ନବୀନଙ୍କ ମାଗଣା ବିଜୁଳି ଗ୍ୟାରେଣ୍ଟି ବିରୋଧୀଙ୍କ ନିଦ ହଜାଇ ଦେଇଛି, ବିଜେଡି ବିଜୟ ପାଇଁ ଏହା ମୁଖ୍ୟ ଅସ୍ତ୍ର
 

free electricity Naveens Guarantee will be The main weapon for BJds victory
ବିଜେଡି ବିଜୟ ପାଇଁ ମୁଖ୍ୟ ଅସ୍ତ୍ର, ମାଗଣା ବିଜୁଳି, ନବୀନଙ୍କ ଗ୍ୟାରେଣ୍ଟି
 

ଓଡ଼ିଆ ଗସିପ୍ ବ୍ୟୁରୋ:ରାଜ୍ୟରେ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ଉଷ୍ମ ରହିଛି। ପ୍ରଥମ ପର୍ଯ୍ୟାୟ ଭୋଟ ସରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ଆଉ ଦୁଇଟି ପର୍ଯ୍ୟାୟର ନିର୍ବାଚନ ବାକି ରହିଛି। ତେବେ ଏହାରି ମଧ୍ୟରେ ସାରା ରାଜ୍ୟରେ ନବୀନଙ୍କ ଗ୍ୟାରେଣ୍ଟିକୁ ନେଇ ଚର୍ଚ୍ଚା ଲାଗିରହିଛି। 

କାରଣ ଚଳିତ ନିର୍ବାଚନରେ ସବୁ ଦଳ ଗ୍ୟାରେଣ୍ଟି ଗ୍ୟାରେଣ୍ଟି କହୁଥିବା ବେଳେ ଲୋକ କିନ୍ତୁ ନବୀନ ଗ୍ୟାରେଣ୍ଟି ଉପରେ ଭରସା କରୁଛନ୍ତି। କାରଣ ଓଡ଼ିଶାବାସୀ ନବୀନଙ୍କ ଗ୍ୟାରେଣ୍ଟି ସହ ପରିଚିତ ଅଛନ୍ତି। ନବୀନ ପଟ୍ଟନାୟକ ଯାହା କୁହନ୍ତି ତାହା କରିକି ଦେଖାନ୍ତି।

ବିଜେଡି ସରକାରଙ୍କ ଜନହିତକର କାର୍ଯ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି । ସେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କି କାଳିଆ ଯୋଜନା ଅବା ମିଶନ ଶକ୍ତି। ସବୁ ନବୀନଙ୍କ ଗୋଟିଏ ଗୋଟିଏ ଯୁଗାନ୍ତକାରୀ ଯୋଜନା। ତେବେ ଚଳିତ ନିର୍ବାଚନ ନବୀନଙ୍କ ମାଗଣା ବିଜୁଳି ଗ୍ୟାରେଣ୍ଟି ବିରୋଧୀଙ୍କ ନିଦ ହଜାଇ ଦେଇଛି। 

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଗଣା ବିଜୁଳି ଦେବା କଥା ଗ୍ୟାରେଣ୍ଟି ଦେଇ ମାଷ୍ଟର ଷ୍ଟ୍ରୋକ୍ ମାରିଥିବା ବେଳେ ଏହା ଚଳିତ ନିର୍ବାଚନରେ ବିଜେଡିର ବିଜୟ ପାଇଁ ମୁଖ୍ୟ ଅସ୍ତ୍ର ହେବ ବୋଲି କୁହାଯାଉଛି। ସେପଟେ ମାଗଣାରେ ବିଜୁଳି ପାଇବା ଘଟଣା ପ୍ରକୃତରେ ବିଜୁଳି ବେଗରେ ରାଜ୍ୟବାସୀ ଛାଇ ହୋଇଯାଇଛି ।

ଭୋଟରଙ୍କ ମନକୁ ମାଗଣା ବିଜୁଳି କଥାଟି ବେଶ୍ ସ୍ପର୍ଷ କରିଥିବା ଜଣାପଡିଛି । ସାଧାରଣତଃ ବିଦ୍ୟୁତ୍ ଏବେ ଏକ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀ ଭାବରେ ପରିଣତ ହେଲାଣି । ବିନା ବିଦ୍ୟୁତ୍‌ରେ ଚଳିବା ଲୋକଙ୍କ ପାଖରେ ଅତ୍ୟନ୍ତ କଷ୍ଟକର । ଅତି ଗରିବରୁ ଗରିବ ଲୋକର ବି ବିଦ୍ୟୁତ୍‌ର ଜରୁରୀ ଆବଶ୍ୟକତା ରହିଛି । ସମସ୍ତେ ବିଦ୍ୟୁତ୍ ଉପରେ ନିର୍ଭର କରିବାରେ ଲାଗିଛନ୍ତି । 

ଅଧିକ ପଢନ୍ତୁ : ବ୍ରେନ୍‌ ଟ୍ୟୁମର କଣ ଓ କାହିଁକି ହୁଏ ? ଜାଣନ୍ତୁ କାରଣ ଓ ହେବା ପୂର୍ବରୁ ଶରୀରରେ ଲକ୍ଷଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍ ସବୁ ସଭାରେ ବିଦ୍ୟୁତ୍ ମାଗଣାରେ ଦେବା କଥାକୁ ଲୋକଙ୍କ ପାଖରେ ରଖୁଥିବା ଦେଖାଯାଉଛି । ଭୋଟରଙ୍କ ମନରେ ବିଶ୍ୱାସ ଦେବା ପାଇଁ ଜୋର୍ ଦାର୍ ଉଦ୍ୟମ କରାଯାଉଛି । ଏପରିକି ଲୋକଙ୍କ ପାଖରେ ଅଧିକ ବିଶ୍ୱାସ ଜନ୍ମାଇବା ପାଇଁ କେବେ ଠାରୁ ଏହି ମାଗଣା ବିଦ୍ୟୁତ୍ ଦିଆଯିବ ତାହାର ମଧ୍ୟ ନିର୍ଭର ପ୍ରତିଶୃତି ଦେବାକୁ ମୁଖ୍ୟମନ୍ତ୍ରୀ ଭୁଲୁ ନାହାଁନ୍ତି  

ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିଦିନ ହିଁ କ୍ୟାବିନେଟ୍‌ରେ ବିଦ୍ୟୁତ୍ ଛାଡ଼ ନେଇ ମୁଖ୍ୟମନ୍ତ୍ରୀ ପ୍ରଥମ ଦସ୍ତଖତ କରିବେ। ନବୀନ ନିର୍ବାଚନ ଇସ୍ତହାରରେ ଦେଇଥିବା ପ୍ରତିଶ୍ରୁତି ସରକାର ଗଠନର ପ୍ରଥମ ଦିନ ହିଁ ପୂରଣ କରିବେ।

ଅଧିକ ପଢନ୍ତୁ : ହାର୍ଟ ଷ୍ଟ୍ରୋକ୍ ଭଳି ସମସ୍ୟା ନ ହେବା ପାଇଁ ଏହି ୪ ଟି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 
 

Share this story