ପାଟଣାଗଡ଼ରେ କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ଜନସଭା; ବିରୋଧୀଙ୍କ ଉପରେ ବର୍ଷିଲେ  
 

Kartik Pandian targets opposition party during campaign in patnagarh
ମାଗଣା ବିଜୁଳି ଦେବା କଥା ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗିଛି
 

ଓଡ଼ିଆ ଗସିପ୍ ବ୍ୟୁରୋ: ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ 5T ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ଜନସଭା । ସାମିଲ ହେଲେ ହଜାର ହଜାର ଲୋକ । ମଞ୍ଚରୁ ବିରୋଧୀ ଦଳ ଓ ସେମାନଙ୍କ ମିଛ ପ୍ରତିଶ୍ରୁତିକୁ ଟାର୍ଗେଟ କରିବା ସହ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । ଜୟ ମା’ ସମଲେଈ ଓ ଜୟ ମା’ ପାଟଣେଶ୍ବରୀ କହି ସମ୍ବୋଧନ ଆରମ୍ଭ କରିଥିଲେ ପାଣ୍ଡିଆନ । 

ବିଜେଡି ସମର୍ଥନରେ ଜନ ସମୁଦ୍ର ଦେଖି ବିରୋଧୀ ରାଗୁଥିବା କହିଥିଲେ । ଏହାପରେ ନବୀନ ସରକାର କରିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ଅବଗତ କରିବା ସହ ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଆହ୍ବାନ ଦେଇଥିଲେ ।

ଅଧିକ ପଢନ୍ତୁ : କୌଣସି ବିଷୟକୁ ନେଇ ଚିନ୍ତାରେ ରହିବା ସହ ସମସ୍ୟା ଘେରରେ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ଏହି ଅବସରରେ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପାଣ୍ଡିଆନ । କେନ୍ଦ୍ରୀୟ ନେତା ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଘନ ଘନ ପ୍ରଚାରକୁ କଟାକ୍ଷ କରିଛନ୍ତି ପାଣ୍ଡିଆନ । କହିଛନ୍ତି, ଛତିଶଗଡ଼, ଆସାମ ଓ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସି ବିଜେପି ପାଇଁ ପ୍ରଚାର କରୁଛନ୍ତି । କେନ୍ଦ୍ରମନ୍ତ୍ରୀମାନେ ବି ଘନ ଘନ ପ୍ରଚାର କରୁଛନ୍ତି । ନିର୍ବାଚନ ଆସିଥିବାରୁ ଏମାନଙ୍କ ଦେଖା ମିଳୁଛି । ନିର୍ବାଚନ ସରିଗଲେ, ଏମାନଙ୍କୁ ଆଉ ଦେଖିବାକୁ ମିଳିବନି । 

ଏହି ନେତାମାନେ ଓଡ଼ିଶା କେଉଁଠି ଜାଣନ୍ତି ନାହିଁ । ଓଡ଼ିଶାର ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେତେ ଭଲ ପାଆନ୍ତି ଜାଣନ୍ତି ନାହିଁ । ନିର୍ବାଚନ ବେଳେ ବିରୋଧୀ ନେତା ଟୁରିଷ୍ଟ ଭଳି ଆସିବେ, ମିଛ ପ୍ରତିଶ୍ରୁତି ଦେବେ । ନିର୍ବାଚନ ସରିଯିବା ପରେ ଏମାନଙ୍କ ଆଉ ଦେଖା ମିଳିବ ନାହିଁ ।

ଆଗକୁ ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମାଗଣା ବିଜୁଳି ଦେବା କଥା ଶୁଣି ବିରୋଧୀଙ୍କୁ କରେଣ୍ଟ ଲାଗିଛି । ଏମାନେ ବି ମାଗଣା ବିଜୁଳି ଦେବେ କହୁଛନ୍ତି । କହୁଛନ୍ତି ୫୦ ହଜାର ଟଙ୍କା ଖର୍ଚ୍ଚ କରି ସୋଲାର ପ୍ୟାନେଲ ଲଗାଅ, ତା’ପରେ ଯାଇ ମାଗଣାରେ ବିଜୁଳି ମିଳିବ । ଏମାନେ ଦିନରେ ଓଡ଼ିଶାବାସୀଙ୍କୁ ଲଣ୍ଠନ ଦେଖାଉଛନ୍ତି ।

ଅଧିକ ପଢନ୍ତୁ : ମେଷ ରାଶିରେ ମଙ୍ଗଳ ଚଳନ ଯୋଗୁଁ ସୃଷ୍ଟି ହେବ ରୁଚକ ରାଜଯୋଗ, ବଦଳିବ ଏହି ୪ ରାଶିର ଆର୍ଥିକ ସ୍ଥିତି!

