛନ୍ତି ।

ଆହୁରି ପଢନ୍ତୁ : ଦୌଡ଼ରାଣୀ ଦୂତୀ ନିଜ ପ୍ରେମିକାଙ୍କ ମଥାରେ ଦେଲେ ସିନ୍ଦୁର : ବଖାଣିଲେ ପ୍ରେମକାହାଣୀ; କହିଲେ ସେ ସମଲିଙ୍ଗୀ ସମ୍ପର୍କକୁ ନେଇ ବହୁତ ଗର୍ବିତ

ସୂଚନାନୁସାରେ , ଦୌଡରାଣୀ ଦୂତୀ ଚାନ୍ଦ ଦେଲେ ମଥାରେ ସିନ୍ଦୁର । ଭାରତରେ ସମଲିଙ୍ଗୀ ସମ୍ପର୍କକୁ ନେଇ କୋର୍ଟରେ ମାମଲା ଚାଲିଛି । ହେଲେ ଏକଥା ସତ ଦେଶରେ ସମଲିଙ୍ଗୀ ସମ୍ପର୍କ ରଖୁଥିବା ଲୋକେ ଏବେବି ସମାଲୋଚନାର ଶିକାର ହେଉଛନ୍ତି । ହେଲେ ଧିରେ ଧିରେ ସେମାନଙ୍କ ପ୍ରତି ଆଭିମୁଖ୍ୟ ବଦଳୁଛି । ଆଉ ସମଲିଙ୍ଗୀ ମାନେ ମଧ୍ୟ ନିଜ ସମ୍ପର୍କକୁ ବାହାରେ ଏବେ ସ୍ୱୀକାର କରିବା ଆରମ୍ଭ କଲେଣି ।

ଦୌଡରାଣୀ ଦୂତି ଚାନ୍ଦ ନିଜ ଖେଳ ପାଇଁ ଯେତିକି ପ୍ରଂଶସା ସାଉଁଟିଛନ୍ତି, ଓଡିଶାବାସୀଙ୍କ ଭଲପାଇବା ପାଇଛନ୍ତି, ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବିବାଦ ଘେରକୁ ଆସିଛନ୍ତି । ବେଳେ ବେଳେ ସମାଲୋଚନାର ମଧ୍ୟ ଶିକାର ହୋଇଛନ୍ତି ଦୂତି ଚାନ୍ଦ । ବିଶେଷ କରି ତାଙ୍କ ପ୍ରେମ ସମ୍ପର୍କ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି । ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଏହାର ମାଗାଜିନର କଭର ଷ୍ଟୋରୀରେ ଦୂତି ଓ ତାଙ୍କ ପ୍ରେମିକାଙ୍କୁ ସ୍ଥାନ ଦେଇଛି । ଚିତ୍ରରେ ଦୂତୀ ନିଜ ପ୍ରେମିକାଙ୍କ ମଥାରେ ସିନ୍ଦୁର ଦେଉଥିବାର ଦେଖିବାକୁ ମିଳିଛି ।

Share this story

World Odia Language Conferene