ପ୍ରତାପ ଜେନା ଏବଂ ସଞ୍ଜୟ ଦାସବର୍ମାଙ୍କୁ ଏହି ଦୁଇ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଲା ବିଜେଡି
ଓଡ଼ିଆ ଗସିପ୍ ବ୍ୟୁରୋ: ବିଜୁ ଜନତା ଦଳ ୨ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛି। କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲା ପାଇଁ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି। ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ଏବଂ ସଞ୍ଜୟ କୁମାର ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି।
ଅଧିକ ପଢ଼ନ୍ତୁ : ଚର୍ଚ୍ଚାରେ ୩ ରାଜ୍ୟରେ ୩ଜଣ ପ୍ରଭାବଶାଳୀ ତାମିଲ୍ ଅଧିକାରୀ, ଚାକିରି ଛାଡ଼ି ରାଜନୀତିକ ଅଧ୍ୟାୟରେ ରଖିଛନ୍ତି ପାଦ
ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ଦୁଇ ନେତାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ଏନେଇ। ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେବା ପରେ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା କହିଛନ୍ତି ଯେ ଦଳର ସଭାପତି ମତେ ଯେତେବେଳେ ଯେଉଁ ଦାୟିତ୍ଵ ଦେଇଛନ୍ତି, ମୁଁ ତାକୁ ନିଷ୍ଠା ଓ ଆନ୍ତରିକତା ସହ ନିର୍ବାହ କରିଛି।
ଅଧିକ ପଢ଼ନ୍ତୁ :ନଭେମ୍ବର ମାସରେ ସୂର୍ଯ୍ୟ ଗୋଚର, ଦୁର୍ଲଭ ସଂଯୋଗ ଫଳରେ ଏହି ରାଶିର ଲୋକଙ୍କ ର ବିପୁଳ ଧନଲାଭ!
ଏବେ ଯେଉଁ ଦାୟିତ୍ଵ ମିଳିଛି, ତାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି। ମୋ ଉପରେ ଭରସା, ବିଶ୍ବାସ ଓ ଆସ୍ଥା ପ୍ରକଟ କରିଥିବାରୁ ମୁଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି।
ଅଧିକ ପଢ଼ନ୍ତୁ : ଆଇପିଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