ଦେଖନ୍ତୁ ଭିଡ଼ିଓ: ବିଧାୟକ ପ୍ରଦୀପ ପାଣିଗ୍ରାହୀପଙ୍କୁ ନେଇ ଗୋପାଳପୁରରେ କେଁ; ପ୍ରଦୀପଙ୍କୁ କିନ୍ତୁ ଚାହୁଁନି ପଦ୍ମ, ରହିଛି ଏହି ବଡ଼ କାରଣ...

disturbances in Gopalpur for MLA pradeep panigrahi

ଓଡ଼ିଆ ଗସିପ ବ୍ୟୁରୋ: ଯିଏ ଓଡ଼ିଶାର ଦଳ ଆଉ ଲୋକଙ୍କ ବଳ ବିଜେଡିର ହୋଇପାରିଲାନି ସେ ଆଉ କାହାର ହେବ ? ଯିଏ ବିଶ୍ୱାସଘାତକତାରେ ନମ୍ବର ୱାନ୍ ସେ କେଉଁଠି ଲୋକଙ୍କ ଦରଦ ବୁଝିବ, ଫାଇଦା ଯେଉଁଠି ପ୍ରଦୀପ ସେଇଠି । ହଁ ଦର୍ଶକ ବନ୍ଧୁ ଏବେ ରାଜନୈତିକ ମହଲରେ ବିଜଡିର ବିତାଡ଼ିତ ନେତା ପ୍ରଦୀପ ପାଣିଗ୍ରାହୀଙ୍କ ବିଜେପିରେ ସାମିଲ ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ନେଇ ଏ ହେଉଛି ଲୋକଙ୍କ ପ୍ରତିକ୍ରିୟା । ଚା ଖଟି ହେଉ ରାଜନୈତିକ ସମୀକ୍ଷକଙ୍କ ଆକଳନ ସବୁଠି ଏବେ ଗୋଟିଏ କଥା ବିଜେପିକୁ ଅଡୁଆ ପ୍ରଦିପ ପାଣିଗ୍ରାହୀ । କେମିତି ଆସନ୍ତୁ ଜାଣିବା...

ଅଧିକ ପଢ଼ନ୍ତୁ: ୩୦ବର୍ଷ ପରେ ଶନି ଗୋଚର, ବଦଳିବ ଏମାନଙ୍କ ଜୀବନ, ସୁଖ ଶାନ୍ତି ବଢ଼ିବା ସହ ବଢିବ ଧନ !

ଆପଣ ଜାଣନ୍ତି, ଓଡ଼ିଆରେ ଗୋଟେ କଥା ଅଛି, ଘର ନ ପଶୁଣୁ ଚାଳ ବାଜିଲାଣି । ଆମେ ପ୍ରଦୀପ ପାଣିଗ୍ରାହୀ ଏବଂ ଭାରତୀୟ ଜନତା ପାର୍ଟିକୁ ନେଇ ଏମିତି ଏଥିପାଇଁ କହୁଛୁ କାହିଁକିନା ଗୋପାଳପୁର ବିଧାୟକ ପ୍ରଦିପ ପାଣିଗ୍ରାହୀଙ୍କର ବିଜେପି ରେ ଏଣ୍ଟ୍ରି ନହେଉଣୁ ଦଳରେ ବିଦ୍ରୋହ ଦେଖାଗଲାଣିଲ। ଗତ କିଛିଦିନ ଧରି ଗୋପାଳପୁର ବିଧାୟକ ପ୍ରଦିପ ପାଣିଗ୍ରାହୀ ବିଜେପି ରେ ଯୋଗଦେବେ ବୋଲି ଚର୍ଚ୍ଚା ଲାଗିରହିଥିବା ବେଳେ ତାକୁ ନେଇ ଗଞ୍ଜାମ ଜିଲ୍ଲା ବିଜେପି ରେ ବିଦ୍ରୋହ ଦେଖାଦେଇଥିବା ଆଲୋଚନ ହେଉଛି ।

