ବିରୋଧୀଙ୍କୁ ପାଣ୍ଡିଆନଙ୍କ ଶକ୍ତ ଜବାବ, ଖୋଲିଲେ ମଠ ମିଛର ଗୁମର, କହିଲେ, କାମ କରିଛନ୍ତି ମୁଖ୍ୟମନ୍ତ୍ରୀ
 

kartik pandian has exposed the lies of he monastery
ମହାପ୍ରଭୁ ବିରୋଧୀଙ୍କୁ ସଦବୁଦ୍ଧି ଦିଅନ୍ତୁ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ପୁରୀର ମଠ ଭଙ୍ଗାଯିବା ଅଭିଯୋଗ ସମ୍ପର୍କରେ ବିଜେପିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ପାଣ୍ଡିଆନଙ୍କ ଶକ୍ତ ଜବାବ। ସୋସିଆଲ ମିଡିଆରେ ପାଣ୍ଡିଆନ ଏକ ଭିଡିଓ ଜାରି କରି ମହାପ୍ରଭୁ ବିରୋଧୀଙ୍କୁ ସଦବୁଦ୍ଧି ଦେବେ ବୋଲି ଆଶା କରିଛନ୍ତି । 

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ପୁରୀ ପରିକ୍ରମା ପ୍ରକଳ୍ପ ସମୟରେ ଐତିହାସିକ ମଠ ଓ ମନ୍ଦିର ଭଙ୍ଗା ଯାଇଛି ବୋଲି ବିଜେପିର ନେତାମାନେ ଯେଉଁ ଅଭିଯୋଗ କରୁଛନ୍ତି,ତା’ଉପରେ ଉତ୍ତର ଦେବାକୁ ଯାଇ ପାଣ୍ଡିଆନ ଭିଡିଓ ଜାରି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀରେ ପୁରୀରେ ମଠ ଭଙ୍ଗା ଯାଇଥିବା ଅଭିଯୋଗ ଆଣିଥିଲେ। ଏହାର ଉତ୍ତର ଦେଇ ପାଣ୍ଡିଆନ କହିଛନ୍ତି ଯେ, ପୁରୀରେ କୌଣସି ମଠ ଭଙ୍ଗା ଯାଇନାହିଁ । ଓଲଟା ଅପବିତ୍ର ସ୍ଥାନରେ ଥିବା ମଠ ଓ ମନ୍ଦିରର ପବିତ୍ରତା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରିଛନ୍ତି।

ଅଧିକ ପଢନ୍ତୁ : ମେଷ ରାଶିରେ ମଙ୍ଗଳ ଚଳନ ଯୋଗୁଁ ସୃଷ୍ଟି ହେବ ରୁଚକ ରାଜଯୋଗ, ବଦଳିବ ଏହି ୪ ରାଶିର ଆର୍ଥିକ ସ୍ଥିତି!

ମଙ୍ଗୁ ମଠର ଉଦାହରଣ ଦେଇ ପାଣ୍ଡିଆ କହିଛନ୍ତି ଯେ, ମଙ୍ଗୁ ମଠ ଉପରେ ଗୋଟିଏ ଶୌଚାଳୟ ଥିଲା । ସେହିଭଳି ଏହା ପାଖରେ ଗୋଟିଏ ଜୋତା ଦୋକାନ ମଧ୍ୟ ଥିଲା । ସେହି ସ୍ଥାନରୁ ଶୌଚାଳୟ ଓ ଜୋତା ଦୋକାନ ଉଠାଇ ମଠର ପବିତ୍ରତା ରକ୍ଷା କରାଯାଇଛି। 

ମଙ୍ଗୁ ମଠ ଭଳି ପବିତ୍ର ସ୍ଥାନ ଯେଉଁଠାରେ ଗୁରୁ ନାନକ ଭଗବାନ ଜଗନ୍ନାଥଙ୍କ ଆରାଧନା କରିଥିଲେ, ତାହାର ପୁନରୁଦ୍ଧାର କେମିତି ଐତିହ୍ୟର ଅପମାନ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 

 

Share this story