ଆଜି ମାଲେମାଲ୍ ହେବେ ଏହି ରାଶିର ବ୍ୟକ୍ତି ବିଶେଷ

ehi rasira byakti bishes nka pain khali faida hin faida

ଓଡ଼ିଆ ଗସିପ୍ ବ୍ୟୁରୋ: ମେଷ : ଆଜିର ଦିନଟି ଆପଣଙ୍କ ପାଇଁ ଫଳଦାୟକ ହେବ । ସନ୍ତାନଙ୍କ ଭବିଷ୍ୟତ ନେଇ ଚିନ୍ତା କରୁଥିଲେ ଆଶ୍ୱସ୍ତି ରୁହନ୍ତୁ । କାରଣ ସନ୍ତାନଙ୍କ ପାଇଁ ଭଲ ଚାକିରିର ସୁଯୋଗ ଆସିପାରେ । ଯେଉଁମାନେ ବିଦେଶରେ ବସବାସ କରିବାକୁ ଇଚ୍ଛୁକ ଅଛନ୍ତି ସେମାନଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ । କୌଣସି ନୂଆ ଯୋଜନାରେ ଧନ ନିବେଶ କଲେ ସଫଳତା ପ୍ରାପ୍ତି ହେବ । କାର୍ଯ୍ୟକ୍ଷେତ୍ରରେ ପୂର୍ବରୁ କରିଥିବା କିଛି ଭୁଲ୍ ପାଇଁ କ୍ଷମା ମାଗିପାରନ୍ତି । ନଚେତ୍,କାର୍ଯ୍ୟକ୍ଷେତ୍ରରେ ଥିବା ଅଧିକାରୀ ଆପଣଙ୍କ ଉପରେ ଅସନ୍ତୋଷ ଭାବ ରଖିପାରନ୍ତି । ବନ୍ଧୁମାନଙ୍କ ସହ କୌଣସି ଯାତ୍ରାରେ ଯିବାପାଇଁ ଯୋଜନା କରିପାରନ୍ତି ।

ଅଧିକ ପଢ଼ନ୍ତୁ : ଫେସୁବକରୁ ପ୍ରେମ: ସ୍ୱାମୀକୁ ଛାଡି ପ୍ରେମିକ ପାଇଁ ସୀମା ପାର ହୋଇ ପାକିସ୍ତାନରେ ଭାରତର ଅଞ୍ଜୁ , ଶ୍ୱଶୂର ଘର ଲୋକଙ୍କ ମୁଣ୍ଡ ଟିଣ...

ବୃଷ : ଆଜିର ଦିନଟି ପରୋପକାର କାର୍ଯ୍ୟରେ ଅତିବାହିତ କରିବେ । ନିଜ କାର୍ଯ୍ୟଠାରୁ ପର ବ୍ୟକ୍ତିଙ୍କ କାର୍ଯ୍ୟରେ ଅଧିକ ଧ୍ୟାନ ଦେବେ । ଏଥିରୁ ନିବୃତ୍ତ ରୁହନ୍ତୁ । ଶ୍ୱଶୁର ଘରୁ ଋଣ ଆଣିବାକୁ ଚାହୁଁଥିଲେ, ଏହା ଉଭୟ ଘର ମଧ୍ୟରେ ଫାଟ ସୃଷ୍ଟି କରିପାରେ । ନବବିବାହିତ ଦମ୍ପତ୍ତିଙ୍କର ସନ୍ତାନ ପ୍ରାପ୍ତି ହୋଇପାରେ । ନିଜ ଅର୍ଜିତ ଧନରୁ କିଛି ଅଂଶ ଦାନ କାର୍ଯ୍ୟରେ ଲଗାନ୍ତୁ । ପରିବାରରେ କାହାକୁ କୌଣସି କଥା ଦେଇଥିଲେ ତାହା ପୂରଣ କରିବାକୁ ଚେଷ୍ଟା କରନ୍ତୁ, ନଚେତ୍ ପରିବାର ସଦସ୍ୟଙ୍କ ସହ ମତାନ୍ତର ଦେଖାଦେଇପାରେ ।

ଅଧିକ ପଢ଼ନ୍ତୁ: ଗ୍ରହ ଗୋଚର (Grah Gochar): ୧୫ ଦିନରେ ମହତ୍ତ୍ବପୂର୍ଣ୍ଣ ଗ୍ରହ ଗୋଚର; ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!