ଶୁଣାଯାଉଛି, ଦଳରେ ପ୍ରଦୀପଙ୍କ ଏଣ୍ଟ୍ରିକୁ ବିରୋଧ କରି ଗୋପାଳପୁର ବିଜେପି ବିଧାୟକ ପ୍ରାର୍ଥୀ ବିଭୂତି ଭୂଷଣ ଜେନା ରାଷ୍ଟ୍ରୀୟ ଅଧ୍ୟକ୍ଷ J P Nadda ଙ୍କ ନିକଟରେ ଫେରାଦ ହୋଇଥିବା ନେ଼ଇ ବିଜେପି ମହଲରେ ଚର୍ଚ୍ଚା ହେଉଛି। ବିଜେପି ରେ ପ୍ରଦୀପଙ୍କ ଏଣ୍ଟ୍ରି ହେଲେ ସେ ଦଳ ଛାଡିବାକୁ ବାଧ୍ୟ ହେବେ ବୋଲି ବିଭୂତି କୁଆଡେ ସଫା ସଫା ଶୁଣାଇଦେଇଛନ୍ତି । ଦଳୀୟ ନେତୃତ୍ଵ ଙ୍କ ପାଇଁ ଏହା ଏବେ ନୂଆ ଅଡୁଆ ସୃଷ୍ଟି କରିଛି ।

ଅଧିକ ପଢ଼ନ୍ତୁ: ପ୍ରତାପ ଜେନା ଏବଂ ସଞ୍ଜୟ ଦାସବର୍ମାଙ୍କୁ ଏହି ଦୁଇ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲା ବିଜେଡି

ଗୋପାଳପୁର ବିଧାୟକ ପ୍ରଦିପ ପାଣିଗ୍ରାହୀ ବିଜେପିରେ ଯୋଗଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି, ବିଶେଷ କରି ରାଜ୍ୟପାଳଙ୍କ ଶପଥଗ୍ରହଣ ଉତ୍ସବରେ ପ୍ରଦିପ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ବସିବା ଓ ସେହି ଫୋଟୋ ବିଭିନ୍ନ ପ୍ଲାଟଫର୍ମ ରେ ସେୟାର କରିବା ଏବେ ଦଳରେ ବିଦ୍ରୋହର ସୂତ୍ରପାତ କରିଛି ।

ବିବାଦରେ ଥିବା ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଟାଟା କମ୍ପାନୀ ରେ ଚାକିରି କରାଇଦେବା ନାଁ ରେ କୋଟି କୋଟି ଟଙ୍କା ଠକି ନେଇ ଜେଲ୍ ଯାଇ ଆସି ସାରିଛନ୍ତି । ସେପଟେ ଏମିତି ଜଣେ ଜନପ୍ରତିନିଧି ଭାବେ ପ୍ରଦିପଙ୍କ ଏଭଳି ଆଚରଣକୁ ଜିଲ୍ଲା ବାସୀ ଛି ଛି କରୁଥିବା ବେଳେ ଦଳ ତାଙ୍କୁ କିପରି ଗ୍ରହଣ କରିବାକୁ ଯାଉଛି ବୋଲି ବିଭୂତି କୁଆଡେ ପ୍ରଶ୍ନ ଉଠାଇଛନ୍ତି ।

ଦେଖନ୍ତୁ ଭିଡ଼ିଓ:

2019 ରେ ପ୍ରଦୀପଙ୍କୁ ଗୋପାଳପୁରରେ କଡା ଟକ୍କର ଦେଇଥିଲେ ବିଭୂତି । ମାତ୍ର 2673 ଭୋଟ ବ୍ୟବଧାନରେ ବିଜୟି ହୋଇଥିଲେ ପ୍ରଦିପ, ତେବେ ଏହାରି ଭିତରେ ଚିତ୍ର ବଦଳି ଯାଇଛି । ପ୍ରଦୀପଙ୍କ ଜନବିରୋଧୀ ଚରିତ୍ର ପଦାରେ ପଡ଼ିବା ପରେ ନିର୍ବାଚନମଣ୍ଡଳୀରେ ବିଭୂତି ଙ୍କ ପତିଆରା ଢେର ବୃଧି ପାଇଛି, ଏଭଳୀ ପରିସ୍ଥିତିରେ ବିଜେପି ପାଇଁ ପ୍ରଦିପ ଅଡୁଆ ଢେର ବଢ଼ିଯାଇଛି ।

Share this story