ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ, ଏଣୁ ମଧ୍ୟବିତ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ଟି ମୁଖ୍ୟ ଘୋଷଣା କରିଛନ୍ତି; ପାଣ୍ଡିଆନ୍‌
 

CM Naveen Patnaiks 4 guarantees for the middle class
ମଧ୍ୟବିତ୍ତଙ୍କ ପାଇଁ ନବୀନଙ୍କ ୪ ଗ୍ୟାରେଣ୍ଟି

ଓଡ଼ିଆ ଗସିପ୍ ବ୍ୟୁରୋ:ଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ। ଏଣୁ ମଧ୍ୟବିତ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ବେଳେ ଚିନ୍ତା କରନ୍ତି। ଏଣୁ ଏଥରନିର୍ବାଚନ ଇସ୍ତାହାରରେ ନବୀନ ପଟ୍ଟନାୟକ ମଧ୍ୟବିତ୍ତ ପରିବାର ପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ ଆଣିଛନ୍ତି। 

ଯାହାକୁ ନେଇ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ସାମଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ମଧ୍ୟ ସେୟାର କରି ଏନେଇ ସୂଚନା ଦେଇଛନ୍ତି। କାର୍ତ୍ତିକ ପାଣ୍ଡିଆନ ଭିଡିଓରେ କହିଛନ୍ତି ମଧ୍ୟବିତ୍ତ ହେଉଛନ୍ତି ଓଡ଼ିଶାର ଇଞ୍ଜିନ। ମଧ୍ୟବିତ୍ତ ଆମ ସମାଜର ମେରୁଦଣ୍ଡ, ଏଣୁ ମୁଖ୍ୟମନ୍ତ୍ରୀ ଏଥର ନିର୍ବାଚନ ଇସ୍ତାହାରରେ ମଧ୍ୟବିତ୍ତଙ୍କ ପାଇଁ ୪ଟି ମୁଖ୍ୟ ଘୋଷଣା କରିଛନ୍ତି। 

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 

ସେଥିମଧ୍ୟରୁ ପ୍ରଥମେ ମଧ୍ୟବିତ୍ତଙ୍କୁ BSKY ରେ ସାମିଲ କରାଯିବ। ଯାହା ଫଳରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ସେମାନେ ଆଉ ହଇରାଣ ହେବେ ନାହିଁ। ଏଥି ସହିତ ମଧ୍ୟବିତ୍ତଙ୍କୁ  ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ସୁଧ ଉପରେ ରିହାତି ମିଳିବ।  ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ମିଳିବ।

ଏଥି ସହିତ ମଧ୍ୟବିତ୍ତ ପିଲାମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଉଚ୍ଚଶିକ୍ଷା ପାଇଁ ବୃତ୍ତି ମିଳିବ। ଏଥି ସହିତ ଉଚ୍ଚ ଶିକ୍ଷା ଋଣ ନେଲେ ସେମାନଙ୍କୁ ମଧ୍ୟ ସୁଧ ଉପରେ ରିହାତି ମିଳିବ। ଏହା ସହ ସୁଲଭ ପରିବହନ କ୍ଷେତ୍ରରେ ମଧ୍ୟ ସରକାର ସହାୟତା ପ୍ରଦାନ କରାଯିବ। 

ଅଧିକ ପଢନ୍ତୁ : ବ୍ରେନ୍‌ ଟ୍ୟୁମର କଣ ଓ କାହିଁକି ହୁଏ ? ଜାଣନ୍ତୁ କାରଣ ଓ ହେବା ପୂର୍ବରୁ ଶରୀରରେ ଲକ୍ଷଣ

ଯାହା ବିଜୁ ଜନତା ଦଳର ନିର୍ବାଚନ ଇସ୍ତାହାରରେ ରହିଛି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନ୍‌ ୯ ତାରିଖରେ ଷଷ୍ଠ ଥଣ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଏସବୁ କାର୍ଯ୍ୟକାରୀ କରାଯିବ ବୋଲି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ କହିଛନ୍ତି।

ଅଧିକ ପଢନ୍ତୁ : ହାର୍ଟ ଷ୍ଟ୍ରୋକ୍ ଭଳି ସମସ୍ୟା ନ ହେବା ପାଇଁ ଏହି ୪ ଟି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 
 

Share this story