ମିଥୁନ : କୌଣସି କାର୍ଯ୍ୟକୁ ନେଇ ଚିନ୍ତାରେ ପଡ଼ିପାରନ୍ତି । ବନ୍ଧୁଙ୍କ ସହାୟତାରେ କୌଣସି ବ୍ୟବସାୟରେ ଧନ ନିବେଶ କରିବାରୁ ସତର୍କ ରୁହନ୍ତୁ । ନଚେତ୍, ଅସୁବିଧାରେ ପଡ଼ିପାରନ୍ତି । ନେଇ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଥିଲେ ବାପା, ମାଆଙ୍କ ଆଶିର୍ବାଦ ନିଅନ୍ତୁ, ନିଶ୍ଚିତ ସଫଳ ହେବ । ଶତ୍ରୁ ଉପୁଜିପାରନ୍ତି, ସାବଧାନ ରୁହନ୍ତୁ । ଜୀବନସାଥୀଙ୍କ ସହ ଚାଲିଆସୁଥିବା ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଆୟୋଜନରେ ଅଂଶଗ୍ରହଣ କରିବେ ।

କର୍କଟ : ଆଇନଗତ ମାମଲାରେ ସଫଳତା ମିଳିପାରେ । ଜୀବନରେ ଚାଲିଆସୁଥିବା ସମସ୍ୟାର ସାମାନ୍ୟ ସମାଧାନ ହୋଇପାରେ । ଘରର କୌଣସି ବ୍ୟକ୍ତି ଅବସର ନେବାରୁ ଏଥିପାଇଁ ଘରେ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରିପାରନ୍ତି । ପୂର୍ବରୁ ଚାଲିଆସୁଥିବା ସମସ୍ୟାର ସାମାନ୍ୟ ସମାଧାନ ହୋଇପାରେ । ଜୀବନସାଥୀଙ୍କୁ ଭ୍ରମଣରେ ନେଇପାରନ୍ତି, ଏଥିପାଇଁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ । ଆଖପାଖରେ କୌଣସି ବିବାଦ ଉପୁଜିଲେ ଏହାକୁ ଆଗକୁ ବଢ଼ାନ୍ତୁ ନାହିଁ ନଚେତ୍, ଆଗକୁ ଆଇନ ସମସ୍ୟା ଉପୁଜିପାରେ ।

ଅଧିକ ପଢ଼ନ୍ତୁ: ଶୋଇଥିବା ଗୋରୁପଲ ଉପରେ ଚଢିଗଲା ଟ୍ରକ୍: ୧୦ରୁ ଉର୍ଦ୍ଧ୍ବ ଗୋରୁ ମୃତ, ୫ ଗୁରୁତର

ସିଂହ : ଧନ କୋଷରେ ବୃଦ୍ଧି ହେବ । କାର୍ଯ୍ୟକ୍ଷେତ୍ରରେ ବହୁମାତ୍ରାରେ ଧନ ଲାଭ ହୋଇପାରେ । ମାଆଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିପାରେ, ଏଥିପାଇଁ ଆପଣ ଚିନ୍ତିତ ହୋଇପାରନ୍ତି । ସନ୍ତାନ ବିବାହରେ କୌଣସି ବାଧା ଲାଗିରହିଥିଲେ, ବର୍ତ୍ତମାନ ତାହା ସମାଧାନ ହୋଇପାରେ । ଭାଇଙ୍କ ସହ ଘୋର ବିବାଦ ଉପୁଜିପାରେ । ଏଭଳି ପରିସ୍ଥିତି ଦେଖାଗଲେ ଶାନ୍ତ ରୁହନ୍ତୁ । ସନ୍ଧ୍ୟା ସମୟରେ ପରିବାରର କୌଣସି ସଦସ୍ୟଙ୍କ ଘରକୁ ଯାଇପାରନ୍ତି ।

କନ୍ୟା : ଆଜିର ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଦାମ୍ପତ୍ୟ ଜୀବନ ସୁଖ ହେବ । ପରିବାରରେ କୌଣସି ସଦସ୍ୟଙ୍କ ଭବିଷ୍ୟତକୁ ନେଇ ନିଷ୍ପତ୍ତି ନେଉଥିଲେ ବରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ଲୋଡ଼ନ୍ତୁ । କାର୍ଯ୍ୟକ୍ଷେତ୍ରରେ କୌଣସି ଶତ୍ରୁଙ୍କ କାରଣରୁ ଆପଣଙ୍କୁ କ୍ଷତି ସହିବାକୁ ପଡ଼ିପାରେ, ଏଥିପ୍ରତି ସାବଧାନ ରୁହନ୍ତୁ । ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗି ରହିବ ଏବଂ ଏଥିସହ କୌଣସି ପୁରସ୍କାରର ଅଧିକାରୀ ମଧ୍ୟ ହୋଇପାରନ୍ତି ।

ତୁଳା : ସାଂସାରିକ ସୁଖ ପ୍ରାପ୍ତି ହେବ । ସନ୍ଧ୍ୟା ସମୟରେ କୌଣସି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ରାଜନୀତି କାର୍ଯ୍ୟରେ ଜଡ଼ିତ ଥିବା ବ୍ୟକ୍ତିଙ୍କୁ କୌଣସି ଉଚ୍ଚପଦ ମିଳିପାରେ । କୌଣସିରେ ଧନ ନିବେଶ କରିଥିଲେ ଏହା ଆପଣଙ୍କ ବନ୍ଧୁଙ୍କ ସହ ଆଲୋଚନା କରନ୍ତୁ ନାହିଁ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି । ଧନ ନିବେଶ କରୁଥିଲେ ସାବଧାନତା ଅବଲମ୍ୱନ କରନ୍ତୁ । ପୂର୍ବରୁ କରିଥିବା ଭୁଲ ପାଇଁ ଦଣ୍ଡ ମିଳିପାରେ ।

