ଆସିଲା ଓଡ଼ିଶା ପାଇଁ BJP ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା, No1ରେ PM ମୋଦି, ଅନୁଭବ ମହାନ୍ତି ବି ସାମିଲ
 

BJP releases list of 40 star campaigners for Odisha polls
ଓଡ଼ିଶା ପାଇଁ BJP ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି । ଓଡ଼ିଶା ପାଇଁ ଜାରି ଷ୍ଟାର ପ୍ରଚାରକ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡକରୀ, ଯୋଗୀ ଆଦିତ୍ୟନାଥ, ମୋହନ ଯାଦବ, ସ୍ମୃତି ଇରାନୀ, ଭୁପେନ୍ଦ୍ର ଯାଦବ, ଅଶ୍ବିନୀ ବୈଷ୍ଣବ, ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା, ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ, ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ରହିଛନ୍ତି।  

ଅଧିକ ପଢନ୍ତୁ : ଅଚାନକ୍ “ହୃଦଘାତ” ଆସିଲେ କରିବେ କଣ ? ଜାଣିଲେ ଆପଣ ମଧ୍ୟ ବଞ୍ଚାଇପାରିବେ ଜଣଙ୍କ ଜୀବନ

ସେହିଭଳି ସୁନିଲ ବଂଶଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜୟପାଲ ସିଂହ ତୋମାର, ଲତା ଉସେଣ୍ଡି, ସାନ୍ତନୁ ଠାକୁର ରହିଛନ୍ତି । ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଜୟ ନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡଙ୍ଗୀ, କେଦାର ନାଥ କଶ୍ୟପ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର ରହିଛନ୍ତି। 

BJP

ଏବଂ ତାଲିକାରେ ବସନ୍ତ ପଣ୍ଡା, ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂ ଦେଓ, ସମୀର ମହାନ୍ତି, ମାନସ କୁମାର ମହାନ୍ତି, ଗୋଲକ ମହାପାତ୍ର, ପୂର୍ଣ୍ଣିମା କେରକେଟା, ସାରଦା ଶତପଥୀ, ରମେଶ ସାହୁ, ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଏବଂ ଶ୍ରୀତମ ଦାସ ନାଁ ରହିଛି।

ଅଧିକ ପଢନ୍ତୁ : ଚାକିରିରେ ପ୍ରମୋସନ ସହ ଆକସ୍ମିକ ଧନଲାଭର ରହିଛି ଯୋଗ! ବୃହସ୍ପତି ଚଳନ ଯୋଗୁଁ ବଦଳିବ ୩ ରାଶିଙ୍କ ଭାଗ୍ୟ  
 

Share this story