ଝାରସୁଗୁଡ଼ା ଉପ-ନିର୍ବାଚନ : ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଲେ ଝିଅ ଦୀପାଳି

Daughter Dipali crossed in vote counting than his father Naba Das

ଓଡ଼ିଆ ଗସିପ ବ୍ୟୁରୋ : ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବାଜିମାତ । ବୃହତ ବିଜୟ ହାସଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସ । ୪୮ ହଜାର ୬୧୯ ଭୋଟରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବିଜୟ ପରେ ବିଜୟ ଉତ୍ସବ ମନାଉଛନ୍ତି ବିଜେଡି କର୍ମୀ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରୀପାଠିଙ୍କୁ ହରାଇଲେ ଦୀପାଳି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ୪୮, ୬୧୯ ଖଣ୍ତ ଭୋଟରେ ପରାସ୍ତ କରିଛନ୍ତି ।

ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଥିବା ବେଳେ ଟଙ୍କଧରଙ୍କୁ ୫୮ ହଜାର ୩୮୪ ଖଣ୍ଡ ଭୋଟ ମିଳିଛି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୭୩ଖଣ୍ଡ ଭୋଟ ମିଳିଛି । ଆଜି ମୋଟ ୧୯ ରାଉଣ୍ଡ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡରୁ ହିଁ ଦୀପାଳି ଆଗରେ ରହିଥିଲେ । ରାଉଣ୍ଡ ପରେ ରାଉଣ୍ଡ ଗଣତି ହେବା ସହିତ ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ଦୀପାଳିଙ୍କ ଭୋଟ ବ୍ୟବଧାନ ସଂଖ୍ୟା ବଢ଼ି ଚାଲିଥିଲା । ଆଉ ଶେଷରେ ସେ ୪୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ : ମନ୍ତ୍ରୀମଣ୍ଡଳ ଅଦଳବଦଳର ଆଭାସ: ଆଜି ବାଚସ୍ପତିଙ୍କ ପରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ୨ ରାଷ୍ଟ୍ରମନ୍ତ୍ରୀ

ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଭୋଟ୍ ଗଣତି ଶେଷ ହୋଇଛି । ସକାଳ ୮ ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଭୋଟ ଗଣତି କରାଯାଇଥିଲା । ଏପରେ ସକାଳ ସାଢେ ୮ଟାରୁ ଇଭିଏମ୍‌ ଭୋଟ ଗଣତି କରାଯାଇଥିଲା । ଝାରସୁଗୁଡ଼ା ସ୍ଥିତ ଇଞ୍ଜିନିୟରିଂ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗଣତି କରାଯାଇଥିଲା ।

୧୪ଟି ଟେବୁଲରେ ମୋଟ ୧୮ ରାଉଣ୍ଡ ଗଣତି ଏବଂ ପୋଷ୍ଟାଲ ବାଲାଟ ଗଣତି କରାଯାଇଛି । ତେବେ ଭୋଟ ଗଣତି ଶେଷ ହୋଇଛି । ଏଥିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କର ବିପୁଳ ବିଜୟ ହୋଇଛି ।

୨୦୧୯ ନିବାଚନରେ ଦୀପାଳିଙ୍କ ବାପା ନବ କିଶୋର ଦାସ ଏହି ଆସନରେ ୪୫ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ଦୀନେଶ କୁମାର ଜୈନଙ୍କୁ ପରାସ୍ତ କରିଥିଲେ । ସ୍ୱର୍ଗତ ନବ କିଶୋର ଦାସ ୯୮,୬୨୦ ଖଣ୍ଡ ଭୋଟ୍ ପାଇଥିବା ବେଳେ ଦୀନେଶ ଜୈନ ୫୨,୯୨୧ ଖଣ୍ଡ ଭୋଟ ପାଇଥିଲେ ।

ସେତେବେଳେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାଏକ ୧୮,୮୨୩ ଖଣ୍ଡ ଭୋଟ ପାଇଥିଲେ । କିନ୍ତୁ ଏଥର କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୫ ହଜାର ଭୋଟ୍ ମଧ୍ୟ ପାଇଲେ ନାହିଁ । କଂଗ୍ରେସ ଖାତାକୁ ଯାଇଛି  ମାତ୍ର ୪ ହଜାର ୪୭୩ ଖଣ୍ଡ ଭୋଟ୍‌ । ୨୦୧୯ ନିର୍ବାଚନ ତୁଳନାରେ ଅଧିକ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛି ବିଜୁ ଜନତା ଦଳ ।

ଆହୁରି ପଢ଼ନ୍ତୁ : ଶାରୀରିକ ସମ୍ପର୍କରୁ ବାପା ନ ହେଲା ନାଇଁ ଅନାଥ ଆଶ୍ରମରୁ ପିଲା ଆଣି ମୁଁ ବାପା ହେବି ଆଉ ମୋନା ହେବ ମାଆ: ଦୂତୀ ଚାନ୍ଦ

ବିଜୟ ପରେ ଝାରସୁଗୁଡାବାସୀଙ୍କ ଧନ୍ୟବାଦ ଜଣାଇଛନ୍ତି ଦୀପାଳି ଦାସ । ସେ କହିଛନ୍ତି ଝାରସୁଗୁଡ଼ାରେ ବିକାଶ ପୁରୁଷ ନବୀନ ପଟ୍ଟନାୟକଙ୍କ ପାଦ ପଡ଼ିଛି । ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ , ବାପାଙ୍କୁ ସମସ୍ତେ କେତେ ଭଲ ପାଉଥିଲେ ତା’ ଉତ୍ତର ଆଜି ମିଳିଗଲା । ଝାରସୁଗୁଡାରେ ବିକାଶର ଦୀପାବଳି ଜଳିବା ପାଇଁ ଆଉ କେହି ଅଟକାଇ ପାରିବେ ନାହିଁ।

ଝାରସୁଗୁଡାବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମୋ ଉପରେ ଭରସା କରିଛନ୍ତି । ବାପାଙ୍କ ପରି କାମ କରିକି ଦେଖେଇବାର ଅଛି ବୋଲି ମଧ୍ୟ କହିଛନ୍ତି ଦୀପାଳି ଦାସ । ଅନ୍ୟପଟେ ଦୀପାଳିଙ୍କ ଭାଇ ବିଶାଳ କହିଛନ୍ତି ଆଜି ବାପାଙ୍କ କଥା ମନେ ପଡ଼ିଯାଉଛି । ଝାରସୁଗୁଡ଼ାବାସୀ ଯେମିତି ବାପାଙ୍କୁ ଭଲ ପାଇବା ଦେଉଥିଲେ ଠିକ୍ ସେମିତି ଦୀପାଳିକୁ ବି ଭଲପାଇବା ଦେଇଛନ୍ତି । ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ ।

Share this story

World Odia Language Conferene