BJPର ପୁରୀ ସାଂସଦ ପ୍ରାର୍ଥୀଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ, ମହାପ୍ରଭୁଙ୍କୁ ରାଜନୀତି ଠାରୁ ଉର୍ଦ୍ଧ୍ୱରେ ରଖିବାକୁ ଦେଲେ ପରାମର୍ଶ
 

BJD leader VK Pandian reacts to BJP leader Sambit Patras gaffe
BJPର ପୁରୀ ସାଂସଦ ପ୍ରାର୍ଥୀଙ୍କୁ ପାଣ୍ଡିଆନଙ୍କ କଡ଼ା ଜବାବ
 

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜେପିର ପୁରୀ ସାଂସଦ ପ୍ରାର୍ଥୀଙ୍କୁ ପାଣ୍ଡିଆନ କଡ଼ା ଜବାବ ଦେଇଛନ୍ତି। ‘ଜଗନ୍ନାଥ ମୋଦୀଙ୍କ ଭକ୍ତ’ ବୟାନରେ ସମ୍ବିତ ପାତ୍ରଙ୍କୁ ଘେରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଏଏନଆଇକୁ ସାକ୍ଷାତକାରବେଳେ ସମ୍ବିତଙ୍କୁ ସେ ଟାର୍ଗେଟ କରିଛନ୍ତି ।

ଅଧିକ ପଢନ୍ତୁ : ବୁଧଙ୍କ ଗୋଚର, ଏହି ୨ଟି ରାଶି ପାଇଁ ଖରାପ ସମୟ! ଜାଣନ୍ତୁ ସେହି ରାଶି ବିଷୟରେ 

ସେ କହିଛନ୍ତି, ବିଜେପି ସବୁବେଳେ ଓଡିଆ ଅସ୍ମିତାକୁ ପ୍ରସଙ୍ଗ କରିଆସୁଛି । ପ୍ରଭୁ ଜଗନ୍ନାଥ ଓଡିଆ ଅସ୍ମିତାର ପ୍ରତୀକ । ମୁଖ୍ଯମନ୍ତ୍ରୀ ସବୁବେଳେ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିଆସିଛନ୍ତି। ଭଗବାନ ଅମର ଓ ମଣିଷ ମରଣଶୀଳ ଏମାନଙ୍କର ମିଶ୍ରଣ ହୋଇପାରିବନି ବୋଲି କହିଛନ୍ତି । 

ସମ୍ବିତ ପାତ୍ରଙ୍କ ମନ୍ତବ୍ଯକୁ ନେଇ ମୁଖ୍ଯମନ୍ତ୍ରୀ ମର୍ମାହତ । ପ୍ରଭୁ ଜଗନ୍ନାଥଙ୍କୁ ରାଜନୀତିକୁ ଟାଣିବା ନେଇ ମୁଖ୍ଯମନ୍ତ୍ରୀ ବେଶ ଦୁଃଖିତ ବୋଲି କହିଛନ୍ତି ପାଣ୍ଡିଆନ । ଓଡିଶାବାସୀ ମଧ୍ଯ ଜଗନ୍ନାଥଙ୍କୁ ନିର୍ବାଚନକୁ ଟାଣିବାକୁ ପସନ୍ଦ କରନ୍ତିନି । ଏମିତି ଘଟଣା ବିଜେପି ପକ୍ଷରୁ ପ୍ରଥମ ଘଟଣା ନୁହେଁ । 

ଅଧିକ ପଢନ୍ତୁ : ବ୍ରେନ୍‌ ଟ୍ୟୁମର କଣ ଓ କାହିଁକି ହୁଏ ? ଜାଣନ୍ତୁ କାରଣ ଓ ହେବା ପୂର୍ବରୁ ଶରୀରରେ ଲକ୍ଷଣ

୨୦୧୯ ପଞ୍ଚାୟତ ନିର୍ବାଚନରେ ଏପରି କିଛି ପ୍ରସଙ୍ଗ ଉଠାଇଥିଲେ ବିଜେପି ନେତା । ଏପରି ବିବାଦୀୟ ମନ୍ତବ୍ଯ ଦେଇ ରାଜନୀତି କରିଆସୁଛି ବିଜେପି । ଏପରି ପ୍ରସଙ୍ଗ ଉଠାଇ ବିଜେପି ବିଜେଡି ଓ ମୁଖ୍ଯମନ୍ତ୍ରୀଙ୍କୁ ରୋକିବାକୁ ଚେଷ୍ଟା କରିଆସୁଛି । ଏହା ବିଜେପିର ରାଜନୈତିକ ରଣନୀତି ରହିଆସିଛି ବୋଲି କହି ସମାଲୋଚନା କରିଛନ୍ତି ପାଣ୍ଡିଆନ ।

ଅଧିକ ପଢନ୍ତୁ : ହାର୍ଟ ଷ୍ଟ୍ରୋକ୍ ଭଳି ସମସ୍ୟା ନ ହେବା ପାଇଁ ଏହି ୪ ଟି ଜିନିଷ ପ୍ରତି ଦିଅନ୍ତୁ ଧ୍ୟାନ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 
 

Share this story