ସତେ କି ? ପିସିସି ସଭାପତିଙ୍କ ବିଜେପି ପ୍ରୀତି ଯୋଗୁ କଂଗ୍ରେସରେ ଅସନ୍ତୋଷ

bjp pain congress re kali

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜେପି ପାଇଁ କଂଗ୍ରେସରେ କଳି । ପିସିସି ସଭାପତି ଓ କଂଗ୍ରେସ ନେତ୍ରୀ ମୁହାଁମୁହିଁ । ପିସିସି ସଭାପତିଙ୍କ ନାଁରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦଳର କଟକ ଜିଲ୍ଲା ପୂର୍ବତନ ସଭାନେତ୍ରୀ ଗିରିବାଳା ବେହେରା ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଅଧିକ ପଢ଼ନ୍ତୁ: ଆଜି ମାଲେମାଲ୍ ହେବେ ଏହି ରାଶିର ବ୍ୟକ୍ତି ବିଶେଷ

ନିଜସ୍ବାର୍ଥ ପାଇଁ ବିଜେପି ଏଜେଣ୍ଡାରେ ରାଜ୍ୟ କଂଗ୍ରେସକୁ ପିସିସି ସଭାପତି ଚଳାଇଛନ୍ତି । ବିଜେପିର ବରିଷ୍ଠ ନେତାଙ୍କ ସହ ପିସିସି ସଭାପତି ଶରତ ପଟ୍ଟନାୟକ ବୁଝାମଣା କରି ରାଜ୍ୟ କଂଗ୍ରେସକୁ ବୁଡ଼ାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ଗିରିବାଳା । ପିସିସି ସଭାପତିଙ୍କ ବିଜେପି ପ୍ରୀତି ଯୋଗୁ କଂଗ୍ରେସରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଅଧିକ ପଢ଼ନ୍ତୁ: ଭାରତର ସମର ଇତିହାସରେ ଏକ ନୂତନ ଇତିହାସ ସୃଷ୍ଟି କରିଥିଲା ୧୯୯୯ ମସିହାର ‘କାର୍‍ଗିଲ୍‍ ଯୁଦ୍ଧ’

ବିଜେପି ସହ କଂଗ୍ରେସ ମେଣ୍ଟ କରିନାହିଁ କହି ଖସିଯିବାକୁ ଉଦମ୍ୟ କରୁଥିବା ପିସିସି ସଭାପତିଙ୍କୁ ଦଳର ନେତାମାନେ ପ୍ରଶ୍ନବାଣରେ ଘାଇଲା କରିଛନ୍ତି।

ବିଜେପି ଏଜେଣ୍ଡାରେ କଂଗ୍ରେସ ଚାଲିଥିବା ଅଭିଯୋଗ ପରେ ରାଜ୍ୟ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି । ବିଜେପି ସହ ପିସିସି ସଭାପତିଙ୍କ ସମ୍ପର୍କ ନେଇ ଦଳର ବରିଷ୍ଠ ନେତାମାନେ ଖୋଲାଖୋଲି ମୁହଁ ଖୋଲୁନଥିଲେ ମଧ୍ୟ ଭିନ୍ନ ଇସାରା ଦେଇଛନ୍ତି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବିଜେପି ସହ କଂଗ୍ରେସର ସମ୍ପର୍କ ପ୍ରସଙ୍ଗକୁ ଏଡ଼ାଇଯାଇ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କ ନିଲମ୍ବନ ପରେ ଦଳୀୟ କନ୍ଦଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଆଜି କାରଗିଲ୍ ବିଜୟ ଦିବସ; ଯୁଦ୍ଧରେ ଶହୀଦ ଭାରତୀୟ ବୀର ଯବାନଙ୍କୁ ସଲାମ

୨୩ ବର୍ଷ ଧରି ରାଜ୍ୟରେ କଂଗ୍ରେସ କ୍ଷମତା ବାହାରେ ରହିଛି । ଜାତୀୟସ୍ତରରେ ବିଜେପି ସହ ଲଢୁଥିବା କଂଗ୍ରେସ ଓଡ଼ିଶାରେ ପିସିସି ସଭାପତିଙ୍କ ସ୍ବାର୍ଥପାଇଁ ବିଜେପିକୁ ମିତ୍ର କରିଥିବା ଅଭିଯୋଗ ବଢୁଛି । ଯାହାକୁ ନେଇ କଂଗ୍ରେସ ସଂଗଠନରେ ସୃଷ୍ଟି ହୋଇଛି ହଲଚଲ୍‌ ।

Share this story