ଅଧିକ ପଢ଼ନ୍ତୁ: ଫାଶରେ ପଡ଼ିଛନ୍ତି ପୋଲସରା ବିଧାୟକ: ଶ୍ରୀକାନ୍ତଙ୍କ ଆଉ ୪ ସପ୍ତାହ ରହିଛି ଶନି ଦଶା, ନାରୀ ଦୋଷ ଯୋଗୁଁ କଟିବ ପତ୍ତା

ବିଛା : ଆଜିର ଦିନଟି ଆପଣଙ୍କ ପାଇଁ ବ୍ୟସ୍ତବହୁଳ ରହିବ । ପ୍ରେମୀଯୁଗଳଙ୍କ ମଧ୍ୟରେ କଳହ ସୃଷ୍ଟି ହେବ । କୌଣସି ବନ୍ଧୁ ସାହାଯ୍ୟ ପାଇଁ ଅନୁରୋଧ କରିପାରନ୍ତି । ନିଜ ଅର୍ଜିତ ଧନର କିଛି ଅଂଶ ଗରିବଙ୍କ ସେବାରେ ଲାଗିପାରେ । ମାନସିକ ଶାନ୍ତି ମିଳିବ । ଆପଣଙ୍କ ଖର୍ଚ୍ଚ କ୍ରମଶଃ ବଢ଼ୁଥିବାରୁ ଏହା ଚିନ୍ତାର କାରଣ ହୋଇପାରେ ।

ଧନୁ : କୌଣସି ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି । ସନ୍ଧ୍ୟା ସମୟରେ କୌଣସି ପରିଚିତ ବ୍ୟକ୍ତି ଆପଣଙ୍କୁ ସାକ୍ଷାତ କରିବାକୁ ଆସିପାରନ୍ତି । ଯାହାଙ୍କ ସହ ଆପଣ ନିଜ ସମସ୍ୟାକୁ ନେଇ ଆଲୋଚନା କରିପାରନ୍ତି । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବଢ଼ିପାରେ । ବିଦ୍ୟାର୍ଥୀମାନେ ଯେଉଁ ବିଷୟରେ ଦୁର୍ବଳ ଥିବେ ସେହି ବିଷୟ ପଢ଼ିବାକୁ ଆଦୌ ମନ ଲାଗିବ ନାହିଁ ।

ମକର : ଆଜିର ଦିନଟି ଉତ୍ତମ ଫଳଦାୟକ ହେବ । ଜମିବାଡ଼ି ସମ୍ୱନ୍ଧୀୟ ସମସ୍ୟା କାରଣରୁ ଚିନ୍ତାରେ ପଡ଼ିପାରନ୍ତି । ମାନସମ୍ମାନରେ ବୃଦ୍ଧି ହେବ । କୌଣସି କାର୍ଯ୍ୟ କରିବା ଆଗରୁ ଭାବିଚିନ୍ତି କରନ୍ତୁ । ଆଇନଗତ ସମସ୍ୟା ଥିଲେ ବାରମ୍ବାର କୋର୍ଟକୁ ଯିବାକୁ ପଡ଼ିପାରେ । ସନ୍ତାନଙ୍କ ପକ୍ଷରୁ ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ ।

କୁମ୍ଭ : ଆଜିର ଦିନଟି ଆପଣଙ୍କ ପାଇଁ ଚିନ୍ତାରେ କଟିବ । ଶତ୍ରୁ ଉପୁଜିପାରନ୍ତି । ଏଥିଲାଗି ବୁଦ୍ଧିବିଚାରର ସହ ତାଙ୍କୁ ପରାସ୍ତ କରିବା ଆବଶ୍ୟକ । ଆୟ ପାଇଁ ନୂଆ ପନ୍ଥା ଆପଣେଇପାରନ୍ତି । ଏହି ପନ୍ଥା ଆପଣେଇ ଧନ ଅର୍ଜନ କରିପାରିବେ । ଯଦି କୌଣସି ବାଧା ଦେଖାଦିଏ,ତେବେ ଏହାକୁ ସମାଧାନ କରିବା ପାଇଁ ସଫଳ ହେବେ ।

ମୀନ : ଆଜିର ଦିନଟି ସାମାନ୍ୟ ରହିବ । ବନ୍ଧୁମାନଙ୍କ ସହ ବାହାରକୁ ଭ୍ରମଣ କରିବାକୁ ଯୋଜନା କରିପାରନ୍ତି । ସମ୍ପତ୍ତି ସମ୍ୱନ୍ଧିତ ମାମଲା ପୂର୍ଣ୍ଣ ହେବ । ବ୍ୟବସାୟରେ କାହାକୁ ଦେଇଥିବା ଋଣ ଫେରସ୍ତ ପାଇବେ । ଏଥିପାଇଁ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ସନ୍ତାନଙ୍କ ଖର୍ଚ୍ଚକୁ ନେଇ ଚିନ୍ତା କରିପାରନ୍ତି । ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତି ନିଜ ବନ୍ଧୁଙ୍କ ପ୍ରତି ସାବଧାନ ରୁହନ୍ତୁ ।

Share this story