ଭାରତର ସମର ଇତିହାସରେ ଏକ ନୂତନ ଇତିହାସ ସୃଷ୍ଟି କରିଥିଲା ୧୯୯୯ ମସିହାର ‘କାର୍ଗିଲ୍ ଯୁଦ୍ଧ’
ଓଡ଼ିଆ ଗସିପ୍ ବ୍ୟୁରୋ: ୧୯୯୯ ମସିହାର ‘କାର୍ଗିଲ୍ ଯୁଦ୍ଧ’ ଭାରତର ସମର ଇତିହାସରେ ଏକ ନୂତନ ଇତିହାସ ସୃଷ୍ଟି କରିଥିଲା। ଜିରୋ ଡିଗ୍ରୀ ସେଲ୍ଫସିୟସ୍ରୁ କମ୍ ତାପମାନ, ଅସ୍ଥିମଜ୍ଜା ଶିହରି ଉଠୁଥିବା ଭଳି ବରଫମିଶା ପ୍ରବଳ ବେଗରେ ବୋହୁଥିବା ଅତି ଥଣ୍ଡା ପବନ, ଅତ୍ୟୁଚ୍ଚ ପର୍ବତର ତୀକ୍ଷ୍ଣ ବରଫ ଶୃଙ୍ଗରୁ ବରଫ ଧସିଯିବାର ଭୟ, ଅମ୍ଳଜାନର ଘୋର ଅଭାବ କାରଣରୁ ପ୍ରଶ୍ୱାସ ନେବାରେ ଖୁବ୍ କଷ୍ଟ ହେଉଥିଲେ ମଧ୍ୟ ଆମ ସେନାବାହିନୀର ବୀର ଯବାନଙ୍କ ମନୋବଳକୁ ହ୍ରାସ କରି ପାରିନଥିଲା।
ଅଧିକ ପଢ଼ନ୍ତୁ : ଫେସୁବକରୁ ପ୍ରେମ: ସ୍ୱାମୀକୁ ଛାଡି ପ୍ରେମିକ ପାଇଁ ସୀମା ପାର ହୋଇ ପାକିସ୍ତାନରେ ଭାରତର ଅଞ୍ଜୁ , ଶ୍ୱଶୂର ଘର ଲୋକଙ୍କ ମୁଣ୍ଡ ଟିଣ...
ପାକିସ୍ତାନୀ ‘ନର୍ଦ୍ଦନ-ଲାଇଟ୍-ଇନ୍ଫ୍ୟାନ୍ଟ୍ରି’ର ସୈନ୍ୟ, ପାକିସ୍ତାନର ‘ସ୍ପେଶାଲ ସର୍ଭିସ୍ ଗ୍ରୁପ୍’ର କମାଣ୍ଡୋ ବାହିନୀ, ଆର୍ଟିଲାରୀ, ଆଣ୍ଟି ଏୟାରକ୍ରାଫ୍ଟ ଗନ୍, ରକେଟ୍, ଲ୍ୟାଣ୍ଡମାଇନ୍, ଅଟୋମେଟିକ୍ ଉଇପନରେ ସଜ୍ଜିତ ହୋଇ କାର୍ଗିଲ୍ର ଉଚ୍ଚ ଉଚ୍ଚ ଶୃଙ୍ଗଗୁଡ଼ିକରେ ନିଜର ଆସ୍ଥାନ ସୁଦୃଢ଼ କରିଥିଲେ। ପଥରକୁ ପଥର ଯୋଡ଼ି ନିର୍ମାଣ କରିଥିଲେ ସୁରକ୍ଷିତ ‘ସଙ୍ଗାଡ଼’, ଗର୍ତ୍ତଖୋଳି ନିର୍ମାଣ କରିଥିଲେ ମଜଭୁତ୍ ବଙ୍କର ଓ ଟ୍ରେଞ୍ଚ୍। ସେଠାରେ ପ୍ରଚୁର ପରିମାଣରେ ଗୁଳିଗୋଳା, ବୋମା, ଖାଦ୍ୟ, ପାଣି, ଶୀତବସ୍ତ୍ର, ଇନ୍ଧନ ଗଚ୍ଛିତ ରଖି ଆମ ସେନାବାହିନୀର ଅଶେଷ କ୍ଷତି ଘଟାଇବାକୁ ରହିଥିଲେ ପ୍ରସ୍ତୁତ।
‘कारगिल के वीर’
— ADG PI - INDIAN ARMY (@adgpi) July 21, 2023
सुरक्षा का पहरा बुना ऐसा गहरा,
उनकी हिफ़ाज़त ने खींची वो लकीर
पार करने से दुश्मन घबराया,
रक्षा में हमारे खड़े थे कारगिल के वो वीर I
लहू को स्याही बनाकर
उन्होंने इतिहास रचाया है I
कारगिल की चोटियों पर
विजय ध्वज फहराया है I
- तमन्ना बी कुकरेती#OperationVijay… pic.twitter.com/KY45LZ937q
ଦେଶର ସାର୍ବଭୌମତ୍ୱ ରକ୍ଷା ପାଇଁ ଶତ୍ରୁ ବିପକ୍ଷରେ ଲଢ଼ିବାକୁ ସେନାବାହିନୀ ପ୍ରସ୍ତୁତ ହୋଇଥିଲା। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଭାରତୀୟ ସେନାବାହିନୀ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲା। କାନ୍ଧରେ ସେଲ୍ଫଫଲୋଡିଂ ରାଇଫଲ, ବାୟୋନେଟ୍, ଗୁଳି, ଗ୍ରିନେଡ୍, ପିଠି ଉପରେ ପଚିଶରୁ ତିରିଶ କିଲୋ ଓଜନର ଯୁଦ୍ଧ ସାମଗ୍ରୀ ନେଇ ଆଗେଇ ଥିଲେ ଆମ ବୀର ଯବାନ।
ଅଧିକ ପଢ଼ନ୍ତୁ: ଗ୍ରହ ଗୋଚର (Grah Gochar): ୧୫ ଦିନରେ ମହତ୍ତ୍ବପୂର୍ଣ୍ଣ ଗ୍ରହ ଗୋଚର; ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!
