ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ଶୋ; ନବୀନ ଓ ବିଜେଡି ଜିନ୍ଦାବାଦ ଧ୍ବନୀରେ ପ୍ରକମ୍ପିତ ହେଲା ଭୁବନେଶ୍ବର
 

CM Naveen Patnaik mega roadshow in bhubaneswar
ଜନସମୁଦ୍ର ଭିତରୁ ଶୁଭୁଥିଲା ନବୀନ ଜିନ୍ଦାବାଦ ଓ ବିଜେଡି ଜିନ୍ଦାବାଦ ଧ୍ବନୀ 
 

ଓଡ଼ିଆ ଗସିପ୍ ବ୍ୟୁରୋ:ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମେଗା ରୋଡ ଶୋ’ । ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇବା ଓ ତାଙ୍କ ପାଖରୁ କିଛି ଶୁଣିବା ପାଇଁ ରାଜଧାନୀ ରାସ୍ତାରେ ରୁଣ୍ଡ ହୋଇଥିଲେ ଲକ୍ଷ ଲକ୍ଷ ଲୋକ । ଆଉ ଏହି ଜନସମୁଦ୍ର ଭିତରୁ ଶୁଭୁଥିଲା ନବୀନ ଜିନ୍ଦାବାଦ ଓ ବିଜେଡି ଜିନ୍ଦାବାଦ ଧ୍ବନୀ ।

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 

ପୂରା ଭୁବନେଶ୍ବର ଥିଲା ଆଜି ନବୀନ ମୟ । ହଜାର ହଜାର ଛାତ୍ରଛାତ୍ରୀ, ମହିଳାଙ୍କ ଗହଣରେ ପୂରି ଉଠିଲା ରାଜଧାନୀ ରାଜପଥ । ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିବା ମେଗା ରୋଡ ଶୋ’ ଗୋପବନ୍ଧୁ ଛକ, ଡିଏଭି ସ୍କୁଲ ଛକ, ଶ୍ରୀକୃଷ୍ଣ କ୍ଲବ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବା ମଠ, ସତ୍ଯନଗର, ଶିଶୁଭବନ ଛକ ଦେଇ ଯିବାବେଳେ ରାସ୍ତାର ଉଭୟ ପାର୍ଶ୍ବରେ ସମବେତ ଜନତାଙ୍କ ମଧ୍ଯରେ ଥିଲା ଅପୂର୍ବ ଉତ୍ସାହ । ସୁଖଦୁଃଖର ସାଥୀ ନେତାଙ୍କ ସାନ୍ନିଧ୍ଯ ଲାଭ କରିବା ଲାଗି ସବୁଠି ରହିଥିଲା ଉଦବେଳନ ।

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଥିଲେ- ଜୁଲାଇ ମାସରୁ ବିଜୁଳି ବିଲ ମାଗଣା ହେବ । ସମସ୍ତଙ୍କ ଲାଗି ବିଏସକେୱାଇ ଲାଗୁ ହେବ । ଏହାସହ ଶଙ୍ଖ ଚିହ୍ନରେ ଭୋଟ ଦେବା ଲାଗି ସେ ଉପସ୍ଥିତ ଜନତାଙ୍କୁ ଦେଇଥିଲେ ଆହ୍ବାନ। 

ସମସ୍ତ ସ୍ଥାନରେ ହଜାର ହଜାର ଏସଏଚଜି ମହିଳା ବି ମୁଖ୍ଯମନ୍ତ୍ରୀଙ୍କୁ ଜଣାଇଥିଲେ ଶୁଭେଚ୍ଛା । ହାତରେ ବିଜେଡି ପତାକା ଧରି ମେଗା ଶୋ’ରେ ସାମିଲ ହୋଇଥିଲେ ରାଜଧାନୀବାସୀ । ରୋଡ ଶୋ’ରେ ସାମିଲ ହୋଇଥିଲେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ।

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 
 

Share this story