୩ ବିଧାୟକଙ୍କ ଟିକେଟ କଟିଲା, ଏହି ଦୁଇଟି  ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 
 

BJD releases 5th set of candidates for odisha assembly election
ଏହି ଦୁଇଟି  ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ। ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚମ ପର୍ଯ୍ୟାୟରେ ୯ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ମଧ୍ୟ ଦୁଇଟି  ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ। ହିଞ୍ଜିଳି ସହ ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିରୁ ମଧ୍ୟ ନିର୍ବାଚନ ଲଢିବେ।

ସେହିପରି ଆଜି ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ

ଆଧିକ ପଢନ୍ତୁ : ଦମ୍ପତିଙ୍କ ଭିତରେ ଏତିକି ବୟସ ପାର୍ଥକ୍ୟ ରହିବା ଉଚିତ୍..ନଚେତ ବୈବାହିକ ଜୀବନରେ ଦେଖାଦେବ ଅଶାନ୍ତି!

କଣ୍ଟାବାଞ୍ଜି- ନବୀନ ପଟ୍ଟନାୟକ
ଅନୁଗୁଳ- ସଂଯୁକ୍ତା ସିଂହ
ନିମାପଡ଼ା- ଦିଲୀପ ନାୟକ
ସାନଖେମୁଣ୍ଡି- ସୁଲକ୍ଷଣା ଗୀତାଞ୍ଜଳି ଦେବୀ
ଜୟପୁର- ଇନ୍ଦିରା ନନ୍ଦ
ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ
ପଦ୍ମପୁର- ବର୍ଷା ସିଂ ବରିହା
କୁଚିଣ୍ଡା- ରାଜେନ୍ଦ୍ର ଛତ୍ରିଆ
ଦେବଗଡ଼- ଅରୁନ୍ଧତି ଦେବୀ

ଆଧିକ ପଢନ୍ତୁ : ଆପଣଙ୍କୁ ହୋଇଛି କି ଡାଇସେଟିସ୍ ? ଏସବୁ ଲକ୍ଷଣରୁ ଜାଣି ହୋଇଯାଆନ୍ତୁ ସତର୍କ! ନଚେତ୍...ଭୋଗିବେ

ଦଳପକ୍ଷରୁ ୩ ଜଣ ବିଧାୟକଙ୍କ ଟିକେଟ କଟା ଯାଇଛି। ନିମାପଡ଼ାରେ ସମୀର ଦାସଙ୍କ ଟିକେଟ କଟାଯାଇଛି। ନିମାପଡ଼ାରେ ଦଳ ପକ୍ଷରୁ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରାଯାଇଛି।

ସେହିପରି କୁଚିଣ୍ଡାର ସିଟିଂ ବିଧାୟକ କିଶୋର ନାୟକଙ୍କ ଟିକେଟ କଟିଛି। ତାଙ୍କ ବଦଳରେ ରାଜେନ୍ଦ୍ର ଛତ୍ରିଆଙ୍କୁ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ କରାଯାଇଛି।
ସେହିପରି ଚିନ୍ତାକୋଣ୍ଡାରୁ ପୂର୍ଣ୍ଣଚନ୍ଦ୍ର ବାକାଙ୍କ ଟିକେଟ କଟିଛି। ତାଙ୍କ ସ୍ଥାନରେ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ପ୍ରାର୍ଥୀ କରାଯାଇଛି।

ଅନ୍ୟପଟେ ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି। ପୂର୍ବରୁ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ଓ ରେଢ଼ାଖୋଲରୁ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଥିବା ବେଳେ ଆଜି ସେଥିରେ ପରିବର୍ତ୍ତନ କରାଯାଇ ରେଢ଼ାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ଓ  ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ସୂଚନାଯୋଗ୍ୟ ବିଜେଡି ବର୍ତ୍ତମାନ ସୁଦ୍ଧା ସମସ୍ତ ୨୧ ଲୋକସଭା ଓ ୧୨୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ମୋଟ ୧୪୭ ବିଧାନସଭା ଆସନ ମଧ୍ୟରୁ ଆଉ ୨୧ ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ହୋଇନାହିଁ।

ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍‌କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!
 

Share this story