ଶୃଙ୍ଗ ଉପରକୁ ପହଞ୍ଚିବାକୁ କେଉଁଠି ଶିଢ଼ି ଏବଂ ଅନ୍ୟ କେଉଁଠି ଦଉଡ଼ି ସାହାଯ୍ୟରେ ଚଢ଼ିବାକୁ ଥିଲା ଅଦମ୍ୟ ପ୍ରଚେଷ୍ଟା। ପ୍ରାୟ ୧୭ ହଜାର ଫୁଟ୍ ଊର୍ଦ୍ଧ୍ବରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମ ଯବାନଙ୍କ ମନୋବଳ ଥିଲା ଅତି ଦୃଢ଼। ତୀକ୍ଷ୍ମ ଶୃଙ୍ଗରୁ, ଯେଉଁଠାରୁ ପାଦ ଖସିଗଲେ ହଜାର ହଜାର ଫୁଟ୍ ତଳକୁ ଖସିପଡ଼ି ନିଶ୍ଚିହ୍ନ ହୋଇଯିବାର ଭୟ ଥିଲା, ସେଠାରେ ଆମ ବୀର ସୈନିକମାନେ ଶତ୍ରୁ ସଂହାର ପାଇଁ ଆଗେଇ ଯାଇଥିଲେ।
କାର୍ଗିଲ୍, ଦ୍ରାସ, ବଟାଲିକ୍, କାକ୍ସର, ମସ୍କୋହ ଅଞ୍ଚଳ ଥିଲା ଦୁର୍ଗମ। ଉଚ୍ଚ ଉଚ୍ଚ ଶିଖରରେ ପାକିସ୍ତାନୀ ସୈନ୍ୟ ନିଜର ଆସ୍ଥାନ ଜମାଇ ପାଦଦେଶରେ ଥିବା ଆମ ଗତିବିଧି ଉପରେ ତୀକ୍ଷ୍ମ ଦୃଷ୍ଟି ରଖି ପାରୁଥିଲେ। ବଙ୍କର ଓ ଟ୍ରେଞ୍ଚ୍ ଭିତରେ ସୁରକ୍ଷିତ ଥାଇ ଗୁଳିଗୋଳା ବର୍ଷଣ କରି ଆମ ସେନାର ଅଶେଷ କ୍ଷତି ଘଟାଇବାରେ ସମର୍ଥ ଥିଲେ।
ଅଧିକ ପଢ଼ନ୍ତୁ : ବାଟରେ ଚାଲୁ ଚାଲୁ ଟଙ୍କାଟିଏ ଯଦି ମିଳେ କଣ କରିବେ? କଣ କହୁଛି ଜ୍ୟୋତିଷ ଶାସ୍ତ୍ର...
ସାମରିକ ଦୃଷ୍ଟିରୁ ‘ତୋଲଲିଙ୍ଗ’ ଶିଖର ଥିଲା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ପାକିସ୍ତାନୀ କବଳରୁ ଏହାର ମୁକ୍ତି ଥିଲା ଜରୁରି। କାରଣ ଏହା କବଳିତ ହେଲା ପରେ ହିଁ ‘ଟାଇଗର ହିଲ୍’କୁ ମୁକ୍ତ କରାଯିବାର ଥିଲା ଲକ୍ଷ୍ୟ।
କାର୍ଗିଲ୍ ଯୁଦ୍ଧରେ ଭାରତୀୟ ସେନାର ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ ଥିଲା ଅବର୍ଣ୍ଣନୀୟ। ଶତ୍ରୁ ବିପକ୍ଷରେ ଯୁଦ୍ଧରତ ଅବସ୍ଥାରେ ବୀରଗତି ପ୍ରାପ୍ତ ହେଲେ ସେମାନଙ୍କ ପରିବାର ପାଇଁ ସମାଜ କ’ଣ ଦେଇପାରିବ? ଦେଇ ପାରିବ କେବଳ ସାନ୍ତ୍ୱନା ଅଥବା ସାମାନ୍ୟ ଅର୍ଥର ସାହାଯ୍ୟ। କେହି ଦେଇ ପାରିବ କି ସେହି ସହିଦ ପରିବାରକୁ ତା’ର ପିତା, ପୁତ୍ର, ପତ୍ନୀ ଓ ମାତାଙ୍କୁ ତା’ର ଉପସ୍ଥିତି? ସ୍ନେହ, ପ୍ରେମ, ସାନ୍ତ୍ୱନା ଅବା ଭରସା? ପୂରଣ କରି ପାରିବେ କି ସେହି ପରିବାରର ଅପୂରଣୀୟ କ୍ଷତିକୁ? ତଥାପି ମଧ୍ୟ ଜଣେ ସୈନିକ ପାଳନ କରିଥାଏ ତା’ର କର୍ତ୍ତବ୍ୟ। ଦୃଢ଼ ସଂକଳ୍ପ ନେଇ ଦେଶ ମାତୃକା ପାଇଁ ଲଢ଼ିଥାଏ ଶେଷ ବୁଲେଟ୍, ଶେଷ ରକ୍ତଟୋପା ଥିବା ପର୍ଯ୍ୟନ୍ତ।