ଦରଦାମ ଓ ଏମଏସପିକୁ ନେଇ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପାଣ୍ଡିଆନ । ୨୦୧୪ରେ କହିଥିଲେ ଚାଷୀ ଭାଇଙ୍କ ଏମଏସପିକୁ ଦୁଇଗୁଣା କରିବେ । ହେଲେ ଆଣିଯାଏଁ ହେଲାନି । କହିଥିଲେ, ଏଲପିଜି ଦର କମ ହେବ । ପେଟ୍ରୋଲ, ଜିଜେଲ ଦର କମିବ । ହେଲେ ଆପଣ ଚିନ୍ତା କରନ୍ତୁ, ଏସବୁ ପ୍ରତିଶ୍ରୁତି କେତେ ପୂରଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ବାସ କରନ୍ତି । ଏମାନଙ୍କ ପରି ମିଛ ପ୍ରତିଶ୍ରୁତି ଦିଅନ୍ତି ନାହିଁ । ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ସେବା କରିବାକୁ ରାଜନୀତିକୁ ଆସିଛନ୍ତି, ତାଙ୍କୁ ଆଶୀର୍ବାଦ କରନ୍ତୁ ।’

ସେ କହିଥିଲେ, ‘୨୦୧୯ରେ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇଥିଲେ । ସେ ଆପଣଙ୍କ ଅଞ୍ଚଳର ବିକାଶ ପାଇଁ ବହୁତ କାମ କରିଛନ୍ତି । ଅଞ୍ଚଳରେ ପିଇବା ପାଣି ସୁବିଧା ହୋଇଛି, ଜଳସେଚନ ବ୍ୟବସ୍ଥା ହୋଇଛି । ହସ୍ପିଟାଲ ବିଲ୍ଡିଂ କରାଉଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାମ କରୁଛନ୍ତି । ସେହିପରି ଏଥର ବିଧାୟକଙ୍କ ସହ ସାଂସଦ ପ୍ରାର୍ଥୀଙ୍କୁ ବି ଶଙ୍ଖ ଚିହ୍ନରେ ମୋହର ମାରି ବିଜୟୀ କରାଇବେ । ଅଞ୍ଚଳରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ଉଭୟ ଜିତିଲେ କାମ ଦୁଇଗୁଣା ହେବ, ଉନ୍ନତୀ ଦୁଇଗୁଣା ହେବ ।’

ଆଗକୁ ସେ କହିଛନ୍ତି, ‘ଅଞ୍ଚଳରେ ସମସ୍ତ ସ୍କୁଲର ରୂପାନ୍ତରଣ ହୋଇଛି । କଲେଜ ରୂପାନ୍ତରଣ ହୋଇଛି । ହରିଶଙ୍କର ମନ୍ଦିରର ରୂପାନ୍ତରଣ ହୋଇଛି । ପାଇପାସ୍ ରୋଡ ପାଇଁ ୧୪୦ କୋଟି ଟଙ୍କା ମଞ୍ଜୁର ହୋଇଛି । ବେଲପଡ଼ା ଏନଏସିରେ ପରିଣତ ହୋଇଛି । ଏସବୁ ନବୀନ ବାବୁ କରିଛନ୍ତି । ଏଥର ନବୀନ ବାବୁଙ୍କୁ ଆଶୀର୍ବାଦ କରନ୍ତୁ ସାଂସଦ ଓ ବିଧାୟକ ଉଭୟଙ୍କୁ ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିଜୟୀ କରନ୍ତୁ ।

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆପଣମାନଙ୍କ ପାଇଁ ୩ଟି ଦସ୍ତଖତ କରିବେ ବୋଲି କହିଛନ୍ତି ପାଣ୍ଡିଆନ । ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ ଛାଡ । ଜୁଲାଇରୁ ଆଉ ଆସିବନି ବିଜୁଳି ବିଲ । ପାଟଣାଗଡ଼ ଅଞ୍ଚଳର ୯୦ ପ୍ରତିଶତ ଲୋକଙ୍କୁ ଜୁଲାଇ ମାସରୁ ଆଉ ବିଜୁଳି ବିଲ୍ ଦେବାକୁ ପଡିବନି ।

ନବୀନଙ୍କ ଦ୍ବିତୀୟ ଦସ୍ତଖତ ହେବ, ନବୀନ କାର୍ଡ । ବିଏସକେଓ୍ବାଇରୁ ବଞ୍ଚିତ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବିତୀୟ ଦସ୍ତଖତ ଆଣିବ ଖୁସି । ବିଏସକେଓ୍ବାଇ କାର୍ଡ ନଥିବା ସମସ୍ତ ଲୋକ ନବୀନ କାର୍ଡରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆଙ୍କୁ ନିଜ ପରିବାର ବୋଲି ଭାବିଥାନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟର ସୁରକ୍ଷା ନବୀନଙ୍କ ପ୍ରଥମ ପ୍ରାଥମିକତା ।

ମୁଖ୍ୟମନ୍ତ୍ରୀ ହେବା ପରେ ନବୀନଙ୍କ ତୃତୀୟ ଦସ୍ତଖତ ହେବ ମିଶନ ଶକ୍ତି ମାଆ ମାନଙ୍କ ପାଇଁ । ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ଦସ୍ତଖତ ପରେ ମିଶନ ଶକ୍ତି ମାଆମାନଙ୍କୁ ଆଉ ବାର୍ଦ୍ଧକ୍ୟ କଥା ଚିନ୍ତା କରିବାକୁ ପଡ଼ିବନି । ମାଆମାନେ ପାଇବେ ପେନସନ୍ । ଆଉ ସେମାନଙ୍କୁ କହା ଉପରେ ନିର୍ଭର କରିବାକୁ ପଡିବନି । ଏହି ସବୁ ଦସ୍ତଖତ ଓଡ଼ିଶାକୁ ରୂପାନ୍ତର କରିବ ଓ ଆପଣଙ୍କ ମୁହଁରେ ହସ ଫୁଟାଇବ ବୋଲି କହିଛନ୍ତି ପାଣ୍ଡିଆନ ।

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 
 

Share this story